• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

MS Law University
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା

କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା । ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍ ୧୯୫୬, ଧାରା 2(F) ଅନୁସାରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି ।

Election
ଫିଟୁଛି ପୌର ନିର୍ବାଚନ ବାଟ, ସରକାର ଆରମ୍ଭ କଲେଣି ପ୍ରକ୍ରିୟା

ପଞ୍ଚାୟତ ପରେ ପୌର ନିର୍ବାଚନ ପାଇଁ ଫିଟିଲା ବାଟ । ହଟିଲା ସଂରକ୍ଷଣ ନେଇ ଥିବା ପ୍ରତିବନ୍ଧକ । ପ୍ରାୟ ୩ ବର୍ଷ ବିଳମ୍ବରେ ପୌର ନିର୍ବାଚନ ପାଇଁ ଆରମ୍ଭ ହେବାକୁ ଯାଉଛି ପ୍ରକ୍ରିୟା । ବିଧାନସଭାରେ ସଂଶୋଧିତ ପୌର ଆଇନ ପାରିତ ହେବା ପରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ଗେଜେଟ୍ ନୋଟିଫିକେସନ୍ ।

CMS Van Loot
CMS ଭ୍ୟାନ୍‌ରୁ ଲୁଟ ଘଟଣାର ପର୍ଦ୍ଦାଫାଶ, ପୁରା ତଥ୍ୟ ଦେଲେ କେନ୍ଦ୍ରାଞ୍ଚଳ IG

ଏଟିଏମ ଭ୍ୟାନରୁ ଲୁଟ ଘଟଣାର ପର୍ଦ୍ଦାଫାଶ । ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି । ଏଥିସହ ଫେରାର ଲୁଟେରାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

Bhubaneswar
ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ରାଜଧାନୀରେ ପୁଣି ଥରେ ଆତଙ୍କରାଜ କରିଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଛକରେ ଆଜି ଜଣେ ବାଇକ୍ ଆରୋହୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବାଇକ୍ ଆରୋହୀଙ୍କୁ ୧୦ରୁ ଉର୍ଦ୍ଧ୍ୱ ଯୁବକ ଘେରି ଯାଇ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ୍।

Journalist Navin Das
"ଭୋଜି ପାଇଁ ଡାକି ନେଇ ସାଙ୍ଗ କରିଛନ୍ତି ହତ୍ୟା"

ସାଙ୍ଗମାନେ ଭୋଜି କରିବାକୁ ଡାକି ନେଇ ମୋ ପୁଅକୁ ହତ୍ୟା କରିଛନ୍ତି। ଗତକାଲି ଭୁବନେଶ୍ୱର ପାତ୍ରପଡ଼ା ଅଞ୍ଚଳରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତଦେହ ଉଦ୍ଧାର ପରେ ଆଜି ସୋସିଆଲ ମିଡିଆରେ ଏପରି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ବାପା ନବୀନ ଦାସ

Petrol Rate
ତୈଳଦର ବୃଦ୍ଧି, ଧୀବରଙ୍କ ପରିବାର ମୁହଁରୁ ହସ ଛଡ଼ାଇ ନେଇଛି

ଦୁଇ ବର୍ଷ ଧରି କରୋନା ମାଡ଼ । ଆଉ ଏବେ ଡିଜେଲ ଅମୂଲ ମୂଲ । ଶତକ ଛୁଆଁ ଡିଜେଲ୍ ଖାଲି ଯେ ଶହ ଶହ ବୋଟ୍ ଓ ଟ୍ରଲର ଚଳାଚାଳରେ ବେଡି ପକାଇଛି ତା ନୁହେଁ, ସମୁଦ୍ରରେ ମାଛ ଧରି ଜୀବିକା ଅର୍ଜନ କରୁଥିବା ଧୀବର ଓ ସେମାନଙ୍କ ପରିବାର ଲୋକଙ୍କ ମୁହଁରୁ ବି ସିଧା ଦାନା ଛଡ଼ାଇ ନେଇଛି ।

heavy rain
ପୁଣି ବର୍ଷିବ, ୧୨ ଜିଲ୍ଲାକୁ ସତର୍କ ସୂଚନା

ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Ranendra-Pratap-Swain
‘ପେଟ୍ରୋଲ ଦରକୁ ପଲିଟିକାଲ ଟୁଲ ଭଳି ବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର’

ପେଟ୍ରୋଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ପେଟ୍ରୋଲ ଦରକୁ କେନ୍ଦ୍ର ସରକାର ପଲିଟିକାଲ ଟୁଲ ଭାବେ ବ୍ୟବହାର କରୁଛନ୍ତି ।

Prepaid Electric Meter
ଏଣିକି ପ୍ରିପେଡ୍‌ ଲାଇନ୍‌, ଆଗ ରିଚାର୍ଜ କଲେ ଘରେ ଜଳିବ ବଲ୍‌

ମୋବାଇଲ୍ ଟକଟାଇମ୍ ଭଳି ଏଣିକ ବିଜୁଳି ବ୍ୟବହାର ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର । ସିମ୍ କାର୍ଡ ଜରିଆରେ କରିବାକୁ ହେବ ବିଲ୍ ପେମେଣ୍ଟ । ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

abhay-pathak-1
ସକାଳୁ ସନ୍ଧ୍ୟା ଯାଏଁ ଅଭୟଙ୍କୁ ଜେରା କଲା ED

ଆୟ ବହିର୍ଭୁତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ED ନିକଟରେ ହାଜର ହେଲେ ପୂର୍ବତନ IFS ଅଧିକାରୀ ଅଭୟକାନ୍ତ ପାଠକ । ଏ ଦୁଇଟି ମାମଲାରେ ପଚରାଉଚରା ପାଇଁ ସମନ ପରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଅଭୟକାନ୍ତ ।

Mahanadi
୩ ବର୍ଷରେ ୩୨ଜଣଙ୍କ ମୁଣ୍ଡ ନେଲାଣି କଟକ ମହାନଦୀ

ସାମାନ୍ୟ ଅସାବଧାନତାରୁ ମୃତ୍ୟୁର ମହାସ୍ରୋତ ସାଜୁଛି କି ମହାନଦୀ ? ଗତକାଲି ସମ୍ବଲପୁରରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କ ଅକାଳ ମୃତ୍ୟୁ, ଏଭଳି ପ୍ରଶ୍ନକୁ ଉଜ୍ଜୀବୀତ କରିଛି । ବେପରୁଆ ଗାଧୁଆ ହେଉ କି ନୌକା ଦୁର୍ଘଟଣା ଅବା ଆତ୍ମହତ୍ୟା ।

Protest At BMC
ପୁଣି ଜୀବନ ଜୀବିକାର ଲଢେଇ, BMC କାର୍ଯ୍ୟାଳୟ ଆଗରେ ଦେଲେ ଧାରଣା

ପୁଣି ଜୀବନ ଜୀବିକାର ଲଢେଇ । ଗୋଟିଏ ପଟେ ଅନେକ ଦିନ ପରେ ପାର୍ବଣରେ ବେପାର ଆଶା, ଅନ୍ୟ ପଟେ ପ୍ରଶାସନକୁ ସଂକ୍ରମଣର ଆଶଙ୍କା । ଆଉ ପ୍ରଶାସନର ଏହି ଭୟ ସାଜିଛି ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖ ।

Jalada Kumar Tripathy
ମୁଖ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ଜଳଦ

ରାଜ୍ୟର ମୁଖ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ଜଳଦ କୁମାର ତ୍ରିପାଠୀ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ସୂଚନା କମିଶନର ଶପଥ ଗ୍ରହଣ କରିଥିଲେ ।

Rudra maharathy
ଶପଥ ନେଲେ ନବ ନିର୍ବାଚିତ ବିଧାୟକ ରୁଦ୍ର ମହାରଥୀ

ପିପିଲି ବିଧାୟକ ଭାବେ ନବ ନିର୍ବାଚିତ ରୁଦ୍ର ପ୍ରତାପ ମହାରଥୀ, ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Student Swept Away In Drain
ଏବେ ପଶିଲା ଚେତା ! ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତି, କଭର ହେବ ମୁକୁଳା ଡ୍ରେନ୍‌

ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଡ୍ରେନେଜ୍‌ ସମସ୍ୟା ନେଇବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

Sarbananda Sonowal
ସାଂସଦ ଭାବେ ଶପଥ ନେବା ପୂର୍ବରୁ ବୈଜୟନ୍ତଙ୍କ ମାର୍ଗଦର୍ଶନ ଲୋଡ଼ିଲେ ସର୍ବାନନ୍ଦ

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ସର୍ବାନନ୍ଦ ।

Brain bank
ଓଡ଼ିଶାରେ ଖୁବ୍‌ଶୀଘ୍ର ବ୍ରେନ୍ ବ୍ୟାଙ୍କ୍, ଏଣିକି ମସ୍ତିଷ୍କ ବି ଦାନ କରିପାରିବେ ଲୋକ

ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବ୍ରେନ୍ ବ୍ୟାଙ୍କ୍ । ପୂର୍ବ ଭାରତରେ ପ୍ରଥମ ଥର ଏଭଳି ଏକ ବ୍ୟାଙ୍କ୍ ଖୋଲିବକୁ ଯାଉଛି । ମେଡିକାଲ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଏବଂ ଗବେଷଣା ନିମନ୍ତେ ଏହା ବେଶ୍ ମହତ୍ୱ ରଖିବ ।

Fire Crackers
ଏଥର ବି ପାଣିଚିଆ ହେଲା ପାର୍ବଣ, ମୁଣ୍ଡରେ ହାତ ଦେଲେଣି ଛୋଟ ବ୍ୟବସାୟୀ

ଏଥର ବି ପାର୍ବଣକୁ ପାଣିଚିଆ କରିଦେବ ମହାମାରୀ କରୋନା । ନା ଚମକିବ ମେଢ଼, ନା ଝଟକିବ ମଣ୍ଡପ । ମହାମାରୀ ମାଡ଼ରେ ଗତବର୍ଷ ଭଳି ଏଥର ବି ଖାଁ ଖାଁ ଲାଗିବ ଚତୁର୍ଦ୍ଦିଗ । କାରଣ ବିନା ବାଣ ରୋଷଣୀ ସହ ପାର୍ବଣକୁ ନିରାଡମ୍ବର ଭାବେ ପାଳିବା ପାଇଁ ଅକ୍ଟୋବର ଗାଇଡଲାଇନ୍ସରେ ସରକାରଙ୍କ କଡ଼ା ନିର୍ଦ୍ଦେଶ  ରହିଛି ।

Pradeep majhi
ବିଜେଡିକୁ ସାହା କଂଗ୍ରେସ ନେତା

ଦୁଇ ଦଶନ୍ଧି ଧରି ସରକାରରେ ମାଳ ମାଳ ନେତା, ବିରୋଧୀ ନିଷ୍କ୍ରିୟ ତଥାପି ବିଜେଡିକୁ ସାହା କଂଗ୍ରେସ ନେତା । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାର ଟାଣୁଆ କଂଗ୍ରେସ ନେତା ପ୍ରଦୀପ ମାଝୀ ବିଜେଡିରେ ଖୁବ୍ ଶୀଘ୍ର ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।

Mobile Game
ପବ୍‌ଜି ହେଉ କି ଫ୍ରି ଫାୟାର୍ ଅବା ବ୍ୟାଟଲ୍ ଗ୍ରାଉଣ୍ଡ, ଖେଳିଲେ ନିଶା ହୋଇଯାଉଛି !

ମୋବାଇଲ ଗେମ୍‌ର ମାୟାରେ ବାୟା କିଶୋର କିଶୋରୀ ଓ ଯୁବପିଢ଼ି । ପବ୍‌ଜି ହେଉ କି ଫ୍ରି ଫାୟାର୍ ଅବା ବ୍ୟାଟଲ୍ ଗ୍ରାଉଣ୍ଡ । ଏହି ସବୁ ମୋବାଇଲ ଗେମ୍, ପିଲାଙ୍କ ପାଇଁ ଆଡିକ୍ସନ ବା ଏକପ୍ରକାର ନିଶା ପାଲଟି ଯାଉଛି ।

Brown Sugar Seized
୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଷ୍ଟାର ପିଣ୍ଟୁକୁ ଗିରଫ କଲା ପୋଲିସ

ରାଜଧାନୀ ଭବନେଶ୍ୱରରୁ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ଖାଲି ସେତିକି ନୁହେଁ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଷ୍ଟାର ପିଣ୍ଟୁ ।

Prithiviraj Harichandan
‘ପିପିଲିରେ ଏଥର ୭୮% ଭୋଟ, ପରିବର୍ତ୍ତନର ସଙ୍କେତ’

ପିପିଲିରେ ଏଥର ୭୮ ପ୍ରତିଶତ ଭୋଟ୍ ପଡିଛି । ୨୦୧୪ ଓ ୨୦୧୯ ତୁଳନାରେ ଏଥର ପିପିଲିରେ ଭୋଟ୍ ପ୍ରତିଶତ ବଢିବା ପରିବର୍ତ୍ତନର ସଙ୍କେତ । ଆଜି ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

NSO Report
ଓଡ଼ିଶାରେ ଧନୀ ଅଧିକରୁ ଅଧିକ ଧନୀ, ଗରିବ ସମ୍ପୂର୍ଣ୍ଣ ନିର୍ଧନ; ଜାଣନ୍ତୁ କେମିତି ?

ବଢ଼ି ଚାଲିଛି ଧନୀ-ଗରିବ ତାରତମ୍ୟ । ବଢୁଛି ଧନୀଙ୍କ ଧନ ପରିମାଣ, ଅଧିକରୁ ଅଧିକ ଗରିବ ହେଉଛନ୍ତି ନିର୍ଧନ । କରୋନା ସଂକ୍ରମଣ କାଳରେ ଏହି ପ୍ରଭେଦ ମାତ୍ରାଧିକ ବୃଦ୍ଧି ପାଇଥିବା NSO ସର୍ବେକ୍ଷଣରୁ ନଜରକୁ ଆସିଛି ।

Pipili Vote
ସରିଲା ପିପିଲି ଭୋଟ, ୩ରେ ଜଣାପଡ଼ିବ କିଏ ଧରିବ ମଙ୍ଗ..

ଦୁଇ ଦୁଇ ଥର ସ୍ଥଗିତ ପରେ ଶେଷରେ ଆଜି ଶାନ୍ତିଶୃଙ୍ଖଳାର ସହ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଶେଷ ହୋଇଛି । ନିର୍ବାଚନ କମିଶନ୍‌ଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୫ଟା ସୁଦ୍ଧା ୬୮.୪ ପ୍ରତିଶତ ମତଦାନ ହୋଇଛି ।

Birendra Lakra
ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା

ହକିରୁ ଅବସର ଘୋଷଣା କଲେ ବୀରେନ୍ଦ୍ର ଲାକ୍ରା । ଟୋକିଓ ହକି ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା । ବୀରେନ୍ଦ୍ରଙ୍କ ଅବସର ଘୋଷଣା ନେଇ ହକି ଇଣ୍ଡିଆ ପକ୍ଷରୁ ଟୁଇଟ୍ ।