Advertisment

ରାତି ୧୦ରୁ ନାଇଟ୍‌ କର୍ଫ୍ୟୁ: ଜାଣନ୍ତୁ, କେଉଁମାନେ କଟକଣା ମୁକ୍ତ...

ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ। ତେବେ ଏହି କଟକଣା ସମୟରେ ଜରୁରୀ ସେବାକୁ ସରକାର ବାଦ୍‌ ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Night Curfew In Odisha

Night Curfew In Odisha

ରାଜ୍ୟରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍‌ ମାମଲା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ ସରକାର ଜାନୁଆରୀ ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ। ତେବେ ଏହି କଟକଣା ସମୟରେ ଜରୁରୀ ସେବାକୁ ସରକାର ବାଦ୍‌ ଦେଇଛନ୍ତି। 

Advertisment

ଜାଣନ୍ତୁ, କେଉଁମାନେ ନାଇଟ୍ କର୍ଫ୍ୟୁ କଟକଣାରୁ ମୁକ୍ତ...

  • ପୋଲିସ, ପୌର ପ୍ରଶାସନ, ଡାକ୍ତର, ହସ୍ପିଟାଲ କର୍ମଚାରୀ କଟକଣା ମୁକ୍ତ
  • ବିଦ୍ୟୁତ୍‌, ଅଗ୍ନିଶମ, ଟେଲିକମ୍‌, ଜଳ ଯୋଗାଣ, ରେଳ କର୍ମଚାରୀ କଟକଣା ମୁକ୍ତ
  • ଜିଲ୍ଲା/କମିଶନରେଟ ପୋଲିସ ଦ୍ୱାରା ଚିହ୍ନିତ ଗଣମାଧ୍ୟମ କର୍ମଚାରୀ କଟକଣା ମୁକ୍ତ
  • କୋଭିଡ ଟେଷ୍ଟିଂ ଓ ଟିକାକରଣ କେନ୍ଦ୍ର, ଔଷଧ ଦୋକାନ କର୍ମଚାରୀ କଟକଣା ମୁକ୍ତ
  • ସବୁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ରାଜପଥ ପାର୍ଶ୍ୱ ହୋଟେଲ କଟକଣା ମୁକ୍ତ
  • ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ହୋମ୍ ଡେଲିଭରି କଟକଣା ମୁକ୍ତ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ କରୋନା ସଂକ୍ରମିତ ବାହାରିଛନ୍ତି।କ୍ୱାରେଣ୍ଟିନରୁ ୧୩୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୯୭ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୨ ଜଣ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment
Night Curfew Odisha New Covid Guidelines Night Curfew In Odisha
Advertisment
Advertisment