• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

New Year Party
ବଡ଼ଦିନ-ନୂଆବର୍ଷ ପାଳନ କଟକଣା ଅବଧି ସଂଶୋଧନ

ରାଜ୍ୟକୁ ଘାରିଲାଣି ଓମିକ୍ରନ୍ ଚିନ୍ତା। କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ଦିନ ଓ ନୂଆବର୍ଷ ଗାଇଡଲାଇନ୍‌ ଜାରି କରିଛନ୍ତି ।

khordha-Balangir
କେବେ ସରିବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ? ସରକାରଙ୍କ ପ୍ରତିଶ୍ରୁତି କେବଳ ପାଣିର ଗାର !

ଚୁକ୍ତି ଅନୁଯାୟୀ, ଦଶପଲ୍ଲାରୁ ବଲାଙ୍ଗିର ପର୍ଯ୍ୟନ୍ତ ୧୧୨ କିଲୋମିଟରକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବା ସହିତ, ଜମି ମାଗଣାରେ ଦେବେ ରାଜ୍ୟ ସରକାର । ଏବେ ପ୍ରକଳ୍ପର ଏଷ୍ଟିମେଟ ବଢି ୩ ହଜାର ୭୯୧ କୋଟି ୬୭ ଲକ୍ଷରେ ପହଞ୍ଚିଲାଣି ।

Dharmendra Pradhan
ସଂରକ୍ଷଣ ତାଲିକାରୁ OBC ବାଦ୍ ପଡିବା ପରେ ତେଜିଛି ରାଜନୀତି, ଧର୍ମେନ୍ଦ୍ର-ପ୍ରଣବ ଟ୍ୱିଟ୍‌ ୱାର୍‌

ପଞ୍ଚାୟତ ନିର୍ବାଚନ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଆରୋପ-ପ୍ରତ୍ୟାରୋପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଟୁଇଟର୍ ଓ୍ୱାର୍ ।

Coin
ଘୋଷଣା ହୋଇନି କିନ୍ତୁ ଅଚଳ କରିଦିଆଯାଉଛି, ଅଦରକାରୀ ହୋଇନି କିନ୍ତୁ ଅଛୁଆଁ ! ଜାଣନ୍ତୁ ପୁରା କାହାଣୀ...

ତାରିଣୀଙ୍କ ପୀଠରେ ନୁହଁ, ନବରଙ୍ଗପୁରର ଇଷ୍ଟଦେବୀ ମା’ ଭଣ୍ଡାର ଘରଣୀ ହୁଣ୍ଡିରେ ବି ପଡ଼ିରହିଛି ହଜାର ହଜାର ଟଙ୍କାର କଏନ୍ । ଏସବୁ କଏନ୍‌କୁ ବ୍ୟାଙ୍କ ନେଉନଥିବାରୁ ଅକଳରେ ପଡ଼ିଯାଇଛନ୍ତି ଏଠାକାର ପୂଜକ ।

Road Accident
ଜାତୀୟ ତୁଳନାରେ ଓଡ଼ିଶାରେ ଅଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ, ମନ୍ତ୍ରୀ ରଖିଲେ ତଥ୍ୟ..

କୋଭିଡ୍ ମହାମାରୀ ପାଇଁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହେବାରୁ ୨୦୧୯ ତୁଳନାରେ ୨୦୨୦ରେ ମୃତ୍ୟୁହାର ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି ।

Puri
ଓଡ଼ିଆଙ୍କ କଳାକୁ ଭୁଲିଗଲେ ସରକାର, ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣରେ ଦକ୍ଷ ଓଡ଼ିଆ ଶିଳ୍ପୀଙ୍କୁ ଅବହେଳା !

ମନ୍ଦିର ନିର୍ମାଣ କ୍ଷେତ୍ରରେ ବାହାର ରାଜ୍ୟର ଅଣକୁଶଳୀ ସଂସ୍ଥାକୁ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ଦିଆଯିବାକୁ ନେଇ କ୍ଷୋଭ ।

Accident
ସରୁନି ରାସ୍ତା କାମ, ବିନା କାରଣରେ ଚାଲିଯାଉଛି ନୀରିହ ଜୀବନ ! ବସ୍‌ ମାଲିକ ଦେଲେ ବଡ଼ ଚେତାବନୀ

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୮ରେ ୫ ହଜାର ୩୧୫ଟି ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି । ୨୦୧୯ରେ ୫ ହଜାର ୩୩୩ ଏବଂ ୨୦୨୦ରେ ସଡ଼କ ଦୁର୍ଘଟଣାରେ ଯାଇଛି ୪ ହଜାର ୭୩୮ ଜଣଙ୍କ ଜୀବନ ।

OBC Reservation
OBC ସଂରକ୍ଷଣକୁ ନେଇ ତେଜୁଛି ରାଜନୀତି, ବଢ଼ୁଛି ଅସନ୍ତୋଷ ! ବିରୋଧୀ କହିଲେ ସବୁ ଭୁଲ ସରକାରଙ୍କର

ଆସନ୍ତା ୨୭ ତାରିଖରେ ସଂରକ୍ଷଣର ସାନି ତାଲିକା ପ୍ରକାଶ ପାଇବ । ଏନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରିଛି ପଂଚାୟତିରାଜ ବିଭାଗ । ଜିଲ୍ଲା ପ୍ରଶାସନ ବି ସେ ଦିଗରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

baijayanta Panda
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

ମୃତ ନାରାୟଣଙ୍କ ଭାଇ ସୁଧୀର କୁମାର ରାଉତ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଏନେଇ ସେ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ ।

Teachers Wanted
ପୁଣି ହେବ ୧୧,୪୦୩ ଶିକ୍ଷକ ନିଯୁକ୍ତି, ସ୍ୱଚ୍ଛତା ଆଣିପାରିବେ ତ ସରକାର ?

ଏପ୍ରିଲ ୨୦୨୨ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ସ୍ୱଚ୍ଛତା ନେଇ ରହିଛି ଅନେକ ପ୍ରଶ୍ନବାଚୀ ।

Black Flag
ମନ୍ତ୍ରୀ ଦିବ୍ୟଶଙ୍କର ଓ ନବ ଦାସଙ୍କୁ କଳାପତାକା ପ୍ରଦର୍ଶନ, ହେଭିୱେଟ ବିଜେଡି ନେତା ବବିଙ୍କୁ ବି

ଦୁଇ ମନ୍ତ୍ରୀ ଓ ପାୱାର କରିଡରର ସବୁଠୁ ଆଗଧାଡ଼ିର ନେତା ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ମଧ୍ୟ କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି । 

Paper Hawker
ନବୀନଙ୍କନୂଆ ଥୋପ, ୭ ହଜାର ହକରଙ୍କୁ କୋଭିଡ୍ ସହାୟତା !

ଖବରକାଗଜ ହକରଙ୍କ ଲାଗି ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିସି ମାଧ୍ୟମରେ ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସହାୟତା ପ୍ରଦାନ କରିଛନ୍ତି ।

pratap jena
OBCଙ୍କୁ ସଂରକ୍ଷଣ ଦେବାକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି: ପ୍ରତାପ ଜେନା

କୋର୍ଟଙ୍କ ରାୟ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି OBCଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ସଂରକ୍ଷଣ ରଖାନଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି ।

COLD
ଜାଡ଼ରେ ଥରୁଛି ସାରା ଓଡ଼ିଶା, ହେଲେ ଏମାନେ ଖୋଲା ଆକାଶ ତଳେ ରାସ୍ତା କଡ଼ରେ ପଡ଼ିଛନ୍ତି ! କାହିଁକି ?

ବଲାଙ୍ଗିରରୁ ବାଲେଶ୍ୱର । ବାରିପଦାରୁ ବ୍ରହ୍ମପୁର । ରାଉରକେଲା, କଟକ, ଆଉ ରାଜଧାନୀ ଭୁବନେଶ୍ୱର । ଶୀତୁଆ ରାତିରେ ସବୁଠି ପ୍ରାୟ ଏକା ଦୃଶ୍ୟ, ଏକା ଦୁର୍ଦ୍ଦଶା ।

Kinner
ପାଠ ସାଠ ପଢ଼ି ମଧ୍ୟ ହାତ ପତେଇ ଗୁଜୁରାଣ ମେଣ୍ଟାଉଛନ୍ତି କିନ୍ନର, କେବେ ଦୁଃଖ ବୁଝିବେ ସରକାର ?

ଯୁକ୍ତ ୩ ପଢିଛନ୍ତି ବେବି । ହେଲେ ନିଯୁକ୍ତି ସୁଯୋଗ ଏବଂ ଲୋକଙ୍କ ସହଯୋଗ ନପାଇବାରୁ ରୋଜଗାର ପାଇଁ କୋରାପୁଟରୁ ଆସିଗଲେ ଭୁବନେଶ୍ୱର ।

OBC
ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ଉପରେ ଲାଗିଲା ସାମୟିକ ବ୍ରେକ୍

ଏବର୍ଷ ନୁହେଁ, ନୂଆବର୍ଷ ଆରମ୍ଭରୁ ଘୋଷଣା ହୋଇପାରେ ତାରିଖ । ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ସହ ଆଜି ସାନି ବିଜ୍ଞପ୍ତି ଜାରି ପାଇଁ ସରକାର ହାଇକୋର୍ଟକୁ ଜଣାଇଥିବାରୁ ନିର୍ବାଚନ ତାରିଖ ଘୋଷଣା ସାମାନ୍ୟ ବିଳମ୍ବ ହେବ । ଏହି ପ୍ରସଙ୍ଗରେ ଗତକାଲି ହାଇକୋର୍ଟରେ ଶୁଣାଣି ହୋଇଥିଲା ।

Omicron
ଘାରିଲାଣି ଓମିକ୍ରନ୍‌ ଭୟ ! ରାଜଧାନୀରେ ୩ କଣ୍ଟେନ୍‌ମେଣ୍ଟ ଜୋନ୍‌

ଗତକାଲି ୱାର୍ ରୁମ୍ ସଜାଗ ରଖିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପରେ ଆଜି ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଏହାପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶ କହିଛନ୍ତି ବୈଠକରେ ମୋଟ୍ ୫ଟି ବିଷୟରେ ଗୁରୁତ୍ୱ ଦିଆଯାଇଛି ।

Mission Shakti
ମହିଳା ଭୋଟରଙ୍କୁ ଥୋପ ! ପ୍ରତି ଜିଲ୍ଲାରେ କୋଟିଏ ଟଙ୍କାର ମିଶନ ଶକ୍ତି ଭବନ

ରାଜ୍ୟ ସ୍ତରରେ ଖୁବ୍ ଶୀଘ୍ର ନିର୍ମାଣ ହେବ ମିଶନ ଶକ୍ତି ଭବନ । ଖାଲି ସେତିକି ନୁହେଁ ଏସ୍ଏଚ୍‌ଜି ମହାସଂଘ ଇସି ସଦସ୍ୟମାନଙ୍କୁ ମିଟିଂ ଓ ଗସ୍ତ ଖର୍ଚ୍ଚ ଦିଆଯିବ ବୋଲି ମଧ୍ୟ କହିଛନ୍ତି । ଏହି ସମସ୍ତ ବ୍ୟବସ୍ଥା ପାଇଁ ୨ଶହ କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ।

New Year Party
ଓମିକ୍ରନ୍ ଭୟ ! ‘ନ୍ୟୁ ୟର୍‌ ପାର୍ଟି - ଖ୍ରୀଷ୍ଟମାସ ସେଲିବ୍ରେସନ୍‌’ ସବୁ ମନା

ଦିଲ୍ଲୀର କେଜ୍ରିୱାଲ ସରକାର ନୂଆ ବର୍ଷରେ ନ୍ୟୁ ୟର୍‌ ପାର୍ଟି ସେଲିବ୍ରାସନ୍‌ କରିବାକୁ ମନା କରିଛନ୍ତି । ସରକାରଙ୍କ ନିର୍ଦେଶ ଯେଭଳି କଡ଼ାକଡ଼ି ଭାବେ ପାଳନ ହେବ ସେନେଇ, ଦିଲ୍ଲୀ ପୋଲିସକୁ ନଜର ରଖିବାକୁ କୁହାଯାଇଛି ।

BJP MEET Union Minister
କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିଲା ମଣ୍ଡି ଅବ୍ୟବସ୍ଥା କଥା

ଧାନ କିଣା ନେଇ ଯେଉଁ ଟାଇମଲାଇନ୍‌ ଥିଲା ତାକୁ କାଣ୍ଟ ଛାଣ୍ଟ କରାଯାଉଛି ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଟୋକନ ଅବଧି ଲାପ୍ସ ହେବାରୁ ଚାଷୀ ଧାନ ବିକିପାରୁ ନାହାନ୍ତି । ମଣ୍ଡିରେ ମାଫିଆଙ୍କ ରାଜ୍ ଚାଲିଛି ବୋଲି ମନ୍ତ୍ରୀଙ୍କୁ କହିଲେ ବିଜେପି ସାଂସଦ ।

Golak Mahapatra
‘ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବା ଭଳି’

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କଡ଼ା ସମାଲୋଚନା କରିବା ସହ ତାତ୍ସଲ୍ୟ କରିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଦିନରେ ଲଣ୍ଠନ ଦେଖାଇବା ଭଳି ।

Dhana Mandi
ମଣ୍ଡି ଅବ୍ୟବସ୍ଥା; ଟୋକନ ଅଛି, ହେଲେ ଧାନ ଉଠୁନି ! ଶୀତ କାକରରେ ମଣ୍ଡିରେ ପଡ଼ି ରହିଛନ୍ତି ଚାଷୀ

ନଭେମ୍ବର ୨୫ରୁ ବରଗଡ଼ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ବି ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଧାନ ଉଠିପାରୁନି । ଏମିତିକି ଟ୍ୟାଗ୍ ଥାଇ ବି ମିଲ୍ ମାଲିକ ଧାନ ଉଠାଉନଥିବାରୁ ହୀନସ୍ତା ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।

BMC
ଯିଏ ଭଲ କରୁଛି ତା ଘର ଆଗରେ ପୋଷ୍ଟର ମାରୁଛି BMC !

ସ୍ୱଚ୍ଛତା ଅଭିଯାନ ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀ ଏବଂ ସୁପରଭାଇଜର ରହିଥିବା ବେଳେ ଖୋଦ୍ ଡେପୁଟୀ କମିଶନର ମଧ୍ୟ ଗ୍ରାଉଣ୍ଡକୁ ଯାଇ ସ୍ଥିତି ତଦାରଖ କରୁଛନ୍ତି ।

Naveen Patnaik
ନିର୍ବାଚନ ପୂର୍ବରୁପ୍ରକଳ୍ପ ରାଜନୀତି, ଆଜି ଯାଏଁ ମନେ ପଡ଼ୁନଥିଲା ଲୋକଙ୍କ କଥା !

୨୦୧୪ରେ ଭିତ୍ତପ୍ରସ୍ତର ପଡିଥିବା ସେତୁକୁ ଠିକ୍ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଉଦ୍‌ଘାଟନ କରାଯିବାକୁ ନେଇ ଉଠିଛି ପ୍ରଶ୍ନ ।

BSKY
ଅନିଶ୍ଚିତତାରେ BSKYର ଭବିଷ୍ୟତ, ସବୁ ରୋଗୀଙ୍କୁ ଚିକିତ୍ସା ଦେବାକୁ ମନା କରୁଛନ୍ତି ଡାକ୍ତରଖାନା

ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ବିଭିନ୍ନ ଚିକିତ୍ସାକୁ ନେଇ ସରକାରଙ୍କ ଧାର୍ଯ୍ୟ ଦେୟ ଯଥେଷ୍ଟ କମ୍ ଏବଂ ସେଥିରେ ଚିକିତ୍ସା ସେବା ଯୋଗାଇବା ସମ୍ଭବ ନୁହେଁ । ବୀମାରାଶିରୁ ଅଧିକ ଦେୟ ହେଲେ ତାହାକୁ କିଏ ଭରଣା କରିବେ କିଛି ସ୍ପଷ୍ଟତା ନାହିଁ ।