ଆସନ୍ତା ୧୭ରେ ଖୋଲିବ ସ୍କୁଲ୍, ସପ୍ତାହେ ପୂର୍ବରୁ ହେବ ପ୍ରସ୍ତୁତି । ଶ୍ରେଣୀ ଗୃହରୁ ନେଇ ଶୌଚାଳୟ ପରିଷ୍କାର କରିବାକୁ ନିର୍ଦ୍ଦେଶ । ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ।
ଆସନ୍ତାକାଲିଠୁ ପୁଣି ସ୍ୱାଭାବିକ ହେବ ସ୍କୁଲ୍ ପାଠପଢ଼ା। ୧୭ରୁ ସ୍କୁଲ୍ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ୩ ତାରିଖରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେବା ସହ ଦ୍ୱନ୍ଦ୍ୱ ଦୂର କରିଛନ୍ତି।
ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସ୍କୁଲ୍ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି DMET କହିଛନ୍ତି।
ଆଜିଠାରୁ ବିଦ୍ୟାଳୟରେ ନବମ ଶ୍ରେଣୀ କ୍ଲାସ୍ ଆରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ କ୍ଲାସ୍ରୁମ୍ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ଅନୁମତି ପତ୍ର ନେଇ ସ୍କୁଲ ଆସିଥିବା ବେଳେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା।