/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675948154.jpg)
Blind Singer,
ଦେ..ରେ କାଳିଆ ଦେ.. ତୋ ପାଦେ ଶରଣ ଦେ.. ତୋ ବଡଦାଣ୍ଡରେ ଯୋଗୀଟିଏ କରିଦେ.. ଏ ଲୋକପ୍ରୀୟ ଭଜନ ଆପଣମାନେ ସମସ୍ତେ ଶୁଣିଥିବେ । ହେଲେ ଜଣେ ନାବାଳକ ଏହି ଭଜନକୁ ଏତେ ଭାବ ଓ ଭକ୍ତିର ସହ ଗାଇଛନ୍ତି ଯେ, ତାହା ଯିଏ କେହି ଶୁଣୁଛି ସେ ମନ୍ତ୍ରମୁଗ୍ଧ ହେଉଛି । ଏଭଳି ଭାବ ଓ ଭକ୍ତି ଆପଣ ପୂର୍ବରୁ କେବେ ଦେଖିନଥିବେ । ଖାଲି ସେଇ ଗୋଟିଏ ଭଜନ ନୁହେଁ, ମୁଁ ବଡ ଦେଉଳର ପାରାରେ.. ନୀଳଚକ୍ର ମୋ ଆଶ୍ରା.. ଗୀତ ଗୁଡିକୁ ଏତେ ସୁନ୍ଦର ଭାବରେ ଗାଉଛନ୍ତି ଯେ ଶୁଣିଲେ ପୁଣି ଥରେ ଶୁଣିବାକୁ ମନ ହେଉଛି । ଭକ୍ତି ଭାବରେ ଏମିତି ବୁଡିଛନ୍ତି ଯେ ତାହାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର । ଆଖିର ଜନ୍ମ କାନ୍ଦିବା ପାଇଁ, ମରିବା ଯାଏଁ ଲୁହ ସରେନି । ଏ ଗୀତ ଶୁଣିଲେ ଆପଣଙ୍କ ଆଖିରୁ ବି ଝରିପଡିବ ଲୁହ ।
ଏସବୁ ଗୀତ ଶୁଣିବା ପରେ ନିଶ୍ଚୟ ଭାବୁଥିବେ ସେହି ନାବାଳକ ଜଣକ କିଏ ? ଆଉ କାହିଁକି ଏମିତି ସବୁ ଗୀତ ଗାଉଛନ୍ତି । ଯିଏ ଏତେ ସୁନ୍ଦର ଗୀତ ଗାଉଛନ୍ତି ସେ ଜଗାକୁ କେବେ ଦେଖିନାହାନ୍ତି କି ଦେଖିବାର ସୌଭାଗ୍ୟ ତାଙ୍କ ପାଖରେ ନାହିଁ । ହଁ.. ଠିକ୍ ଶୁଣିଲେ ଆପଣ । ସେ ନାବାଳକ ଜଣକ ହେଉଛନ୍ତି ବୌଦ୍ଧ କୋଡିବାହାଲ ଭିନ୍ନକ୍ଷମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ମଂଟୁ ବିଭାର । ଜନ୍ମରୁ ଦୁନିଆ ଦେଖିନାହାନ୍ତି ସତ ହେଲେ ନିଜର କଣ୍ଠର ଯାଦୁରେ ସମସ୍ତଙ୍କର କିଣି ନେଉଛନ୍ତି ମନ ।
ଅଧିକ ପଢ଼ନ୍ତୁ: ଦେଖି ପାରୁନାହାନ୍ତି, ହେଲେ କଣ୍ଠରେ ଅଛି ଯାଦୁ ! ମନଭାଙ୍ଗିଙ୍କ ଚମତ୍କାର ସ୍ୱରକୁ ନେଇ ଚାରିଆଡେ ଚର୍ଚ୍ଚା
ପିଲାଟି ଦିନରୁ ମଂଟୁ ଅତି ଚମତ୍କାର ଗୀତ ବୋଲନ୍ତି । ଆଉ ମଂଟୁ ଯେବେ ଗୀତ ଗାଆନ୍ତି ତାଙ୍କୁ ବାଜା ବଜାଇବାରେ ସାହାଯ୍ୟ କରନ୍ତି ତାଙ୍କ ପିଲାଦିନର ସାଙ୍ଗ ମୁସଲିମ୍ ରଣା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ମଂଟୁ ନିଜକୁ କେତେବେଳେ ବି ଜଣେ ଦିବ୍ୟାଙ୍ଗ ଭାବନ୍ତି ନାହିଁ । ବରଂ ସାଧାରଣ ପିଲାଙ୍କ ପରି ସମାଜରେ ଆଗକୁ ବଢନ୍ତି ।
ମଂଟୁ ଯେବେ ଛୋଟ ଥିଲେ ସେ ଭଲ ଗୀତ ଗାଇପାରୁଥିଲେ । ତେଣୁ ତାଙ୍କୁ ତାଲିମ ଦିଆଗଲା । ଆଉ ଶିକ୍ଷକଙ୍କଠାରୁ ତାଲିମ ପାଇବା ପରେ ଅତି ଚମତ୍କାର ଭାବରେ ଗୀତ ଗାଆନ୍ତି ମଂଟୁ । ବର୍ତ୍ତମାନ ସମୟରେ ସ୍ଥାନୀୟ ଅଂଚଳର ଅନେକ କାର୍ଯ୍ୟକ୍ରମରେ ଗୀତ ଗାଇ ପୁରସ୍କୃତ ହେବା ସହ ଆଗାମୀ ଦିନରେ ଯଦି ସରକାରୀ ସହାୟତା ମିଳନ୍ତା ତେବେ ସେ ଭଲ ରୋଜଗାର କରିପାରନ୍ତେ ବୋଲି ଶିକ୍ଷକ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)