• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Bhubaneswar Murder Case
ପ୍ରେମ ପାଇଁ ହୋଇଛି କି ଭୀମଟାଙ୍ଗୀ ହତ୍ୟାକାଣ୍ଡ?

ପ୍ରେମ ପ୍ରତାରଣାରୁ ପ୍ରଚଣ୍ଡ ପ୍ରତିଶୋଧ? ନା ଏକତରଫା ପ୍ରେମରୁ ଜଘନ୍ୟ କାଣ୍ଡ? ଭୁବନେଶ୍ୱର ଭୀମଟାଙ୍ଗୀ ମହିଳା ହତ୍ୟାକାଣ୍ଡର କାରଣକୁ ନେଇ ଚର୍ଚ୍ଚା ଭୀମଟାଙ୍ଗୀ ଫେଜ୍ ଓ୍ୱାନରେ ରହୁଥିବା ଯାଜପୁର କୁଆଖିଆ ଅଞ୍ଚଳର ୨୬ ବର୍ଷୀୟ ମହିଳା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କ ହତ୍ୟାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ମିଳିପାରିନି ସ୍ପଷ୍ଟ ଚିତ୍ର

rath yatra
ରଥଯାତ୍ରାରେ ଗଜପତି କରିବେ ଛେରାପହଁରା

ରଥଯାତ୍ରାରେ ଗଜପତି କରିବେ ଛେରାପହଁରା । ସ୍ନାନପୂର୍ଣ୍ଣମାରେ ଛେରାପହଁରା କରିନଥିବା ଗଜପତି ମାହାରାଜ ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ ।

Pradipta Mohapatra
ଏଣିକି ବନ୍ଦ ହୋଇଯିବ ସବୁ କୋଭିଡ୍‌ କେୟାର ସେଣ୍ଟର

ଏଣିକି ବନ୍ଦ ହେବ କୋଭିଡ୍‌ କେୟାର ସେଣ୍ଟର । ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାରୀ ଓ ବେସରକାରୀ କୋଭିଡ୍ କେୟାର ସେଣ୍ଟର ଗୁଡ଼ିକ ବନ୍ଦ ହେବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଉଛି ।

murder in bhubaneswar
ବୀଭତ୍ସ ହତ୍ୟା ପଛରେ ରହିଛି ପୂର୍ବ ସମ୍ପର୍କ?

ଭୁବନେଶ୍ୱର ଭୀମଟାଙ୍ଗି ଅଂଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବ ସମ୍ପର୍କ । ଏକଥା ନିଜେ କହିଛନ୍ତି ଅଭିଯୁକ୍ତଙ୍କ ମା’ସାବିତ୍ରୀ ପ୍ରଧାନ। ମୃତ ମହିଳା ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅ ଜଗନ୍ନାଥଙ୍କ ନିବିଡ଼ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କ ବିବାହ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହି ନଥିଲା। ଗତବର୍ଷ ଲକଡାଉନ୍‌ ପରେ ଉଭୟଙ୍କ ମଧ୍ୟରେ ପୁଣି ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଅଭିଯୁକ୍ତଙ୍କ ମା।

cbk mohanty
କରୋନା ଜନିତ ମୃତ୍ୟୁସଂଖ୍ୟାକୁ ଲୁଚାଉ ନାହାନ୍ତି ସରକାର: ସିବିକେ ମହାନ୍ତି

ଗୋଟିଏ ଦିନରେ ଆସୁଥିବା ମୃତ୍ୟୁସଂଖ୍ୟା ସେହି ନିର୍ଦ୍ଧିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ କରାଯାଇ କୋଭିଡ ମୃତ୍ୟୁସଂଖ୍ୟାକୁ ଘୋଷଣା କରାଯାଉଛି ବୋଲି ସିବିକେ କହିଛନ୍ତି । ସରକାର ମୃତ୍ୟୁସଂଖ୍ୟାକୁ ଲୁଚେଇ ନାହାନ୍ତି ।