/odishatv-khabar/media/post_attachments/uploadimage/library/16_9/16_9_0/____1674706561.jpg)
2 Killed And 3 Critical In A Series Road Accident In Boudh
ସିରିଜ୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ବୌଦ୍ଧ ଜିଲ୍ଲା ରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ ପ୍ରଥମେ ଜଣେ ବାଇକ୍ ଆରୋହୀଙ୍କୁ ପିଟି ଅନ୍ୟ ୫ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାପରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ହୋଟେଲ୍ ଭିତରେ ପଶି ଯାଇଥିଲା।
ମୃତକଙ୍କ ମଧ୍ୟରେ ଅଇଁଲାପାଲି ପିଇଓ ଗୋବିନ୍ଦ ସାହୁ ଓ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ଅଛନ୍ତି। ପତାକା ଉତ୍ତୋଳନ ପାଇଁ ଅଇଁଲାପାଲି ପିଇଓ ବାଇକ୍ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି।
ସୂଚନା ଅନୁସାରେ, ସ୍କର୍ପିଓଟି ବଲାଙ୍ଗିରରୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସ୍କର୍ପିଓ ପ୍ରଥମେ ବାଇକ୍ରେ ଯାଉଥିବା ଅଇଁଲାପାଲି ପିଇଓ ଗୋବିନ୍ଦ ସାହୁଙ୍କୁ ଧକ୍କା ଦେଇଥିଲା। ଏହାପରେ ୫ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ସହ ରାସ୍ତାକଡ଼ ହୋଟେଲ୍ ପାଖରେ ବାଇକ୍ ଧରି ଛିଡ଼ା ହୋଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା।
ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ଟାୟାର ଜାଳି NH-57 ଅବରୋଧ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)