/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640939116.jpg)
slum dwellers
ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୫ ମହାନଗର ନିଗମ ପାଇଁ ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ୫ଟି ମହାନଗର ନିଗମର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ଯୋଗାଇ ଦିଆଯିବା ସହ ସେହି ବସ୍ତିର ଉନ୍ନତିକରଣ କରାଯିବ।
Advertisment
ଏହାଦ୍ୱାରା ୯୩୮ଟି ବସ୍ତିର ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ଲୋକ ଉପକୃତ ହେବେ। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ପୂର୍ବରୁ ୧୦୯ଟି ମ୍ୟୁନିସିପାଲିଟି ଓ ଏନ୍ଏସିର ୧ ଲକ୍ଷ ୭୫ ହଜାର ପରିବାର ଉପକୃତ ହୋଇଛନ୍ତି।
ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନେଇ ନିଷ୍ପତ୍ତି ମଧ୍ୟ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ଦରମା ପାଇବେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)