Advertisment

'ଆହୁରି ୨ମାସ ବଢ଼ିବ କରୋନା ସଂକ୍ରମଣ'

ଆକ୍ରାନ୍ତଙ୍କ ସାମାନ୍ୟ ଲକ୍ଷଣ ରହୁଛି ଏବଂ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ICUର ଆବଶ୍ୟକତା ବି କମ୍ ରହୁଛି।

author-image
Chandan Shishu
ଅଦ୍ୟତନ ହୋଇଛି
Covid19

Covid19

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି- ରାଜ୍ୟରେ ଆହୁରି ୨ ମାସ ସଂକ୍ରମଣ ବଢିବା ଅବସ୍ଥାରେ ରହିବ। ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଟିପିଆର୍ ଅଧିକ ରହିଛି। ଆଗକୁ ରୋଗୀ ସଂଖ୍ୟା ଦେଖି ବେଡ୍ ସଂଖ୍ୟା ବୃଦ୍ଧି କରାଯିବ। ମହାମାରୀର ତୃତୀୟ ଲହରକୁ ପ୍ରଶମିତ କରିବା ପାଇଁ, ଅତି କମ୍‌ରେ ୨ ମାସ ଲଢ଼ିବାକୁ ହେବ ସତର୍କତାର ଲଢ଼େଇ। 

Advertisment

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮ ହଜାର ୭୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧା ଜିଲ୍ଲାରେ ସାମ୍ନାକୁ ଆସିଛି ସର୍ବାଧତ୍କ ୨୬୧୫ କୋଭିଡ୍ କେସ୍‌। ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବି ଆଉ ୬୭ ବୃଦ୍ଧି ପାଇ ମୋଟ୍ ୧୭୦ରେ ପହଞ୍ଚିଛି। ୬୭ ଭିତରୁ ଅଧିକାଂଶ ଲୋକାଲ୍ କେଶ୍ ବୋଲି ଜଣାପଡ଼ିଛି।ରାଜ୍ୟର ୪-୫ଟି ଜିଲ୍ଲାରେ ଟେଷ୍ଟ୍ ପଜିଟିଭିଟି ରେଟ୍ ଅଧତ୍କ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଏଥିସହ ଆଶ୍ୱାସନା ଦେଇଛନ୍ତି ଯେ, ଆକ୍ରାନ୍ତଙ୍କ ସାମାନ୍ୟ ଲକ୍ଷଣ ରହୁଛି ଏବଂ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ICUର ଆବଶ୍ୟକତା ବି କମ୍ ରହୁଛି।

କରୋନା ଲଢ଼େଇର ମୁଖ୍ୟ ଅସ୍ତ୍ର ଟିକା। ହେଲେ ଗଜପତି, ସୁନ୍ଦରଗଡ଼, କଟକ ଓ ଅନୁଗୁଳ ଜିଲ୍ଲାରେ ପ୍ରଥମ ଡୋଜ୍ ଏବଂ ମୟୂରଭଞ୍ଜରେ ଦ୍ୱିତୀୟ ଡୋଜ୍ ଟିକାକରଣ ଗତି ଧିମା ରହିଛି। ତେବେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଚଳିତ ମାସ ସୁଦ୍ଧା ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

Advertisment

୧ମ ଡୋଜ୍ ନେଇନଥିବା ଲୋକଙ୍କ ଘରକୁ ଯାଇ ଟିକା ଦିଆଯାଉଛି। ପ୍ରତି ବ୍ଲକରେ ୧୦ରୁ ୧୨ଟି ଲେଖାଏଁ ମୋବାଇଲ ଟିକାକରଣ କ୍ଲିନିକ୍ ଖୋଲାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସେପଟେ ଜିଲ୍ଲା ସ୍ତରରେ ଟେଷ୍ଟିଂ, ଟ୍ରାକିଂ, ଆଇସୋଲେସନ୍ ଓ କଣ୍ଟେନମେଣ୍ଟ ଆଦି ଦିଗରେ ବି ଗୁରୁତ୍ୱ ଦିଆଯାଉଥିବା ଜିଲ୍ଲାପାଳମାନେ କହିଛନ୍ତି।

ଦେଶରେ ଦିନକରେ ୧ ଲକ୍ଷ ୯୪ ହଜାର ୭୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଗତକାଲିଠାରୁ ୨୬ ହଜାର ୬୫୭ ଅଧିକ। ସେପଟେ ସବୁ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଗଚ୍ଛିତ ରଖିବାକୁ ଓ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ।

ରିପୋର୍ଟ: ସଞ୍ଜୀବ ନାୟକ, ନବଘନ ବିଷୋୟୀ ଓ ହରିହର ଚାନ୍ଦ

Omicron Cases In Odisha COVID19 Omicron Variant
Advertisment
Advertisment