• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆତ୍ମନିର୍ଭରଶୀଳ ହେଉଛନ୍ତି ଗାଁର ମହିଳା । ମିଶନ ଶକ୍ତି ବଢ଼ାଉଛି ସହାୟତାର ହାତ । ବୌଦ୍ଧ ଜିଲ୍ଲା ପ୍ରଶାସନର ମିଶନ ଶକ୍ତି କାଫେ ଏଦିଗରେ ଏକ ଅଭିନବ ଉଦ୍ୟମ, ଯାହାକି ମହିଳାଙ୍କ ପାଇଁ ରୋଜଗାରର ବାଟ ଖୋଲୁଛି । ଜିଲ୍ଲାରେ ପ୍ରଥମ କରି ବୌଦ୍ଧ ବ୍ଲକ ପରିଷରେ ମିଶନ ଶକ୍ତି କାଫେ ଖୋଲାଯାଇଛି । ଏହା ପରେ ଜିଲ୍ଲାର କଣ୍ଟାମାଳ ଓ ହରଭଙ୍ଗା ୨ଟି ବ୍ଲକ ପରିଷର ଓ ଜନଗହଳି ସ୍ଥାନରେ ମିଶନ ଶକ୍ତି କାଫେମାନ ଖୋଲାଯାଇ ସ୍ଵୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି ।

ବୌଦ୍ଧ ବ୍ଲକର ମାତୃଶକ୍ତି ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନେ ମିଶନ ଶକ୍ତି ଜରିଆରେ ପ୍ରଥମେ କେରଳରୁ ଆସିଥିବା ପ୍ରଶିକ୍ଷକଙ୍କ ଦ୍ଵାରା ୧୫ ଦିନିଆ ହୋଟେଲ ମ୍ୟାନେଜମେଣ୍ଟ ଓ କାଫେ ପରିଚାଳନାର ଟ୍ରେନିଙ୍ଗ ନେଇଥିଲେ । ପରେ ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସରେ ଅତିଥିମାନେ ଏହି କାଫେ ଉଦଘାଟନ କରିଥିଲେ । ଏବେ ଦିନକୁ ୫ରୁ ୧୦ହଜାର ଟଙ୍କା କାଫେରୁ ରୋଜଗାର ହେଉଥିବା ବେଳେ ସେମାନେ ନିଜ ପରିବାର ନିଜେ ଚଳେଇବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଜନଗହଳି ପୂର୍ଣ୍ଣ ସ୍ଥାନ ସହ ପ୍ରତି ବ୍ଲକରେ ଗୋଟିଏ ଗୋଟିଏ କାଫେ ଖୋଲିବାର ଯୋଜନା ରହିଛି ବୋଲି ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ କହିଛନ୍ତି ।

ଅଧିକ ପଢ଼ନ୍ତୁ: କିନ୍ଦିରିଗୁଡା କଫି’ର ନିଆରା ସ୍ୱାଦ : ଚାଷ କରି ଆତ୍ମନିର୍ଭରଶୀଳ ଗାଁଲୋକେ...

ସଫଳ ହେଉଛି ସରକାରଙ୍କ ମିଶନଶକ୍ତି ଯୋଜନ । ସ୍ୱାବଲମ୍ବୀ ହେଉଛନ୍ତି ଗାଁର ମହିଳା । ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାର ଚଳାଇବାରେ ସାଜିଛନ୍ତି ମୁଖ୍ୟ ପୁରଧା ।

(ରିପୋର୍ଟ - ଦିପକ ଆଦାର , ବୌଦ୍ଧ)