/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658576179.jpg)
Teacher beats up class 4 student mercilessly in Boudh
ସରକାର ପ୍ରତ୍ୟେକ ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ହେଲେ ଏସବୁ ନିୟମର ଉଲ୍ଲଂଘନ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଝାରଖମନ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।
Advertisment
ସୂଚନା ଅନୁସାରେ, ଝାରଖମନ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ଛାତ୍ର ବିକାଶ ବେହେରାଙ୍କୁ ସହକାରୀ ଶିକ୍ଷକ ପରମାନନ୍ଦ ସାହୁ ଏକ ଗୀତ ଲେଖି ଆଣିବାକୁ କହିଥିଲେ। ଛାତ୍ର ଜଣକ ଗୀତ ଲେଖି ନପାରିବାରୁ ଶିକ୍ଷକ ରାଗରେ ପିଲାର ପିଠି, ଜଙ୍ଘ, ଗୋଡ଼କୁ ଛାଟରେ ମାରିଥିଲେ।
ଛାତ୍ରଟିର ପିଠି, ଜଙ୍ଘ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିବା ପରେ ଏନେଇ ସେ ବାପାଙ୍କୁ ଜଣାଇଥିଲେ। ଛାତ୍ରଙ୍କ ବାପା ଶିକ୍ଷକଙ୍କୁ ଏ ବିଷୟରେ ପଚାରିବାରୁ ସେ କିଛି କହି ନଥିଲେ। ଘଟଣାକୁ ନେଇ ଛାତ୍ରଙ୍କ ବାପା ହରଭଙ୍ଗା ଥାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷେ, ଖବର ଲେଖାଯିବା ସୁଦ୍ଧା ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)