• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

prithviraj harichandan
‘ଅପରିଣାମଦର୍ଶୀ ଚିଠି ଲେଖିବାରେ ଓଡ଼ିଶା ସରକାରଙ୍କ କୌଣସି ପଟାନ୍ତର ନାହିଁ’

ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିଜେଡି ଜାତି ରାଜନୀତି ଚାହୁଁଛି ବୋଲି କହିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । 

Pregnant Women
ଭୁବନେଶ୍ୱରରେ ଗର୍ଭାବତୀଙ୍କୁ ଟୀକାକରଣ, ସେଣ୍ଟରରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଗର୍ଭାବତୀଙ୍କ ଟୀକାକରଣ । ବିଏମ୍‌ସିର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ସରକାରୀ ହସ୍ପିଟାଲରେ ଗର୍ଭବତୀଙ୍କ ଟିକାକରଣ କରାଯାଉଛି । ଆଜିଠାରୁ ଏହି ଅଭିଯାନକୁ ବ୍ୟାପକ କରାଯାଇଛି ।

priyanka murder case
ପ୍ରିୟଙ୍କା ହତ୍ୟା ମାମଲା: ଦହିବରା ପାଇଁ ବଞ୍ଚିଗଲା କୁନି ପୁଅ

ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଅପରାଧ  ସ୍ୱୀକାର କରିଛି । ଏ ନେଇ ଆଜି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ପ୍ରିୟଙ୍କାଙ୍କୁ ହତ୍ୟା ପରେ ଜଗନ୍ନାଥ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। 

heavy rain fall in bbsr
ଆଜି ଏଇ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଗତକାଲି ଟ୍ୱିନ ସିଟିରେ ପ୍ରବଳ ବର୍ଷା ହୋଇଯାଇଛି। କାଲିର ବର୍ଷା ପ୍ରବଳ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଇଥିବାବେଳେ ଆଜି ମଧ୍ୟ ଅନେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

BJD BJP
ଦୁଇ ବର୍ଷ ପରେ ଶୁଭିଲା BJDର କେନ୍ଦ୍ର ଅବହେଳା ନାରା; ନିର୍ବାଚନ ପାଖେଇଲା ଆନ୍ଦୋଳନ ଆରମ୍ଭ ହେଲା

ପ୍ରାୟ ଦୁଇ ବର୍ଷ ପରେ ବିଜେଡିର ପ୍ରତିବାଦ ପଲିଟିକ୍ସ । କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତକୁ ଓହ୍ଲାଇଲା ଦଳ । ଆଜି ରାଜ୍ୟତମାମ ଏଫ୍‌ସିଆଇ ଦପ୍ତର ଓ ଗୋଦାମ ଆଗରେ ବିଜେଡି ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

Mo Cycle
‘ମୋ ସାଇକେଲ’ ପାଇଁ ୨୫ ହଜାର ନୁହେଁ ୫୦ ହଜାରର ହୋଇଥିଲା ଚୁକ୍ତି

ରାଜଧାନୀରେ ଖତ ଖାଉଥିବା ବିଏମ୍‌ସିର ମୋ’ ସାଇକେଲ ଯୋଜନାରେ ସାମ୍ନାକୁ ଆସିଛି ଆହୁରି ସାଂଘାତିକ ତଥ୍ୟ । କବାଡ଼ି ବାଲାକୁ ମାତ୍ର ୫୦୦ ଟଙ୍କାରେ ବିକ୍ରି ହୋଇଥିବା ସାଇକେଲ୍ ପିଛା ସରକାର ୨୫ ହଜାର ନୁହେଁ, ମୋଟ ୫୦ ହଜାରର ଚୁକ୍ତି କରିଥିଲେ ।

Damodar Mahasuara
‘୫ ସୁଦ୍ଧା ଶ୍ରୀମନ୍ଦିର ନ ଖୋଲିଲେ ଅନଶନ’

ଅଗଷ୍ଟ ୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ନ ଖୋଲିଲେ ଅନଶନ କରିବେ ବୋଲି ଚେତାନୀ ଦେଇଛନ୍ତି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର ।

MO Cycle
୩୦୦ ମୋ ସାଇକେଲ୍ ଗାଏବ୍, ହେକ୍ସି କମ୍ପାନୀ ନାଁରେ FIR କଲା BMC

ବିଏମ୍‌ସିରୁ ଗାଏବ୍ ମୋ ସାଇକେଲ୍ । ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୩୦୦ ମୋ ସାଇକେଲ୍‌ର ମିଳୁନି ପତ୍ତା । ଯାହାକୁ ସ୍ୱୀକାର କରିଛନ୍ତି ଖୋଦ୍ ବିଏମ୍‌ସି କମିଶନର ସଞ୍ଜୟ ସିଂ ।

Dengue
କରୋନା କାଳରେ ଡେଙ୍ଗୁକୁ ନେଇ ବଢ଼ିଲା ଚିନ୍ତା

ସେହିପରି ଘରୋଇ ମେଡିକାଲରେ ଟେଷ୍ଟ ବେଳେ ସଠିକ ମାନଦଣ୍ଡକୁ ଧ୍ୟାନ ଦିଆ ଯାଉନାହିଁ ବୋଲି ସେ କହିଛନ୍ତି । ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ ମେଡିକାଲ, RMRC, AIIMS ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଙ୍ଗ ବ୍ୟବସ୍ଥା ରହିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସେ କହିଛନ୍ତି।

containment zones at bhubaneswar
ରାଜଧାନୀରେ ଏହି ସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ୍‌

ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା କମୁଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁନି। ବିଶେଷ କରି ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ସମସ୍ତଙ୍କ ଚିନ୍ତା ବଢାଇଛି। ଏପରି ସ୍ଥିତିରେ ରାଜଧାନୀର ଦୁଇଟି ଅଞ୍ଚଳରେ କଣ୍ଟେନମେଣ୍ଣ ଜୋନ୍‌ ଘୋଷଣା କରାଯାଇଛି।

Arun Sahoo
ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ

ଖରିଫ ଧାନ ସଂଗ୍ରହ ପାଇଁ ଆଜିଠାରୁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଚାଷୀ ନିଜର ବିଷଦ ବିବରଣୀ ସହ ସମିତିରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରିବେ ।

bus 1
ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼

ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼ ଘୋଷଣା । ବସ୍ ଉପରୁ ଟିକସ ଛାଡ଼ ଘୋଷଣା କଲା ରାଜ୍ୟ ପରିବହନ ବିଭାଗ । କରୋନା ପାଇଁ ବସ୍ ଚଳାଚଳରେ ବ୍ୟାଘାତ ଯୋଗୁଁ ଟିକସ ଛାଡ଼ ନିଷ୍ପତି ନିଆଯାଇଛି ।

ISKON Devotee
ଇସ୍କନ ଭକ୍ତଙ୍କୁ ରଥଟଣା ଦେଖାଇବା ମହଙ୍ଗା ପଡ଼ିଲା, ସିଲ୍‌ ହେଲା ବିଲ୍ଡିଂ

ରଥଯାତ୍ରା ସମୟରେ କଟକଣା ଉଲଘଂନ ଅଭିଯୋଗରେ ସିଲ୍ ହେଲା ଅକ୍ଷୟପାତ୍ର ଫାଉଣ୍ଡେସନ ବିଲ୍ଡିଂ । ପୁରୀ ବଡ ଦାଣ୍ଡରେ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ ବିଲ୍ଡିଂକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।

Unlock
ଅନ୍‌ଲକ୍‌ ଗାଇଡ୍‌ଲାଇନ୍‌, ବିୟୁଟି ପାର୍ଲର-ସ୍ପା-ଜିମ୍-ସେଲୁନ୍ ଖୋଲିବାକୁ ମିଳିଲା ଅନୁମତି

ଆସିଛି ଜୁଲାଇ ମାସ ପାଇଁ ନୂଆ ଗାଇଡଲାଇନ୍ ।  ଅଗଷ୍ଟ ୧ ଯାଏଁ  ସାରା ରାଜ୍ୟରେ ଆଂଶିକ ଲକଡାଉନ ଜାରି ରହିବ । ତେବେ ଏହି ସମୟରେ ସବୁଠୁ ବଡ଼ କଥା ହେଲା, ରାଜ୍ୟରେ ପାର୍କ, ମଲ୍, ସିନେମା ହଲ୍ ଖୋଲିବ ନାହିଁ ।

aiims
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳର ନେତା ଓ ଉପନେତା

ସେହିପରି କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ତାଙ୍କୁ ଏବେ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ନାହିଁ। ତାଙ୍କର କିଡନୀ ଜନିତ ସମସ୍ୟା ଥିଲା ତାହାର ଏବେ ଚିକିତ୍ସା ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ଅଧୀକ୍ଷକ କହିଛନ୍ତି।

Pradip Purohit
ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ପୂର୍ବରୁ ବିଜେପିର ୮ ଦାବି

ଆସନ୍ତାକାଲିଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଉଛି ଚାଷୀଙ୍କ ପଞ୍ଜୀକରଣ । ତେବେ ଏହା ପୂର୍ବରୁ ଧାନ ସଂଗ୍ରହ ଯେଭଳି ସୁବିଧାରେ କରାଯିବ ସେ ନେଇ ରାଜ୍ୟ ସରକାରଙ୍କୁ ୮ ଦଫା ଦାବି ପତ୍ର ଦେଇଛି ବିଜେପି ।

Tarang
କଟକଣା ଭିତରେ ତରଙ୍ଗର ସିରିଏଲ ସୁଟିଂ ଆରମ୍ଭ, କଳାକାର-ଦର୍ଶକ ଆଶ୍ୱସ୍ତ

ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ସାଷ୍ଟମ ହେବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍‌ଲାଇନ୍‌ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ ।

BJP protest On Electric BILL
ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ଆନ୍ଦୋଳନ, ୭ ଦିନ ଯାଏଁ ଚାଲିବ

ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ଆନ୍ଦୋଳନ । ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ୍ ନେଇ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ସବୁ ବିଦ୍ୟୁତ ଅଫିସ ଆଗରେ ଦଳ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

Congress Rally
ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା

ତୈଳଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ପ୍ରତିବାଦ କରି ବାମ ଦଳ ଏହି ବନ୍ଦ ଡାକରା ଆହ୍ୱାନ ଦେଇଛି। ଦରବୃଦ୍ଧି କମାଇବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ସଂଗଠନ। ସେହିପରି ରାଉରକେଲାରେ ମଧ୍ୟ ଗତକାଲି ଓଡ଼ିଶା ବନ୍ଦ ଡାକରା ଆହ୍ୱାନରେ ରାଲି କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ବାଇକ ରାଲି ସହ ଶୋଭାଯାତ୍ରାରେ ଯାଇ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ କରିଥିଲା ବାମପନ୍ଥୀ ସଂଗଠନ।

Ajay Bhalla
କୋଭିଡ୍ ଗାଇଡଲାଇନ କଡାକଡି ପାଳନ କରିବାକୁ କେନ୍ଦ୍ରରୁ ଆସିଲା କଡ଼ା ନିର୍ଦେଶ

କୋଭିଡ୍ ଗାଇଡଲାଇନ କଡାକଡି ପାଳନ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲେ ସଂପୃକ୍ତ ଜିଲ୍ଲାର ଅଧିକାରୀ ଦାୟୀ ରହିବେ ବୋଲି ଚିଠିରେ କଡ଼ା ତାଗିଦ୍‌ କରାଯାଇଛି ।

Cycle
ପାଣିରେ ପଡ଼ିଲା କୋଟି କୋଟି ଟଙ୍କା: ରାସ୍ତା କଡ଼ରେ ଖତ ଖାଉଛି “ମୋ ସାଇକେଲ”

କବାଡ଼ି ଖାନାରେ ମୋ ସାଇକେଲ। କୁଢ଼ କୁଢ଼ ଗଦା ହୋଇଛି, ଖଣ୍ଡ ଖଣ୍ଡ କଟା ବି ଚାଲିଛି। କିଣା ହୋଇଥିଲା ୨୫ ହଜାରରେ ଆଉ ଏବେ ବିକା ହୋଇଛି ମାତ୍ର ୫ଶହରେ। ଏମିତି ଦୃଶ୍ୟ ଦେଖବାକୁ ମିଳିଛି ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟ ଏକ କବାଡ଼ି ଦୋକାନରେ। ସାଧାରଣ ଲୋକର ପ୍ରଶ୍ନ-ଏଠି କାହିଁକି ଏତେ ସାଇକେଲ ? ଗଡ଼ିବା ସ୍ଥିତିରେ ଥାଇ ବି କଣ ପାଇଁ ଏମିତି ପରିତ୍ୟକ୍ତ ଅବସ୍ଥାରେ ? କବାଡ଼ି ଖାନା ମାଲିକଙ୍କ ଉତ୍ତର ବି ବଡ଼ ରୋଚକପୂର୍ଣ୍ଣ କହିଛନ୍ତି

lightening
ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ଓଡ଼ିଶା ଆଗରେ

ରାଜ୍ୟରେ ମହାବିପତ୍ତି ଭାବେ ଉଭା ହେଲାଣି ବଜ୍ରପାତ । ଏମିତିକି ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ସବୁଠୁ ଆଗରେ ବି ଓଡ଼ିଶା । କେବଳ ସେତିକି ନୁହେଁ ଗଲା ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ବି ଚିନ୍ତାର କାରଣ ପାଲଟିଛି ।

covaxin
ରାଜ୍ୟରେ ଅଭାବ ରହିବନି ଟିକା, ମହଜୁଦ୍‌ ବାଦ୍ ପୁଣି ଆସିଲା କୋଭାକ୍ସିନ

ରାଜ୍ୟକୁ ଆସିଲା ଆଉ ୩୮ ହଜାର କୋଭାକ୍ସିନ୍ ଟିକା । ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ କୋଭିସିଲ୍ଡ ଟିକା ଆସିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲ୍ଡ ଟିକା ୩ ଲକ୍ଷ ୪୯ ହଜାର ୯୩୦ ଡୋଜ ରହିଥିବା ବେଳେ ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ଟିକା ମହଜୁଦ ଅଛି ।

Bol
ଏଥର ବି ବୋଲ୍‌ବମ୍ ଉପରେ ରୋକ୍ ଲଗାଇଲେ ରାଜ୍ୟ ସରକାର

ଚଳିତ ବର୍ଷ ମଧ୍ୟ ବୋଲ୍‌ବମ୍ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ କୌଣସି ଧାର୍ମିକ ସ୍ଥାନ କି ଜଳାଶୟରୁ ପାଣି ଉଠାଇ ପାରିବେନି କାଉଡ଼ିଆ

admission
ଯୁକ୍ତ ଦୁଇରେ ଆଡ୍‌ମିଶନ୍‌ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର, ବଢ଼ିବ ସିଟ୍‌ ସଂଖ୍ୟା

ରାଜ୍ୟରେ ଯୁକ୍ତ ଦୁଇରେ ବଢ଼ିବ ସିଟ୍ ସଂଖ୍ୟା । ଜୁନିଅର କଲେଜ ଗୁଡ଼ିକରେ +୨ ସିଟ୍ ବଢ଼ାଇବା ପାଇଁ ଅନୁମତି ମିଳିଛି । ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।