• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓମିକ୍ରନ୍ ବଢ଼ୁଛି, ଭୟ ବଢ଼ୁଛି । ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ ଓମିକ୍ରନ ଆକ୍ରାନ୍ତ । ଫଳରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ILS ପକ୍ଷରୁ ସୂଚନା ଦିଆଯାଇଛି । ୨୧ ତାରିଖରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଉ ମାତ୍ର ୧୦ ଦିନ ଭିତରେ ଚିହ୍ନଟ ହେଲେଣି ୧୪ ଜଣ ସଂକ୍ରମିତ । ILS ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏସମ୍ପର୍କରେ ଅବଗତ କରାଯାଇଛି । 

ସେପଟେ ରାଜ୍ୟରେ ମାସେ ଭିତରେ ସରିବ ଟିକାକରଣ । ୧୫ରୁ ୧୮ ବର୍ଷ କିଶୋରଙ୍କ ଟିକାକରଣ କାର୍ଯ୍ୟକୁ ମାସେ ଭିତରେ ସାରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆସନ୍ତା ୧ ତାରିଖରୁ ପଞ୍ଜିକରଣ ହେବ, ୩ ତାରିଖରୁ ଟିକାକରଣ କରାଯିବ । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି ।

ସ୍ୱତନ୍ତ୍ର ଟିକାକରଣ କ୍ୟାମ୍ପ ଦ୍ୱାରା ଏମାନଙ୍କୁ କୋଭାକ୍ସିନ୍ ଦିଆଯିବ । ସକାଳୁ ଅପରାହ୍ନ ଯାଏଁ କିଶୋରଙ୍କୁ ଓ ପରେ ଅନ୍ୟ ମାନଙ୍କୁ ଟିକା ଦିଆଯିବ । କେବଳ କୋଭାକ୍ସିନ୍ ଟିକା କିଶୋରଙ୍କୁ ଦିଆଯିବ ସେ ଦିଗରେ ଧ୍ୟାନ ଦିଆଯିବ ।