/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668925038.jpg)
Special story
ବିଦ୍ୟାର ମନ୍ଦିରରେ ପିଲାଙ୍କ ସହ ଅତ୍ୟାଚାର । ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।ବୌଦ୍ଧ କାଲେଶ୍ୱର୍ ଆବାସିକ ବିଦ୍ୟାଳୟରୁ ଏପରି ଅଭିଯୋଗ ଆସିଛି । ପିଲାଙ୍କୁ ଶିକ୍ଷକ ଓ ରାନ୍ଧୁଣି ନିର୍ଧୁମ ମାଡ଼ ମାରିବାରୁ ଭୟରେ ସ୍କୁଲ ଛାଡି ପଳାଇ ଆସିଲେ ୫ ଜଣ ଛାତ୍ର । ଏବଟେ ବୌଦ୍ଧ ବସ୍ ଷ୍ଟାଣ୍ଡ ରୁ ୫ ଜଣ ଛାତ୍ର ଙ୍କୁ ଉଦ୍ଧାର କଲା ପୋଲିସ୍ ।
ଅଭିଯୋଗ ଅନୁଯାୟୀ ଦୁଇ ଦିନ ପୂର୍ବରୁ ରାତିରେ ଛାତ୍ରାବାସରେ ଛାତ୍ରଙ୍କୁ ମାଡ଼ ମାରିଥିବା କୁହାଯାଇଛି । କେବେଳ ଏତିକି ନୁହେଁ ବିଭିନ୍ନ ସମୟରେ ସ୍କୁଲର ଶିକ୍ଷକ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମାଡ ମାରୁଥିବା ଅଭିଯୋଗ କରିଛନ୍ତି । ଗତକାଲି ସକାଳୁ ଛାତ୍ର ମାନେ ମାଡ ସହି ନପାରି ସ୍କୁଲ ଛାଡି ଚାଲି ଚାଲି ୫ କିମି ଆସି ବସଷ୍ଟାଣ୍ଡରେ କାନ୍ଦୁଥିବ ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଏନେଇ ଖବର ଦେବାରୁ ବୌଦ୍ଧ ପୋଲିସ୍ ଆସି ଛାତ୍ରଙ୍କୁ ଉଦ୍ଧାର କରିଛି ।
ନିର୍ଯାତନାର ଶିକାର ହୋଇଥିବା ସମସ୍ତ ଛାତ୍ରଙ୍କର ବୟସ ୧୦ ବର୍ଷ ମଧ୍ୟରେ । ଏହି ଘଟଣାକୁ ନେଇ ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ସେ ସ୍କୁଲରେ ଅନୁପସ୍ଥିତ ଥିବା ଯୋଗୁଁ ପ୍ରତିକ୍ରିୟା ମିଳିପାରିନାହିଁ ।
(ରିପୋର୍ଟ-ଦୀପକ ଆଦାର, ବୌଦ୍ଧ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)