ଓଡ଼ିଶାରେ ତଥା ପୂରା ବିଶ୍ୱରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଡେଲଟା ଭାରିଆଣ୍ଟ୍ ମାଡ଼ୁଥିବା ବେଳେ ଲୋକଙ୍କୁ ଅକ୍ସିଜେନର ଆବଶ୍ୟକତା ପଡ଼ୁଥିଲା । କିନ୍ତୁ ଏବେ ସେପରି ସ୍ଥିତି ନାହିଁ । ଏବେ ଚାରିଆଡ଼େ ଓମିକ୍ରନ୍ ହିଁ ସଂକ୍ରମିତ କରୁଛି । ଘରେ ଘରେ ପହଞ୍ଚିବ ଓମିକ୍ରନ୍ । ଏହା ସମସ୍ତଙ୍କୁ ଆକ୍ରାନ୍ତ କରିବ ।
ଓମିକ୍ରନ୍ ଆଣିବ ନୂଆ ଭ୍ୟାରିଆଣ୍ଟ୍ ? ସ୍ଥିତି ଆହୁରି ଭୟାନକ୍ ହୋଇପାରେ ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ରାଜ୍ୟରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଏହି କ୍ରମରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ମାତ୍ର ୧୦ ଦିନ ଭିତରେ ରାଜ୍ୟରେ ୧୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି ।
ଜାନୁଆରୀ ୩ରୁ ଖୋଲିବ ପ୍ରାଇମେରୀ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କର ଆରମ୍ଭ ହେବ ଶ୍ରେଣୀଗୃହ ଶିକ୍ଷାଦାନ । କରୋନାର ତୃତୀୟ ଲହର ଆଶଙ୍କା ଭିତରେ ପ୍ରାଇମେରୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ଓଡ଼ିଶାରେ ଚିହ୍ନଟ ହୋଇଥିବା ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଉଭୟ ନନ୍ ଆଟ୍ ରିସ୍କ ଦେଶରୁ ଫେରିଛନ୍ତି। ଯାହାକି ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଜଣେ ଦକ୍ଷିଣ ଆଫ୍ରିକୀୟଙ୍କୁ ଜାଲ୍ RTPCR ରିପୋର୍ଟ ଯୋଗାଇଥିଲେ ୪ ଅଭିଯୁକ୍ତ । ଆଉ ବିଦେଶୀ ଜଣକ ନିଜ ଦେଶ ଫେରିବାକୁ ନକଲି ରିପୋର୍ଟ ଦାଖଲ କରିଥିଲେ ।
ଆନ୍ଧ୍ରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶାରେ ଛନକା ପସିଛି । ଯେହେତୁ ପୂର୍ବରୁ ଘାତକ ଡେଲ୍ଟା ଭାରିଆଣ୍ଟ ପଡ଼ୋଶୀ ଛତିଶଗଡ଼ରୁ ଆସିଥିଲା, ତେଣୁ ଏବେ ଓମିକ୍ରନ ପାଇଁ ସମସ୍ତ ସୀମାନ୍ତ ଜିଲ୍ଲା ଗୁଡ଼ିକୁ ସତର୍କ କରାଇଛନ୍ତି ରାଜ୍ୟ ସରକାର ।
ଓଡ଼ିଶାକୁ ଘାରୁଛି ଓମିକ୍ରନ୍ ଚିନ୍ତା । ରାଜ୍ୟରୁ ଏପର୍ଯ୍ୟନ୍ତ କେହି ଜଣେ ହେଲେ ବି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ ହେଁ, ନଭେମ୍ବର ୨୯ ପରେ ପଜିଟିଭ ଥିବା ୨୪୬ ଜଣଙ୍କର ନମୁନାକୁ ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଅପରପକ୍ଷରେ ଚିନ୍ତାର କଥା ହେଉଛି, ଓମିକ୍ରନ ରିସ୍କ ଦେଶରୁ ଆସିଥିବା ୮ଶହ ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ଠିକଣା ମିଳୁନି ।
ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛି । ତାଞ୍ଜାନିଆ ଫେରନ୍ତା ଯୁବକ ଓମିକ୍ରନ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ସଂକ୍ରମିତ ଯୁବକଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏନେଇ ସୂଚନା ଦେଇଛନ୍ତି । ତେବେ ଦିନକୁ ଦିନ ଓମିକ୍ରନର ଭୟ ସାରା ଦେଶରେ ଆତଙ୍କ ଖେଳାଇବାରେ ଲାଗିଛି। କେନ୍ଦ୍ର ପକ୍ଷରୁ ଏନେଇ ସତର୍କବାଣୀ ଜାରି କରାଯାଇଛି ।
କର୍ଣ୍ଣାଟକରେ ଓମିକ୍ରନ୍ ଆକ୍ରାନ୍ତ ପରେ ଏବେ ଦେଶର ଅନ୍ୟ ରାଜ୍ୟକୁ ଘାରିଛି ଓମିକ୍ରନର ଭୟ । ଓମିକ୍ରନ ଚିହ୍ନଟ ଦକ୍ଷିଣ ଆଫ୍ରିକୀୟ ନାଗରିକ ଜଣକ ସ୍ୱଦେଶ ଫେରିଥିଲେ ବି ୭ ଦିନର ରହଣି ଭିତରେ ସେ କେଉଁଠି ଯାଇଥିଲେ, କାହା ସହ ମିଶିଥିଲେ ସେ ନେଇ ତନାଘନା ଚାଲିଛି।
ସପ୍ତାହେ ଘୁଞ୍ଚିପାରେ ଭାରତ କ୍ରିକେଟ ଟିମ୍ର ଦକ୍ଷିଣ ଆଫ୍ରିକା ଗସ୍ତ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆର ଗସ୍ତକୁ ସପ୍ତାହେ ସ୍ଥଗିତ ରଖାଯାଇପାରେ ବୋଲି ସୂଚନା ମିଳିଛି ।