Advertisment

ଦଲାଲ୍‌ ମୁକ୍ତ ହେବ RTO: ଏଣିକି ‘No’ ଅଫ୍‌ଲାଇନ୍‌, ‘Only’ ଅନ୍‌ଲାଇନ୍‌

ପରିବହନ ବିଭାଗର ଏଣିକି ‘No’ ଅଫ୍‌ଲାଇନ୍‌, ‘Only’ ଅନ୍‌ଲାଇନ୍‌। ପରିବହନ ବିଭାଗର ସବୁ କାମ ଏଣିକି ଅନ୍‌ଲାଇନ୍‌ରେ ହେବ। ନୂଆବର୍ଷ ଅର୍ଥାତ୍ ଆସନ୍ତାକାଲିଠାରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Transport

Odisha Transport

ପରିବହନ ବିଭାଗର ଏଣିକି ‘No’ ଅଫ୍‌ଲାଇନ୍‌, ‘Only’ ଅନ୍‌ଲାଇନ୍‌। ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ଗାଡି ପରମିଟ୍ ଭଳି ପରିବହନ ବିଭାଗର ସବୁ କାମ ଏଣିକି ଅନ୍‌ଲାଇନ୍‌ରେ ହେବ। ନୂଆବର୍ଷ ଅର୍ଥାତ୍ ଆସନ୍ତାକାଲିଠାରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହି ସୂଚନା ଦେଇଛନ୍ତି।    

Advertisment

ନୂଆବର୍ଷରୁ ଏହି ବଡ ସଂସ୍କାର ଆଣିବାକୁ ଯାଉଛି ରାଜ୍ୟ ପରିବହନ ବିଭାଗ। ପରିବହନ ବିଭାଗରେ ବିଭିନ୍ନ କାମ ଲାଗି ମିଡିଲ୍‌ ମ୍ୟାନ୍‌ ବା ଦଲାଲଙ୍କ ଭୂମିକା ରହୁଥିବା ନେଇ ଅଭିଯୋଗ ‌ଆସୁଥିଲା। ଅନେକାଂଶରେ ଦଲାଲମାନଙ୍କ ଭୂମିକା କମିଥିଲେ ବି ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇପାରିନାହିଁ। ଏଥିପାଇଁ ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ରେ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପରିବହନ ମନ୍ତ୍ରୀ କହିଛନ୍ତି।  

ପରିବହନ ମନ୍ତ୍ରୀ କହିଛନ୍ତି, ‘ଏଣିକି ଗାଡ଼ିର ସମସ୍ତ କାଗଜପତ୍ର କାମ ଅନ୍‌ଲାଇନ୍‌ରେ ହେବ। ପୂର୍ବରୁ ଏହା ଅଫ୍‌ଲାଇନ୍‌ ସିଷ୍ଟମ୍‌ରେ ହେଉଥିଲା। ହେଲେ ଏବେ ଅର୍ଥାତ୍‌ ଆସନ୍ତାକାଲିଠୁ  ଗାଡ଼ିର ସମସ୍ତ କାଗଜପତ୍ର କାମ ଅନ୍‌ଲାଇନ୍‌ ସିଷ୍ଟମରେ ସବୁ କାମ ହେବ। ତେଣୁ ଦଲାଲ୍‌ଙ୍କର ଆଉ କୌଣସି କାମ ନାହିଁ।’

Advertisment
Odisha Transport Department
Advertisment
Advertisment