Advertisment

ଓଡ଼ିଶାରେ ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ: ଫେବୃଆରୀ ୧୬ରୁ ନିର୍ବାଚନ

ଏଥର ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।  ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।

author-image
Chandan Shishu
ଅଦ୍ୟତନ ହୋଇଛି
Panchyat Election

Panchyat Election

ଓଡ଼ିଶାରେ ବାଜିଲା ପଞ୍ଚାୟତ ନିର୍ବାଚନର (Panchayat Elections) ବିଗୁଲ। ପଞ୍ଚାୟତ ଭୋଟ୍ କେବେ ହେବ, ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। 

Advertisment
  • ଭୋଟ ଗ୍ରହଣ ସରିଲେ ବ୍ଲକ ସ୍ତରରେ ହେବ ଭୋଟ ଗଣତି
  • ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ
  • ଜାନୁଆରୀ ୧୩ରେ ପଞ୍ଚାୟତ ନିର୍ବାଚନ ନେଇ ଜାରି ହେବ ବିଜ୍ଞପ୍ତି
  • ୧୭ରୁ ୨୧ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇ ପାରିବ
  • ୨୨ରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ କରାଯିବ
  • ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ
  • ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
  • ମିଥ୍ୟା ସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରିବାକୁ ପ୍ରାବଧାନ ରହିଛି
  • ଭୋଟ ଗ୍ରହଣ ସରିଲେ ବ୍ଲକ ସ୍ତରରେ ହେବ ଭୋଟ ଗଣତି
  • ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ
  • ପ୍ରଚାର ପାଇଁ ପଥପ୍ରାନ୍ତ ପଦଯାତ୍ରା, ବାଇକ ରାଲି ପାଇଁ ଅନୁମତି ନାହିଁ
  • ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ନାହିଁ
  • ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀମାନେ ଘରକୁ ଘର ପ୍ରଚାର କରିପାରିବେ
  • ଡବଲ ଡୋଜ୍ ଟିକା ବା RTPCR ଟେଷ୍ଟ କରିଥିବା ବ୍ୟକ୍ତି ଗଣତି କେନ୍ଦ୍ରକୁ ଅନୁମତି
  • ୫ଟି ପଯର୍ୟାୟରେ ହେବ ପଞ୍ଚାୟତ ଭୋଟ ଗ୍ରହଣ
  • ଫେବ୍ରୁଆରୀ ୧୬, ୧୮, ୨୦, ୨୨, ୨୪ରେ ଭୋଟ ଗ୍ରହଣ
  • ଫେବ୍ରୁଆରୀ ୨୬, ୨୭, ୨୮ରେ ହେବ ଭୋଟ ଗଣତି
  • ମାର୍ଚ୍ଚ ୧୧ରେ ହେବ ନାଏବ ସରପଞ୍ଚ ନିର୍ବାଚନ
  • ମାର୍ଚ୍ଚ ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୨୩ରେ ଉପାଧ୍ୟକ୍ଷ ନିର୍ବାଚନ
  • ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ୨୫ରେ ଉପାଧ୍ୟକ୍ଷ ନିର୍ବାଚନ
  • ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ
Advertisment

ଆଜି ଦିନ ସାଢ଼େ ୧୧ଟାରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ଏକ ପ୍ରେସମିଟ ଡାକିଥିଲେ। ଏଥର ୮୫୩ ଜିଲ୍ଲା ପରିଷଦ ଜୋନ୍, ୬ ହଜାର ୭୯୪ ପଞ୍ଚାୟତ ପାଇଁ ନିର୍ବାଚନ ହେବ। ମୋଟ ୯୧ ହଜାର ୯୧୩ ଓ୍ୱାର୍ଡ ମେମ୍ବର ପାଇଁ ମଧ୍ୟ ଭୋଟ ହେବ। ଭୋଟର ସଂଖ୍ୟା ହେଲା ୨ କୋଟି ୭୯ ଲକ୍ଷ।

ଏଥର ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।  ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସବୁ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଗଣତି ହେବ। ଆଗରୁ ଗୋଟିଏ ପର୍ଯ୍ୟାୟ ଭୋଟ ପରେ ହିଁ ସେଠାରେ ଗଣତି ହେଉଥିଲା। ୨୦୧୭ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୮୫୩ଟି ଜିଲ୍ଲା ପରିଷଦ ଜୋନ ପାଇଁ ନିର୍ବାଚନ ହୋଇଥିଲା।  ଏଥିରେ ବିଜେଡି ୪୬୭, ବିଜେପି ୨୯୭, କଂଗ୍ରେସ ୬୦, ସିପିଆଇ ୨ ଓ ସିପିଆଇଏମ୍ ଗୋଟିଏ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଥିଲେ।

Election Commission Panchayat Election Odisha Panchayat Elections
Advertisment
Advertisment