ବୌଦ୍ଧ ଜିଲା ମନୁପାଲି ପଂଚାୟତ ଅର୍ନ୍ତଗତ ରିଷିବନ୍ଧ ଗ୍ରାମର ସୁନିଲ ଶେଖର ମହାନନ୍ଦିଆ ଓ ପ୍ରକାଶ ଲୁହା ଶବସଂସ୍କାର କାମର କାର୍ଡ ବାଣ୍ଟିବାକୁ କିଆକଟା ଥାନା ଅନ୍ତର୍ଗତ କାଦପଡା ଗ୍ରାମକୁ ଯାଇଥିଲେ । ସେଠାରୁ ବାଇକ ଯୋଗେ ଫେରୁଥିବା ସମୟରେ ପରିଶ୍ରା କରିବା ପାଇଁ ରାସ୍ତା ପାଖରେ ଅଟକି ଥିଲେ ।
ଗତ ୧୮ ତାରିଖରେ ବୌଦ୍ଧ ଜିଲ୍ଲା ରକ୍ସା ପଂଚାୟତ ଚଉଁରିଆପଦରରେ ମତଦାନ ବେଳେ ବୁଥ କ୍ୟାପଚରିଂ ଅଭିଯୋଗ ହୋଇଥିଲା । ଏଣୁ ଆସନ୍ତା ୨୩ ତାରିଖରେ ସେହି ବୁଥରେ ସାନି ମତଦାନ କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ପୋଲିସ ଚେକିଂ ଆଳରେ ଗାଡ଼ି ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିଲା । ଏମିତିକି ପୋଲିସ ମାଡ଼ରେ ଡ୍ରାଇଭର ଜଣକ ଲହୁଲୁହାଣ ହୋଇପଡ଼ିଥିଲେ । ପୋଲିସର ନିସ୍ତୁକ ମାଡ଼ ପରେ ଡ୍ରାଇଭର ଜଣକ ଅତ୍ୟନ୍ତ ଅସହାୟ ଅନୁଭବ କରିବା ସହ ଭୋ ଭୋ ହୋଇ ସେଠାରେ କାନ୍ଦିଥିଲେ ।
ଗାଁର ଅନେକ ଗଛରେ ବାଦୁଡ଼ି ନିର୍ଭୟରେ ରୁହନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କିଛି ବିପଦ ଘଟଣା ଘଟିବା ପୂର୍ବରୁ ପକ୍ଷୀ ଗାଁ ଲୋକଙ୍କୁ ସୂଚନା ଦେଇଥାଏ ବୋଲି ଗାଁ ରେ ମାନ୍ୟତା ରହିଅଛି । ଆଉ ବାଦୁଡିର ଏହି ଉପକାରିତାକୁ ରାମଗଡ଼ ପଞ୍ଚୟତବାସୀ ବେଶ୍ ଭଲ ଭାବରେ ବୁଝି ପାରିଛନ୍ତି ।
ମନଇଚ୍ଛା ରାସ୍ତା କରୁଛନ୍ତି ପୁଣି କେତେବେଳେ ଖୋଳିଦେଉଛନ୍ତି, ଚିନ୍ତାରେ ବୌଦ୍ଧବାସୀ
ପ୍ରାଞ୍ଜଳ ଭାବେ ବିଭିନ୍ନ ରାଜ୍ୟର ରାଜଧାନୀ ନାଁ କହୁଛନ୍ତି । ଏହି କୁନି ପିଲା ଜଣକର ବୟସ ମାତ୍ର ୨ ବର୍ଷ ୪ ମାସ । ହେଲେ ମୁଖସ୍ତ କରିଛନ୍ତି ବିଭିନ୍ନ ସଂସ୍କୃତ ଶ୍ଳୋକ, ତା ଛଡ଼ା ଦେଶ ବିଦେଶର ନାଁ, ପଶୁ ପକ୍ଷୀ, ଫୁଲ ଫଳ ଏବଂ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ନାଁ ।
ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ । ବେଶ ହସଖୁସିରେ ଚାଲିଥିଲା ସଂସାର । ହେଲେ ଗୋଟିଏ ଦୁର୍ଘଟଣା ପରେ ମନୋଜ ପ୍ରଧାନଙ୍କ ଜୀବନର ମୋଡ଼ ବଦଳିଗଲା ।
ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବଢି ବଢି ଚାଲିଛି ଦୁର୍ଘଟଣାର ହାର । ସଡକ ଦୁର୍ଘଟଣାରେ ଅକାରଣେ ଜୀବନ ହରାଉଛନ୍ତି ଅନେକ ଲୋକ । ଭାଂଗି ଯାଉଛି ଅନେକ ପରିବାରର ହସ ଖୁସିର ସଂସାର
ଗତକାଲି ତୁଳନାରେ ଆଜି ରାଜ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟରୁ ଜଣାଯାଇଛି ।
ତେବେ ଉଭୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ଆସିବାକୁ ଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଖରାପ ପାଗ ଯୋଗୁଁ ଆଗକୁ ବଢ଼ି ନପାରି ଛତିଶଗଡ଼ ମହାସମୁନ୍ଦରୁ ଫେରିଯାଇଥିଲା। ହେଲେ ସୌଭାଗ୍ୟକୁ ଏତିକି ବେଳେ ହେଲିକ୍ପଟର ଯୋଗେ କୋରାପୁଟ୍-ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟଙ୍କ ପାଖେ ଏ ଖବର ପହଞ୍ଚିଯାଇଥିଲା। ଆଉ ସେ ତୁରନ୍ତ ଗସ୍ତ ବାତିଲ କରି ସୁନାବେଡ଼ାରୁ ସିଧା ପାଦେଲପଡ଼ା ପହଞ୍ଚିଥିଲେ। ଉଭୟଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ।
ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ ଡିପ ବୋର ୱେଲ(ଗଭୀର ନଳକୂପ) ଖନନ କରିଥିଲେ।ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବପୋତା ସହ, ତାର ମଧ୍ୟ ଟଣା ହୋଇଛି, କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି ।ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ ଆସିଛି । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ଏପରି ସମସ୍ୟା ହୋଇଛି ବୌଦ୍ଧ ସଦର ବ୍ଲକ ବ୍ରାହ୍ମଣୀପାଲି ପଂଚାୟତରେ।