Advertisment

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ, ବଢ଼ିବ ଦରମା

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନିଷ୍ପତ୍ତି ହୋଇଛି।  ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Teachers

Teachers

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନେଇ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ଏହାଦ୍ୱାରା ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ଦରମା ପାଇବେ। 

Advertisment
  • ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚପ୍ରାଥମିକ ସ୍କୁଲ ଶିକ୍ଷକ ପାଇବେ ନୂତନ ଦରମା।   
  • ଏଡେଡ୍ ବେସରକାରୀ କଲେଜ ଶିକ୍ଷକମାନେ ମଧ୍ୟ ପାଇବେ ନୂତନ ଦରମା
  • ନୂତନ ବର୍ଦ୍ଧିତ ବେତନ ୧.୧. ୨୦୨୨ଠାରୁ ଲାଗୁ ହେବ
  • ଏହାଦ୍ୱାରା ୨୬ ହଜାର ସ୍କୁଲ ଶିକ୍ଷକ ଓ ୧୬, ୬୬୪ କଲେଜ ଅଧ୍ୟାପକ ଉପକୃତ ହେବେ
  • ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଅତିରିକ୍ତ ବ୍ୟୟ ପଡ଼ିବ

ସେପଟେ ୫ ମହାନଗର ନିଗମ ପାଇଁ ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ରାଜ୍ୟ କ୍ୟାବିନେଟ୍‌ରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୫ଟି ମହାନଗର ନିଗମର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ଯୋଗାଇ ଦିଆଯିବା ସହ ସେହି ବସ୍ତିର ଉନ୍ନତିକରଣ କରାଯିବ।

Advertisment
7th Pay Commission
Advertisment
Advertisment