Advertisment

ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି : ପ୍ରାର୍ଥୀଙ୍କ ପାଇଁ ଜାରି ହେଲା ନିର୍ବାଚନୀ ଚିହ୍ନ

ସରକାରୀ ପ୍ରେସରେ ବାଲଟ ପେପର ଛପା ଚାଲିଛି । ପ୍ରାର୍ଥୀଙ୍କୁ ଆଲଫାବେଟିକାଲ ଅର୍ଡରରେ ସିମ୍ବଲ ଆଲର୍ଟ କରାଯିବ ।

author-image
Prangyan Parimita
ଅଦ୍ୟତନ ହୋଇଛି
election

election

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଲାଗି ବିଭିନ୍ନ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପଞ୍ଚାୟତ ନିର୍ବାଚନରେ ଲଢୁଥିବା ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨ ପ୍ରକାର ଚିହ୍ନ, ସମିତି ସଭ୍ୟଙ୍କ ଲାଗି ୧୯ ପ୍ରକାର, ଓ୍ୱାର୍ଡ ମେମ୍ବର ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଲାଗି ୧୫ ପ୍ରକାର ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ୧୯ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

Advertisment

ଶଗଡ଼ଗାଡି, ନିକିତି, କଲମ, ନଡ଼ଇାଗଛ, ଖୋଲା ବହି, ମାଛ, ସୂର୍ଯ୍ୟ, ଲଙ୍ଗଳ, କେଟିଲି, ଷ୍ଟୁଲ, ବସ ଭଳି ଅନେକ ପ୍ରକାର ଚିହ୍ନ ଜାରି କରାଯାଇଛି । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ ଆଲଫାବେଟିକାଲ ଅର୍ଡରରେ ପ୍ରାର୍ଥୀଙ୍କୁ ସିମ୍ବଲ ଦିଆଯିବ । ସେହିପରି ବାଲଟ ପେପର ସରକାରୀ ପ୍ରେସରେ ଛପା ଚାଲିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ । କୋଭିଡ ପରିସ୍ଥିତି ଦେଖି ପ୍ରସ୍ତୁତ ହେବ ଗାଇଡଲାଇନ୍ । ବାଲଟ୍ ବକ୍ସ ବି ଆସି ସାରିଛି । ଆବଶ୍ୟକ ହେଲେ ଅନ୍ୟ ରାଜ୍ୟରୁ ବି ଆସିବ ବାଲଟ୍ ବକ୍ସ ବେଲି ସେ ସୂଚନା ଦେଇଛନ୍ତି ।

ସେପଟେ ପଞ୍ଚାୟତ ନିର୍ବାଚନରେ ନୂଆ ସଂରକ୍ଷଣ ଚିଠା ତାଲିକାକୁ ନେଇ ବଢୁଛି ଅସନ୍ତୋଷ । ପଛୁଆବର୍ଗକୁ ବାଦ୍ ଦେଇ ସଂରକ୍ଷଣ ତାଲିକା ପ୍ରକାଶ ପରେ ଓଲଟପାଲଟ ହୋଇଛି ସଂରକ୍ଷଣ ଗଣିତ । କାରଣ ପ୍ରଥମ ତୁଳନାରେ ନୂଆ ତାଲିକାରେ ହୋଇଛି ଅନେକ ପରିବର୍ତ୍ତନ । ସାଧାରଣବର୍ଗ ସ୍ଥାନରେ ଅନୂସୂଚିତ ଜାତି ଓ ଅନୂସୂଚିତ ଜାତି ସ୍ଥାନରେ ସାଧାରଣ ବର୍ଗଙ୍କ ଲାଗି ସଂରକ୍ଷଣ କରାଯାଇଥିବାରୁ ତେଜିଛି ରାଜନୀତି । ସଂରକ୍ଷଣ ତାଲିକା ବଦଳାଇବା ବିଜେଡି ପାଇଁ ବୁମେରାଂ ହେବ ବୋଲି ବିରୋଧୀ କହିଛନ୍ତି ।

Advertisment
Panchayat Election
Advertisment
Advertisment