• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Meeting
ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ପ୍ରସ୍ତୁତ ହେଲା ଆକ୍ସନ ପ୍ଲାନ୍

ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ପ୍ରସ୍ତୁତ ହେଲା ଆକ୍ସନ ପ୍ଲାନ୍ । ନିଆଣ୍ଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିଥିଲା ବୈଠକ ।

Pradeep Panigrahi
ସୁପ୍ରିମକୋର୍ଟରେ ପହଞ୍ଚିଲା ଲୋକାୟୁକ୍ତଙ୍କ ବିରୋଧରେ ଅଭିଯୋଗ

ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଲୋକାୟୁକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି ।

law Student
ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ତରବରିଆ ଭାବେ ୬ମାସରେ ୪ଟି ସେମିଷ୍ଟରର ଅଫଲାଇନ ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ ।

Odisha sees 1193 new corona positive cases
ରାଜ୍ୟରେ ପୁଣି ୭୬୧ ଜଣ କରୋନା ସଂକ୍ରମିତ, ୬୮ ମୃତ

ରାଜ୍ୟରେ ଆଜି ପୁଣି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ରହିଛନ୍ତି । ଏହାସହ ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଏବଂ କଟକରୁ ୧୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।

SHG
ବିଜେଡି ଖେଳିଲାଣି SHG କାର୍ଡ, ମହିଳା ଭୋଟ ଖସିବା ନେଇ ରହିଛି କି ଭୟ ?

SHG ସଦସ୍ୟାମାନଙ୍କୁ ରୋଜଗାର ଯୋଗାଇ ଦେବାକୁ କଡ଼ା ତାଗିଦ୍ । କାମ ଯୋଗାଇବାରେ ପଛରେ ପଡ଼ିଥିବା ବିଭାଗଗୁଡ଼ିକ ଉପରେ ଅସନ୍ତୋଷ ଝା଼ଡିଲେ ସରକାର ।

farmer
ରାଜ୍ୟରେ ମରୁଡ଼ି ସ୍ଥିତି, ୨୭ ଜିଲ୍ଲାରେ କମ୍‌ ବର୍ଷା

ବର୍ଷା ଅଭାବରୁ ପୁଣି ଏକ ପ୍ରାକୃତିକ ଦୁର୍ବିପାକର ସାମ୍ନା କରିବାକୁ ଯାଉଛି ଓଡ଼ିଶା । ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ଆସନ୍ନ ମରୁଡ଼ିର ପଦଧ୍ୱନି । ରାଜ୍ୟରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଯାଜପୁର, ଭଦ୍ରକ, ଅନୁଗୁଳ, ବଲାଙ୍ଗୀରର ଓ କେନ୍ଦୁଝରରେ ସାଙ୍ଘାତିକ ସ୍ଥିତି । 

Rakhi
ନିଆରା ରାକ୍ଷୀ ଆଉ ନିଆରା ଢ଼ଙ୍ଗରେ ପାଳନ ହେଲା ରକ୍ଷା ବନ୍ଧନ, ଦେଖନ୍ତୁ..

ପଟିଆସ୍ଥିତ RMD ଡିଗ୍ରୀ କଲେଜର ରୋଭରସ, ରେଞ୍ଜର୍ସ ଛାତ୍ରୀଙ୍କ ପକ୍ଷରୁ ନିଆରା ରକ୍ଷା ବନ୍ଧନ ଉତ୍ସବ ପାଳିତ । ବିଭିନ୍ନ ପ୍ରକାର ମଞ୍ଜିରେ ଏମାନେ ରାକ୍ଷୀ ପ୍ରସ୍ତୁତ କରିଥିଲେ ।

AIIMS
ଆଉ ପାଦେ ଆଗେଇଲା ଭୁବନେଶ୍ୱର AIIMS, ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ଆରମ୍ଭ

ଆଉ ପାଦେ ଆଗେଇଲା ଭୁବନେଶ୍ୱର ଏମ୍‌ସ । ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେଲା ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ।ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ପକ୍ଷରୁ ଏହି କେନ୍ଦ୍ର ଆରମ୍ଭ କରାଯାଇଛି ।

Pentagan Bar Seal
ରାଜଧାନୀରେ ପେଣ୍ଟାଗନ୍ ଓ ନଶା ବାର୍‌ ସିଲ୍‌, ୩ ଯୁବତୀ ଉଦ୍ଧାର

ସିଲ୍‌ ହେଲା ବାର୍‌ । ସଟ୍‌ଡାଉନ୍‌ ନିୟମ ଭାଙ୍ଗି ବାର୍‌ ଚଲାଇଥିବାରୁ ସିଲ୍‌ କଲା ବିଡିଏ । ସପ୍ତାହନ୍ତ ସଟ୍‌ଡାଉନ୍‌ ସମୟରେ ବାର୍‌ ବନ୍ଦ ରଖିବାକୁ ନିୟମ ଥିବା ବେଳେ ଏହାକୁ ଖାତିର ନକରି ବାର୍‌ ଖୋଲାଯାଇଥିଲା ।

indian Army
ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ, ହେଲେ ତାଙ୍କ ପରିବାରକୁ ସୁରକ୍ଷା ଦେବ କିଏ ?

ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ସୀମାରେ ଦିନ ରାତି ଜଗୁଛନ୍ତି ଯବାନ । ହେଲେ ଏପଟେ ନିଜ ପରିବାର ଅସୁରକ୍ଷିତ । ଏକ ଜମିଜମା ବିବାଦକୁ ନେଇ ପଡ଼ୋଶୀଙ୍କ ନିର୍ଯାତନା ଓ ପୋଲିସ ବିରୋଧରେ ନାଲିଆଖି ଅଭିଯୋଗ ଆଣିଛନ୍ତି ଜଣେ ଯବାନ ।

Master Canteen Statue
ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନାନ୍ତର ବେଳେ ଭାଙ୍ଗିଲା ମୂର୍ତ୍ତୀ, ଅଠା ମାରି ଯୋଡ଼ିଲା ପ୍ରଶାସନ !

ମାଷ୍ଟରକ୍ୟାଣ୍ଟିନସ୍ଥିତ ଐତିହ୍ୟ ଘୋଡ଼ା ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ପାଇଁ ମୂର୍ତ୍ତି ସ୍ଥାନାନ୍ତର ବେଳେ ଭାଂଗିଗଲା ନର୍ତ୍ତକୀ ମୂର୍ତ୍ତି । ଏହାର ପ୍ରତିବାଦ କରି ଆଜି ଘୋ଼ଡା ଏବଂ ଯୋଦ୍ଧା ମୂର୍ତ୍ତି ତଳେ ବିକ୍ଷୋଭ ଏବଂ ଧାରଣା ଦିଆଯାଇଥିଲା ।

Dharmendra Pradhan
ଖୁବଶୀଘ୍ର ଓଡ଼ିଶାକୁ ମିଳିବ ରୁଷାର ବକେୟା ଅର୍ଥ: ଧର୍ମେନ୍ଦ୍ର

ଖୁବଶୀଘ୍ର ଓଡ଼ିଶାକୁ ମିଳିବ ରୁଷାର ବକେୟା ଅର୍ଥ । ରାଜ୍ୟରେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ସ୍ଥିତିି ନେଇ ଆଜି ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଜାତୀୟ ଶିକ୍ଷାନୀତି ଉପରେ ମଧ୍ୟ ଆଲୋଚନା ହୋଇଛି ।

Ashwini Vaishnaw
ବଢ଼ୁଛି ଅଶ୍ୱିନୀଙ୍କ କ୍ରେଜ୍‌, ମନମୋହୁଛି ତାଙ୍କର କମନମ୍ୟାନ୍‌ ଅନ୍ଦାଜ..

ସାରା ଓଡ଼ିଶାରେ ଏବେ ଅଶ୍ୱିନୀ କ୍ରେଜ୍‌ । ତାଙ୍କ କମନମ୍ୟାନ୍‌ ଅନ୍ଦାଜ ଏବେ ସବୁରିଙ୍କ ମୁହଁରେ । ତେବେ କେନ୍ଦ୍ର ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସେ ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହେବା ପାଇଁ ଓଡ଼ିଶା ଆସିଛନ୍ତି ।

Dmet Chief CBK Mohanty
ପିଲାଙ୍କୁ ଟିକା ମିଳିବ କେବେ? DMET କହିଲେ, କେନ୍ଦ୍ର ଗାଇଡ୍‌ ଲାଇନ୍‌କୁ କରିଛୁ ଅପେକ୍ଷା

ତେବେ ଆଜି ରାଜ୍ୟରେ ରାଜ୍ୟରେ ୨୪ ଘଣ୍ଟାରେ ୯୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୬ ଆକ୍ରାନ୍ତ। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୩୧; ଲୋକାଲ କେସ୍- ୩୮୦ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪ ହୋଇଥିବା ବେଳେ ପଜିଟିଭିଟି ୧.୨୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

AIIMS
ଗରିବ ଲୋକଙ୍କୁ ମାଗଣାରେ ଇକ୍‌ମୋ ଚିକିତ୍ସା ଯୋଗାଇବ ଏମ୍ସ

ଏମ୍ସର ବଡ଼ ନିଷ୍ପତ୍ତି। ଏଣିକି ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ଯୋଗାଇବ ଏମ୍ସ। ଭୁବନେଶ୍ୱର ଏମ୍ସରେ ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ମିଳିବ। ରାସନ କାର୍ଡଧାରୀ ଓ ଗରିବ ଲୋକଙ୍କୁ ମାଗଣାରେ ମିଳିବ ଚିକିତ୍ସା ବୋଲି ସୂଚନା ମିଳିଛି। ଭୁବନେଶ୍ୱର ଏମ୍ସ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏନେଇ ସୂଚନା ଦେଇଛନ୍ତି। ଗତ ଜୁଲାଇ ୧୫ରୁ ଏମ୍ସରେ କାର୍ଯ୍ୟକ୍ଷମ ହୋଇଛି ଇକମୋ ମେସିନ।

Taraprasad With Niranjan
ଥମୁନି କନ୍ଦଳ, ତାରା କହିଲେ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ

ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଥମିବାର ନାଁ ଧରୁନି । ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ।

Political Leader
କେନ୍ଦ୍ରମନ୍ତ୍ରୀଙ୍କ ଏଣ୍ଟ୍ରି ପରେ ରାଜ୍ୟ ରାଜନୀତିରେ ଉଷ୍ମତା, ପ୍ରଣବ-ଅରୁଣଙ୍କ ଟ୍ୱିଟ୍‌କୁ ବିଜେପିର ଜବରଦସ୍ତ ଟାର୍ଗେଟ୍‌

ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ଗତକାଲି ରାଜ୍ୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଯାଇଛି ।

Ashwini Vaishnaw
‘ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ହେବ ତ୍ୱରାନ୍ୱିତ’

ରାୟଗଡା ନୂତନ ରେଳ ଡିଭିଜନର କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ପ୍ରସ୍ତାବିତ ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।

 CM Naveen Smart Health Card
ସାଢ଼େ ୩ କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ, ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା

ମାଲକାନଗିରିରେ ବିିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରଛନ୍ତି ମୁଖ୍ୟମନ୍ତ୍ରୀ । ସଦର ମହକୁମାସ୍ଥିତ ସଂସ୍କୃତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ ସହ ହିତାଧିକାରୀଙ୍କୁ  BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।

Politics
ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ରାଜ୍ୟ ରାଜନୀତି, ଗାଁ ଭୋଟରଙ୍କୁ ହାତେଇବାକୁ ନେତାଙ୍କ ଯୋଜନା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଗାଁ ଭୋଟରଙ୍କୁ ଆକର୍ଷିତ କରିବାକୁ ଗାଁ ମୁହାଁ ନେତା । ବିଜେପି ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଜିଠୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି ।

bhartuhari mahatab
ବୋହୂର ଅଭିଯୋଗ ନେଇ ଭର୍ତ୍ତୃହରିଙ୍କ ବଡ଼ ବୟାନ, ଘରର ବଡ଼ ଭାଇ ଭାବେ ନବୀନ ସବୁ ଜାଣିଛନ୍ତି

ବୋହୂର ଅଭିଯୋଗ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା । ମୋ ଜୀବନ ଏକ ଖୋଲାବହି ବୋଲି କହିଲେ ଭର୍ତ୍ତୃହରି ମହତାବ । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ଜାଣିଥିଲେ କହିଲେ ଭର୍ତ୍ତୃହରି ।

BPEd Student Protest
ନଅତାଲାରେ BPEd ଛାତ୍ରଛାତ୍ରୀଙ୍କ ହଙ୍ଗାମା, ପୋଲିସ ଟେକି ନେଇ ବାହାରେ ଛାଡ଼ିଲା

ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ କାର୍ଯ୍ୟାଳୟ ଘେରିଲେ ବ୍ୟାଚଲର ଅଫ୍ ଫିଜିକାଲ ଏଜୁକେଶନ ବା BPEd ଛାତ୍ରଛାତ୍ରୀ । ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ନତାଲାର ଷଷ୍ଠ ମହଲାରେ ଥିବା ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ ସମ୍ମୁଖରେ ଧାରଣାରେ ବସିଲେ ।

Elephant Corridor
ରାଜ୍ୟରେ ୧୪ଟି ହାତୀ କରିଡର ପାଇଁ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ରାଜ୍ୟରେ ରହିଥିବା ହାତୀଙ୍କ ସୁରକ୍ଷା ଲାଗି ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ, ହାତୀଙ୍କ ଚଲାପଥ ସୁରକ୍ଷିତ କରିବାକୁ ଖୁବଶୀଘ୍ର ୧୪ଟି ହାତୀ କରିଡର ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ । ୨ ମାସ ମଧ୍ୟରେ ଏନେଇ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି ।

baijayanata
ଲୋକଙ୍କ ପ୍ରତିନିଧି ନୁହେଁ ବରଂ ମାଫିଆ ଭଳି ଆଚରଣ କରୁଛନ୍ତି ରାଜ୍ୟ ସରକାର: ବୈଜୟନ୍ତ ପଣ୍ଡା

ଭାରିଗଦାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ।

Corona
ଖସୁଛି ସଂକ୍ରମଣ ହେଲେ ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ବଢ଼ୁଛି ବିପଦ

ରାଜ୍ୟରେ ଖସୁଛି ଦୈନିକ କୋଭିଡ୍ ସଂକ୍ରମଣ ହେଲେ କମିବାର ନାଁ ଧରୁନି ୧୮ ବର୍ଷରୁ କମ୍ ବୟସ୍କ ବର୍ଗଙ୍କ ପଜିଟିଭ୍ ସଂଖ୍ୟା । ଅଗଷ୍ଟ ୧୫ ତାରିଖରେ ୧୩୮ ଜଣ, ୧୬ରେ ୧୦୪, ୧୭ରେ ୯୬, ଆଉ ଆଜି ମୋଟ୍ ୯୯୩ ପଜିଟିଭ୍‌ଙ୍କ ମଧ୍ୟରୁ ଏହି ବର୍ଗରୁ ୧୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।