ପୁଣି ବିବାଦରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଓଡ଼ିଶୀ ନୃତ୍ୟଗୁରୁ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀ ଅବସରରେ ସୋସିଆଲ ମିଡିଆରେ ଭୁଲ୍ ଫଟୋ ପୋଷ୍ଟ କରି ବିବାଦରେ ଫସିଛନ୍ତି ଅନୁଭବ ।
ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା । ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି । ଏହି ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ।
ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ପ୍ରେସମିଟ୍ କରି ସୂଚନା ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁଯାୟୀ, ୧୧ଟି ରାଜ୍ୟର ୪୪ଟି ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତ ରହିଛି ।
ଗୋଟିଏ ପଟେ ରାଜ୍ୟରେ ୩ ବର୍ଷରୁ ଅଧିକ ସମୟ ହେବ ପୌର ନିର୍ବାଚନ ବିଳମ୍ବ ହେଲାଣି । ସେକଥା ଭାବିବାକୁ ସରକାରଙ୍କ ପାଖରେ ସମୟ ନଥିବା ଭଳି ଦେଖାଯାଉଛି ।
ସ୍କୁଲ୍ ଓ କଲେଜ ପରେ କାଲିଠୁ ଖୋଲୁଛି ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ । ଏଥିପାଇଁ କ୍ୟାମ୍ପସ୍କୁ ବିଶୋଧନ ସହ ଛାତ୍ରଛାତ୍ରୀଙ୍କୁ ସଂକ୍ରମଣମୁକ୍ତ ପରିବେଶରେ ରଖିବାକୁ ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ସମସ୍ତ ଶିକ୍ଷାନୁଷ୍ଠାନ ।
ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ସିଲ୍ କରାଗଲା। ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ ଏହି ମାର୍କେଟକୁ ସିଲ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମରେ ରବିବାର ସଟ୍ ଡାଉନ ଥିବାବେଳେ ଏହି ମାର୍କେଟ ଖୋଲା ଥିଲା।
ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୋଲିସ। ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି । ଘଟଣା ପରେ ବସ୍ତିରେ ଚାପା ଉତ୍ତେଜନା ଲାଗି ରହିଛି ।
ଅଲିମ୍ପିକ ସ୍ୱର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କ ରହିଛି ଭୁବନେଶ୍ୱର ଲିଙ୍କ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ ନୀରଜ । ନୀରଜଙ୍କ ସହ ପୂରା ଜାଭେଲିନ୍ ଟିମ୍ କଳିଙ୍ଗ ଷ୍ଟାଡିୟମରେ ଥିଲେ ।
ରାଜ୍ୟରେ ଏବେ ପାଖାପାଖି ହଜାରେ ଡେଙ୍ଗୁ ରୋଗୀ ରହିଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ତେବେ ହଜାରେ ଭିତରୁ କେବଳ ଭୁବନେଶ୍ୱର ମହାନଗର ନିଗମରୁ ୭୧୪ କେସ୍ ରହିଛି ।
ସରିଲା ରିମାଣ୍ଡ । କଣ ନୂଆ ତଥ୍ୟ ପାଇଲା ଭିଜିଲାନ୍ସ ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କାରଣ OSSC ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହେବା ପରେ ଏବେ ସମସ୍ତଙ୍କ ନଜର ପିଏସ୍ ବିରଞ୍ଚି ସାହୁଙ୍କ ଉପରେ ।
ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନସିଂ ଜରିଆରେ କଥା ହେଲେ ଓ ଅଭିନନ୍ଦନ ଜଣାଇଲେ ।
ରାଜଧାନୀ ଗାନ୍ଧୀମାର୍ଗରେ ଆଶାୟୀ ଶିକ୍ଷକଙ୍କ ଅଭିନବ ପ୍ରତିବାଦ । ରାସ୍ତାଉପରେ କାନଧରି ଆଣ୍ଠେଇ ବସିଲେ ଆଶାୟୀ ଶିକ୍ଷକ । ଏହାସହ ସରକାରଙ୍କ ବିରୋଧରେ ନାରାବାଜି ମଧ୍ୟ କଲେ ।
ଟିକାକରଣରେ ଏବେ ଗ୍ରାମାଞ୍ଚଳକୁ ଫୋକସ୍ । ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଯେତେଶୀଘ୍ର ସମ୍ଭବ ଟିକାକରଣ ସାରିବାକୁ ଚେଷ୍ଟା କରୁଛୁ ।
ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଭକ୍ତଙ୍କୁ ପାଛୋଟିବା ପାଇଁ ଆରମ୍ଭ ହେଲାଣି ସଜବାଜ । ସଜେଇ ହେଲାଣି ବଡ଼ ଦାଣ୍ଡ । ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତ ମନରେ ଅନେକ ଖୁସି ।
ପୁଣି ଉଠିଲା ଆବାସ କେଳେଙ୍କାରୀ କଥା । ରାଜ୍ୟରେ ଆବାସ କେଳେଙ୍କାରୀ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିବା ପରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଏଥିପାଇଁ ସାରା ଭାରତରେ ଉତ୍ସବର ମାହୋଲ । ଭାରତୀୟ ପୁରୁଷ ହକି ଟିମ୍ର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।
ପାୱାରଫୁଲ୍ ଫାଇଭ୍-ଟି ସଚିବକୁଙ୍କୁ ବିରୋଧ । ସ୍ଥିତି ସମୀକ୍ଷା ବେଳେ ସଚିବଙ୍କୁ ବିରୋଧ କଲେ ଛଟେଇ ନର୍ସିଂ ଷ୍ଟାଫ୍ । ରାଜ୍ୟ ସରକାରଙ୍କ ସଚିବ ସ୍ତରୀୟ ହାଇଲେଭେଲ୍ ଟିମ୍ ଆଜି ବଲାଙ୍ଗୀର ଗସ୍ତ କରି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଓ ଭିତ୍ତିଭୂମିର ତଦାରଖ କରିଛନ୍ତି ।
ଜୁଲାଇ ଶେଷ ସୁଦ୍ଧା ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ୍ ଟିକାକରଣ ଲକ୍ଷ୍ୟ ହାସଲ ହୋଇଥିବା ନେଇ ଦାବି କରୁଛି ବିଏମ୍ସି । ଏମିତିକି ବିଭିନ୍ନ ଆଞ୍ଚଳିକ ତଥା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ଖୁବ୍ ପ୍ରଚାର ଦେଖିବାକୁ ମିଳୁଛି ।
ଷ୍ଟାଫ୍ ସିଲେକ୍ସନ୍ କମିଶନ୍ରେ ନିଯୁକ୍ତି କେଳେଙ୍କାରୀକୁ ନେଇ ତେଜୁଛି ଅସନ୍ତୋଷ । କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି ।
ରାଜ୍ୟବାସୀଙ୍କୁ ପୁଣି ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟମ ନମାନିଲେ ପୁଣି ଲକଡାଉନ କରାଯିବ ବୋଲି ସତର୍କ କଲେ । ଦେଶର ଅନ୍ୟ ରାଜ୍ୟରେ କୋଭିଡ଼ କେସ୍ ବଢୁଛି । ଭୁବନେଶ୍ୱରରେ କୋଭିଡ୍ କେସ୍ ସ୍ଥିର ରହିଛି ।
ଦେଶରୁ ଏବେ ବି ଯାଇନି କରୋନାର ଦ୍ୱିତୀୟ ଲହର । ଆଗକୁ ତୃତୀୟ ଲହର ଆଶଙ୍କା ଥିବା ବେଳେ ୮ଟି ରାଜ୍ୟରେ R-ଫ୍ୟାକ୍ଟର ଅଧିକ ରହିବା ଉଦ୍ବେଗର ବିଷୟ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
କୁବେର କିରାଣୀ ବିରଞ୍ଚି ନାରାୟଣ ସାହୁଙ୍କ ଗିରଫଦାରୀ ସହ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ର ନିଯୁକ୍ତି ପ୍ରକ୍ରିୟା ଉପରେ ଉଠିଛି ବଡ଼ ପ୍ରଶ୍ନ । ଆଉ ଏହି ପ୍ରଶ୍ନ ହେଉଛି, OSSC ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଥିଲା ତ ?
ଶ୍ରୀମନ୍ଦିର ବ୍ୟତୀତ ପୁରୀ ସହରରେ ଅନ୍ୟ ସମସ୍ତ ଧର୍ମପୀଠ ଖୋଲିବା ଲାଗି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଭିତରେ ସହରର ସମସ୍ତ ମଠ, ମନ୍ଦିର ସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯିବ ।
୮ ବର୍ଷ ପରେ ଧରା ପଡ଼ିଲା ଆଉ ଜଣେ ଚିଟ୍ଫଣ୍ଡ ଲୁଟେରା । ଚିଟ୍ଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ଗିରଫ । ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକଙ୍କୁ ପଶ୍ଚିମବଙ୍ଗ ମଇନାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି ।
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ ପରେ ଆଜି ଭିଜିଲାନ୍ସ ଟିମ୍ ଓଏସ୍ଏସ୍ସି କାର୍ଯ୍ୟାଳୟରେ ପହଞ୍ଚିଥିଲା ।