/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674135603.jpg)
Marriage fair
ଝିଅ ଯିବ ଶାଶୁ ଘର । ସାଙ୍ଗରେ ନେବ ବାସନ-କୁସନ, ଗଦି-ତକିଆ, ଶିଳ-ଚକି । ଯେମିତି ସବୁ କିଛି ନେଇ ଝିଅ ନୂଆ ଘରକୁ ଯିବ, ସେଥି ପାଇଁ କିଣାକିଣିରେ ଲାଗି ପଡିଛନ୍ତି ପରିବାର ଲୋକେ । କିଏ ପର୍ସ କିଣୁଛି ତ ଆଉ କିଏ ବୁଲି ବୁଲି ଡାଇନିଂ ଟେବୁଲ୍ ଦେଖୁଛନ୍ତି । ଏସବୁ ଦେଖିଲେ ଆପଣଙ୍କୁ ଲାଗିବ ଆମେ କେଉଁ ମଲ୍ ବୁଲାଉଛୁ । ହେଲେ ଏହା କୌଣସି ବଡ଼ ମାକେର୍ଟ କି ମଲ୍ ନୁହେଁ , ବୌଦ୍ଧ ଜିଲ୍ଲା ପଲସାଗୋରାରେ ବସିଥିବା ବାହାଘର ହାଟରେ ଏପରି ଦୃଶ୍ୟ ଦେଖିବା ପାଇଁ ମିଳିଛି ।
ଚୁଡି ଠାରୁ ଆରମ୍ଭ କରି ଖଟ-ଆଲମିରା ପର୍ଯ୍ୟନ୍ତ ସବୁ କିଛି ବାହାଘର ସାମଗ୍ରୀ ଏଠାରେ ମିଳିଥାଏ । ବିଶେଷ କରି ବାହାଘରର ସମସ୍ତ ଜିନିଷ ଗୋଟିଏ ଜାଗାରେ ମିଳୁଥିବାରୁ ଏ ହାଟର ବେଶ ଚାହିଦା ରହିଛି । କରୋନା ପାଇଁ ଦୁଇ ବର୍ଷ ହେଲା ଏ ହାଟ ବନ୍ଦ ଥିବା ବେଳେ ଚଳିତ ବର୍ଷ ଜିନିଷ କିଣିବାକୁ ଗାଁ ଗହଳି ଲୋକ ଭିଡ଼ ଜମାଇଛନ୍ତି।
ରାଜାରାଜୁଡ଼ା ଅମଳରୁ ପଲସାଗୋରାରେ ଚାଲି ଆସୁଛି ମକର ମେଳା । ଏହି ସମୟରେ ବାହାଘର ଋତୁ ଥିବାରୁ ସ୍ୱତନ୍ତ୍ର ଭାବେ ବସୁଥିବା ବାହାଘର ହାଟକୁ ଆସି ପରିବାର ଲୋକମାନେ ଝିଅ ବାହାଘରର ସମସ୍ତ ସରଞ୍ଜାମ କିଣିବାରେ ଲାଗିଛନ୍ତି । ଗୋଟିଏ ଜାଗାରେ ଟିଣ ବାକ୍ସଠାରୁ ଆରମ୍ଭ କରି ଖଟ, ପଲଙ୍କ, ଗଦି ମିଳିଥିବାରୁ ବେଶ ଖୁସି ।
ଦେଖନ୍ତୁ ଭିଡିଓ | ଏଇଟା ଦେଶୀ ହାଟ...ଏଠି ସବୁ ତାଜା ତାଜା ପରିବା
ବାହାଘର ହାଟରେ ବସିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ବ୍ୟବସାୟୀ । ବେପାର ଭଲ ହୋଇ ହେଉଥିବାରୁ ବେଶ ଦୁଇ ପଇସା ରୋଜଗାର କରିଥାନ୍ତି । ଏମିତିକି ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ରଖିଥାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)