• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ରାଜଧାନୀରେ ଚାଞ୍ଚଲ୍ୟ । ହଷ୍ଟେଲ ଭିତରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଖବର ପାଇ ପହଞ୍ଚିଲା ପୋଲିସ । ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କଲା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଖୋଦ ରାଜଧାନୀର ଛାତି ଉପରେ ।

ଇନ୍ଫୋସିଟି ଥାନା ଅଞ୍ଚଳର ଥିବା ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ଘରୋଇ କଲେଜରେ ଏମବିଏ ଦ୍ୱିତୀୟ ବର୍ଷରେ ପାଠପଢ଼ୁଥିଲେ । ମୃତ୍ୟୁର ସଠିକ୍‌ କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଛାତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ଏହାସହ ଛାତ୍ରୀଙ୍କ ସାଙ୍ଗସାଥି ଓ ସହପାଠିମାନଙ୍କୁ ପୋଲିସ ପଚରାଉଚରା ଆରମ୍ଭ କରିଛି । 

ଛାତ୍ରୀଜଣକ କାହା ସହ ମିଶୁଥିଲେ କାହା ସହ ବୁଲୁଥିଲେ ସେନେଇ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ସେ କୌଣସି ମାନସିକ ଚାପରେ ଥିଲେ ନା ନାହିଁ, ଏମିତିକି ପରିବାର ପକ୍ଷରୁ କୌଣସି ଚାପ ଥିଲା କି ନାହିଁ, କିମ୍ବା ପ୍ରେମ ସମ୍ପର୍କ ପାଇଁ ଏଭଳି ଘଟଣା ଘଟିଛି । ଏହି ସବୁ ଦିଗ ଉପରେ ପୋଲିସର ନଜର ରହିଛି । ଖୁବ୍‌ଶୀଘ୍ର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।