• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Brown Sugar
ଏଠାରେ କୁଟୀର ଶିଳ୍ପ ପାଲଟିଲାଣି ଧଳା ଜହର କାରବାର, ମହିଳା ଓ ଶିଶୁ ସାଜିଛନ୍ତି ମାଫିଆଙ୍କ ଢ଼ାଲ..

କେତେବେଳେ ଚା ପ୍ୟାକେଟ୍‌ରେ ତ କେତେବେଳେ ପରିବା ଟ୍ରକ୍‌ରେ ା ବେଙ୍ଗଲ୍ ମୁର୍ଶିଦାବାଦ୍‌ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର । ଆଉ ସେଠୁ ଭୁବନେଶ୍ୱର । ଏଭଳି ଚାଲିଛି ଧଳାଜହର ବ୍ରାଉନସୁଗରର ବଡ଼ କାରବାର ।

Odisha sees 1193 new corona positive cases
ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ, ତଥାପି ଥମୁନି ସଂକ୍ରମଣ

ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଯାଏଁ ରାଜ୍ୟରେ ୨ କୋଟି ୨୧ ହଜାର ୮୧୪ ଡୋଜ୍ ଟିକାକରଣ ହୋଇଛି ।

lekhashree
ସ୍ମାର୍ଟ ହେଲ୍‌ଥ କାର୍ଡକୁ ଲେଖାଶ୍ରୀଙ୍କ ସମାଲୋଚନା, କହିଲେ ହିସାବ ଦିଅ କେତେ ରୋଗୀଙ୍କ ପାଇଁ କେତେ ଖର୍ଚ୍ଚ ହୋଇଛି

ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲଥ କାର୍ଡ ଯୋଜନାକୁ ସମାଲୋଚନା କଲା ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ୪ ମାସ ଭିତରେ ୧ କୋଟି ୮୨ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବା ମିଳିଛି ବୋଲି ସରକାର ହିସାବ ରଖୁଛନ୍ତି ।

Plus Two Student
ଏଣିକି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମଧ୍ୟ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ

ଏଣିକି ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ୟୁଟ୍ୟୁବ୍‌ରେ ପାଠ ପଢ଼ିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Taliban Brutality
ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓଡିଆ ଯୁବ ଇଂଜିନିୟର୍‌

ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓ ଇଂଜିନିୟର୍‌ ଯୁବକ ଆଫଗାନରେ ୫ ବର୍ଷର ଅଭିଜ୍ଞତା କହିଲେ। କେନ୍ଦ୍ରାପଡ଼ାର ମନୋରଞ୍ଜନ ସାହୁ ଆମେରିକାନ୍ ଆର୍ମି ବେସ୍‌ରେ ପ୍ରପର୍ଟି ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ। ଆର୍ମି ବେସ୍‌ରୁ ବାହାରକୁ ଆସିବା ଅନୁମତି ନ ଥିଲା, କମ୍ ସମୟ ବାହାରୁ ଥିଲେ। ତାଲିବାନର ବର୍ବରତା ନେଇ ମଧ୍ୟ ଅଭିଜ୍ଞତାରୁ ସୂଚନା ଦେଲେ ମନୋରଞ୍ଜନ।

Kiss
KISSକୁ ବଡ଼ ଝଟ୍‌କା, ମୁହଁ ଫେରାଇନେଲା WAU

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ ବା କିସ୍‌ରେ ହେବନି ବିଶ୍ୱ ନୃତ୍ତତ୍ୱ ସମ୍ମିଳନୀ । ନିଜେ ଏକଥା ସ୍ପଷ୍ଟ କରିଛି ବିଶ୍ୱ ଆନ୍ଥ୍ରୋପୋଲୋଜିକାଲ ୟୁନିୟନ ବା WAU ।

Afghanistan Student
ଓଡ଼ିଶାରେ ଥାଇ ଡରୁଛନ୍ତି ଆଫ୍‌ଗାନ୍‌ ଛାତ୍ର, ପରିବାରକୁ ନେଇ ଚିନ୍ତିତ ! ଶୁଣନ୍ତୁ...

ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ ।

Paralympics
୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ, ପଲକ କୋହିଲଙ୍କ ସହ କଥା ହେଲେ ମୋଦି

ଆସନ୍ତା ୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ । ଏଥିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହୋଇଛନ୍ତି ସାମିଲ । ତେବେ ପରା ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ପାରାଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି ।

Hockey Team
ଭାରତୀୟ ହକି ଦଳକୁ ଓଡ଼ିଶାରେ ଭବ୍ୟ ସ୍ୱାଗତ, ସହର ସାରା ପୋଷ୍ଟର

ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ଖେଳ ପ୍ରଦର୍ଶନ ସହ ବ୍ରୋଞ୍ଜ ଜିତିଥିବା ପୁରୁଷ ହକି ଟିମ୍ ଓ ସେମି ଫାଇନାଲ୍‌କୁ ଯାଇଥିବା ମହିଳା ହକି ଟିମ୍‌କୁ ସ୍ୱାଗତ କରିଛି ଓଡ଼ିଶା ।

Drought
ଚିନ୍ତାରେ ପଡ଼ିଲେଣି ଚାଷୀ, ଏଥର ବି ମରୁଡ଼ି ଆଶଙ୍କା !

ଚଳିତବର୍ଷ ଆବଶ୍ୟକ ପରିମାଣରୁ କମ ବର୍ଷା ହୋଇଥିବାରୁ ପ୍ରଭାବିତ ହୋଇଛି ଚାଷୀକୁଳ । ଜୁନ୍ ମାସରେ ସ୍ୱାଭାବିକ ବର୍ଷା ହୋଇଥିବାରୁ ଚାଷୀକୁଳ ଧାନ ଚାଷ ପାଇଁ ନିଜ କ୍ଷେତକୁ ପ୍ରସ୍ତୁତ କରି ଚାଷ କାମ ଆରମ୍ଭ କରିଥିଲେ ।

brown sugar
ଏକାଥରକେ ୧ କେଜି ୩୨୦ ଗ୍ରାମ ବ୍ରାଉନ ସୁଗର ଜବତ

ପୁଣି ଖୋର୍ଦ୍ଧା ସହରରୁ ଜବତ ହେଲା ବ୍ରାଉନ ସୁଗର । ଗତକାଲି ୧ କେଜି ୩୨୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଖୋର୍ଦ୍ଧା ବସ୍ ଷ୍ଟାଣ୍ଡରେ ବ୍ରାଉନସୁଗର ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ନେଇ ଖବର ପାଇବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ଉ କରିଥିଲା ।

ojee
୬ରୁ ୧୮ ଯାଏଁ ଚାଲିବ ଓଜେଇଇ, ସୂଚନା ଦେଲେ ଅଧ୍ୟକ୍ଷ ସୁଦୀପ ଚାନ୍ଦ

ସେପ୍ଟେମ୍ୱର ୬ରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା । ଏହି ପରୀକ୍ଷା ସେପ୍ଟେମ୍ବର ୧୮ ଯାଏ ଚାଳିବ । ପରୀକ୍ଷା ନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି ।

Weavers
ବୁଣାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଉପହାର, ଦିଆଯିବ ହାଉସ୍ କମ୍ ୱାର୍କ ସେଡ୍

ବୁଣାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଉପହାର । ବୁଣାକାରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ସ୍ୱତନ୍ତ୍ର ପ୍ୟାକେଜ । ମହାମାରୀ କରୋନା ଯୋଗୁଁ ପ୍ରଭାବିତ ବୁଣାକାରଙ୍କୁ ଏଥିରେ ସହାୟତା ପ୍ରଦାନ କରାଯିବ ।

Pradeep Majhi
ବିଜେଡିରେ ମିଶିବା କଥା ମିଛ: ପ୍ରଦୀପ ମାଝି

ପାଖେଇ ଆସୁଛି ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଅଣ୍ଟା ଭିଡ଼ିଥିବା ବେଳେ ବିଜେପି ମଧ୍ୟ ପ୍ରସ୍ତୁତ ହେଉଥିବା କୁହାଯାଉଛି । ତେବେ ସମସ୍ତେ ଜାଣନ୍ତି ନିର୍ବାଚନ ଆସିଲେ ନେତାଙ୍କର ଦଳବଦଳୀ ଆରମ୍ଭ ହୁଏ ।

High court of odisha
ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା

ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ୍ ଦାଏର । ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ୍ ଦାଖଲ ।

104
୧୦୪ କୁ କଲ୍‌ କରି କିଏ ପ୍ରେମଗୀତ ଶୁଣାଉଛି ତ ଆଉ କିଏ I Love You କହୁଛି

କରୋନା କାଳରେ କୋଭିଡ୍ ହେଲ୍ପଲାଇନ୍ ନମ୍ବରର ଧଜ୍ଜିଆ ଉଡାଉଛନ୍ତି ଲୋକେ । ଜରୁରୀକାଳୀନ ସେବା ସହ ଜଡ଼ିତ ୧୦୪ କୁ ଫୋନ୍ କରି କିଏ ପ୍ରେମଗୀତ ଶୁଣାଉଛନ୍ତି ତ ଆଉ କିଏ କହୁଛନ୍ତି ଆଇ ଲଭ୍ ୟୁ ।

Exam
ଏଣିକି CBSE ଢ଼ାଞ୍ଚାରେ ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା

ନବମ ଓ ଦଶମ ଶ୍ରେଣୀରେ ଲାଗୁ ହେଲା ସଂସ୍କାର ମୂଳକ ପଦକ୍ଷେପ । ଉଭୟ ଶ୍ରେଣୀରେ ୪ଟି ଲେଖାଏଁ ଫର୍ମେଟିଭ ଓ ୨ଟି ଟର୍ମ ଏଣ୍ଡ ପରୀକ୍ଷା ହେବ । ଅର୍ଥାତ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ୍‌ରେ ଅନୁଷ୍ଠିତ ହେବ ଦୁଇଟି ବୋର୍ଡ ପରୀକ୍ଷା ।

OBC
ପଛୁଆ ବର୍ଗଙ୍କୁ କେନ୍ଦ୍ରରୁ ମିଳିବ ସାମ୍ବିଧାନିକ ମାନ୍ୟତା, ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେଡି

ସ୍ୱାଧୀନତାର ୭୫ ବର୍ଷ ପରେ ସମ୍ବିଧାନ ସଂଶୋଧନ କରି ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଯାହାଦ୍ୱାରା ରାଜ୍ୟମାନଙ୍କୁ ନିଜସ୍ୱ ଓବିସି ତାଲିକା ପ୍ରସ୍ତୁତ କରିବାର ମିଳିଛି ଅଧିକାର ।

Hockey team
୧୭ରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ହକି ଖେଳାଳିଙ୍କୁ କରାଯିବ ସମ୍ବର୍ଦ୍ଧନା, ଏବେଠୁ ସଜେଇ ହେଲାଣି ରାଜଧାନୀ

ସେହିଭଳି ପଦକ ଜିତି ନଥିଲେ ବି ଦମଦାର ପ୍ରଦର୍ଶନ ବଳରେ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିବା ମହିଳା ଦଳର ଦୁଇ ସଦସ୍ୟ ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ବି ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେମାନଙ୍କ ଶ୍ରମ, ନିଷ୍ଠା ଓ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ।

RTPR Test Lab
ଖବ୍‌ଶୀଘ୍ର ସବୁ ଜିଲ୍ଲାରେ RTPCR ଟେଷ୍ଟ ଲ୍ୟାବ୍

ଆସନ୍ତା ୧୫ରୁ ସବୁ ଜିଲ୍ଲାରେ ହେବ RTPCR ଟେଷ୍ଟ ଲ୍ୟାବ୍ । ରାଜ୍ୟରେ ବର୍ତ୍ତମାନ ୧୪ ଜିଲ୍ଲାରେ ଲ୍ୟାବ ଥିବା ବେଳେ ଆଉ ୧୬ଟି ଜିଲ୍ଲାରେ ଟେଷ୍ଟ ଲ୍ୟାବ କରାଯିବ । ଏନେଇ ଟେଣ୍ଡର ଦିଆସରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

Abhay Patnaik
ଅମିତ ରୋହିଦାସଙ୍କ କଥା କହି ଭାବବିହ୍ୱଳ ହୋଇପଡ଼ିଲେ ଅଭୟ..

ଅମିତ ରୋହିଦାସଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ଅଭୟ ପଟ୍ଟନାୟକ । ରୋହିଦାସଙ୍କ କଥା ଭାବି କାନ୍ଦି ପକାଇଲେ ଅଭୟ । କହିଲେ କ୍ରୀଡ଼ା ପ୍ରତି ତାର ଆଗ୍ରହ ଥିଲା । ଯାହାକୁ ଦେଖି ର୍ସ୍ପୋଟସ ହଷ୍ଟେଲରେ ରଖିଥିଲି । ଏହି ଅଭୟ ପଟ୍ଟନାୟକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ ।

Fake call
104 ଏମରଜେନ୍ସି ନମ୍ବରକୁ ପୁଣି ଆସୁଛି ଫେକ୍‌ କଲ୍‌: ଫୋନ୍‌ ଉଠାଇବା ମାତ୍ରେ ଶୁଭୁଛି ଅଶ୍ଳୀଳ ଭାଷା

୨୦୨୧ ଜାନୁଆରୀରୁ ମେ ମାସ ମଧ୍ୟରେ ଏହି ସବୁ କଲ ଆସିଛି। ପୂର୍ବରୁ ମଧ୍ୟ ଏଭଳି ଫେକ କଲ ଆସିଥିବା ନେଇ ଗତବର୍ଷ ଏପ୍ରିଲରେ କମ୍ପାନୀ ପକ୍ଷରୁ ଏତଲା ଦିଆଯାଇଥିଲା । ତେବେ ଏଭଳି କଲ କରିବା ଫଳରେ କର୍ମଚାରୀ ହଇରାଣ ହେଉଥିବାବେଳେ ରୋଗୀସେବା ମଧ୍ୟ ବାଧାପ୍ରାପ୍ତ ହେଉଛି।

Vote
ବିରୋଧୀଙ୍କ ପ୍ରବଳ ଚାପ ପରେ ଆସନ୍ନ ହେଲାଣି କି ପୌର ନିର୍ବାଚନ ପ୍ରକ୍ରିୟା ?

ବିରୋଧୀଙ୍କ ପ୍ରବଳ ଚାପ ପରେ ଆସନ୍ନ ହେଲାଣି କି ପୌର ନିର୍ବାଚନ ପ୍ରକ୍ରିୟା ? ନିର୍ବାଚନ ହାଓ୍ୱାକୁ ନିଜ ସପକ୍ଷରେ ନେବାକୁ ବାଟ ତିଆରି କଲାଣି କି ବିଜେଡି ? ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ପୌରାଞ୍ଚଳରେ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ

Tata Power
ହିସାବ ମିଳୁନି ! ୩୭ ହଜାର କୋଟି ଖର୍ଚ୍ଚ ହେଲାଣି, ତଥାପି ଟାଟା କହୁଛି ନିମ୍ନମାନର କାମ

ଉତ୍ତମ ମାନର ବିଜୁଳି ପାଇଁ ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା । ବିଧାନସଭା ଷ୍ଟାଣ୍ଡିଂ କମିଟି ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ପ୍ରାୟ ୩୭ ହଜାର କୋଟି ଖର୍ଚ୍ଚ ହେଲାଣି ।

hockey
ଅଲିମ୍ପିକ୍ସରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଖେଳାଳି : ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ ପଦକ ବିଜେତା । ବ୍ରୋଞ୍ଜ ବିଜୟୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ଫେରିଛନ୍ତି । ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପୋ ବି ଫେରିଛନ୍ତି । ଭୁବନେଶ୍ୱର ବିମାନ-ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।