• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭିସିରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • ଦକ୍ଷ ଅଫିସର ଏବଂ ବିଶେଷଜ୍ଞଙ୍କୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ୧୪ ସାଇବର କ୍ରାଇମ ଏବଂ ଇକୋନୋମିକ ଅଫେନସ୍ ଥାନା । ଏହି ସବୁ ଥାନାରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ସହ ଦକ୍ଷ ଏବଂ ବିଶେଷଜ୍ଞ ଥିବାରୁ ତଦନ୍ତ ଭଲ ଭାବେ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ୧୫୪ ଷ୍ଟାଫ୍ ସହ ଥାନାରେ ୬ ଜଣ ଏକ୍ସପର୍ଟ ରହିବେ । ଏହାରି ମଧ୍ୟରେ ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଜଣେ ମହିଳାଙ୍କ ଆକାଉଣ୍ଟରୁ ବଡ଼ ଧରଣର ସାଇବର ଠକେଇ ନେଇ ଅଭିଯୋଗ ହୋଇଛି । ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା ଫ୍ରଡ୍ ହୋଇଥିବା ଅଭିଯୋଗ ହୋଇଛି ।

କବଜାକୁ ଆସିବେ କି ଅଦୃଶ୍ୟ ଲୁଟେରା ? ସାଇବର ଲୁଟେରାଙ୍କ ଟାର୍ଗେଟରୁ ମିଳିବ କି ନିସ୍ତାର ? ବର୍ଷ ବର୍ଷ ଧରି ପଡି ରହିବନି ତ ମାମମାଳ ସାଇବର ଫ୍ରଡ ମାମଲା ? ଅପରାଧିକୁ ଧରି ଦଣ୍ଡବିଧାନ ପାଇଁ ହାସଲ କରିପାରିବ ତ ଯଥେଷ୍ଟ ପ୍ରମାଣ ? ବାଲେଶ୍ୱର ଜିଲ୍ଲା ନୀଳଗିରି ବାଲିଗୋହରୀ ଅଞ୍ଚଳର ଜୋସ୍ନା ପାତ୍ର ନାମକ ମହିଳାଙ୍କ ଫିକସ ଡିପୋଜିଟ ଏବଂ ସେଭିଙ୍ଗ ଡିପୋଜିଟରୁ ୧୨ ଲକ୍ଷ ୩୫ ହଜାର ଟଙ୍କାର ସାଇବର ଫ୍ରଡର ଶିକାର ହୋଇଛନ୍ତି ।

ଟଙ୍କା ଫେରି ପାଇବା ନେଇ ସନ୍ଦେହ ଥିବାବେଳେ ସାଇବର ଥାନାରେ ଏତଲା କରିଛନ୍ତି । କେବଳ ସେ କାହିଁକି ଏହିପରି ମାମଲ ମାଳ ମାମଲା ତଦନ୍ତ ନହୋଇ ପଡି ରହୁଛି । ନିକଟରେ ସନିୟର ପୋଲିସ ଅଫିସର୍ସ ବୈଠକର ଉଦଯାପନୀ ଦିବସରେ ଉଦବୋଧନ ଦେଇ ରାଜ୍ୟରେ ବଢିଚାଲିଥିବା ସାଇବର ଅପରାଧ ଏକ ପୋଲିସ ବିଭାଗ ପାଇଁ ବଡ ଚାଲେଞ୍ଜ ଥିବା ଖୋଦ ମଖ୍ୟମନ୍ତ୍ରୀ କହିଥିଲେ ।

ଏବେ ସାରା ରାଜ୍ୟରେ ସାଇବର ଅପରାଧୀ ଠକେଇର ମାୟାଜାଲ ବିଛାଇ ସକ୍ରିୟ ରହିଛନ୍ତି । ଏହି କ୍ରମରେ ରାଜ୍ୟରେ ୬ରୁ ଅଧିକ ସାଇବର ଗ୍ୟାଙ୍ଗ ଅପରଟେଟ କରୁଥିବାବେଳେ, ଜାମତରା ଗ୍ୟାଙ୍ଗ ବିଶେଷ ସକ୍ରିୟ ରହି ଠକେଇ କରୁଛି । ଭୁବନେଶ୍ୱର ସାଇବର ସେଲରେ ପଞ୍ଜିକୃତ ହୋଇଥିବା ବର୍ଷ ୨୦୨୧ ଅପରାଧ ତଥ୍ୟ କହୁଛି, ୧୦ ମାସରେ ପ୍ରାୟ ୭ କୋଟି ଟଙ୍କା ଚୁନ ଲଗାଇଛନ୍ତି ସାଇବର ଲୁଟେରା ।

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟକୁ ଦେଖିଲେ କନଭିକସନ ମାମଲା ରାଜ୍ୟରେ ଜିରୋ ରହିଛି, ଯାହା ନୈରାଶ୍ୟଜନକ । କେବଳ ସାଇବର ଅଫରାଧ କାହିଁକି ଅର୍ଥନୈତିକ ଅପରାଧ ବି ବଢିଚାଲିଛି । ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧକୁ ଆଖି ଆଗରେ ରଖି ଗଠନ ହୋଇଥିବା ନୂଆ ଥାନାରୁ ଲୋକଙ୍କୁ କେତେ ସୁଫଳ ମିଳୁଛି, ତାହା ସମୟ କହିବ ।

ତେବେ ୧୪ ଟି ସାଇବର କ୍ରାଇମ ଏବଂ ଅର୍ଥନୈତିକ ଅଫରାଧ ଥାନା ଉଦଘାଟିତ ହେଇଥିବାବେଳେ ଏଥିରେ ୧୫୪ ପଦବୀ ରହିବ । ଯେଉଁଥିରେ ଇନ୍ସପେକ୍ଟର, ସବ ଇନ୍ସପେକ୍ଟର, ଏଏସଆଇ ଏବଂ କନେଷ୍ଟବଳ ନିୟୋଜିତ ହେବେ । ଏହାଛଡା ୨ଜଣ କରି ଆଇଟି, ଫାଇନାନସିଆଲ ଏବଂ ଆକାଉଣ୍ଟସ ଆନାଲିସିସ୍, ସାଇବର ଫୋରେନସିକ ଏକ୍ସପର୍ଟ ନିୟୋଜିତେ ହେବେ । ପ୍ରତି ସାଇବର କ୍ରାଇମ ଏବଂ ଅର୍ଥନୈତିକ ଅପରାଧ ଶାଖାର ଜିଲ୍ଲା ବ୍ୟାପି ଜୁରିଡିଏକରସନ ରହିବ ।

ଭୁବନେଶ୍ୱରରୁ କ୍ୟାମେରାମ୍ୟାନ ଅବଦୁଲଙ୍କ ସହ ଆଲୋକ ମହାନ୍ତିଙ୍କ ରିପୋର୍ଟ