Advertisment

ବିବାହ କରିବାକୁ ଜିଦ୍‌ କଲା, ବିଫଳ ହେବାରୁ ଚରମ ନିଷ୍ପତ୍ତି...

ସୁରେଖାଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ବୋଲି ପୋଲିସ୍ ସ୍ପଷ୍ଟ କରିଛି। ଏହା ପଛରେ ରହିଛି ସୁରେଖାଙ୍କ ବୟଫ୍ରେଣ୍ଡଙ୍କ ସମ୍ପୃକ୍ତି।

author-image
Rajalaxmi Sahoo
Surekha Palai Death Case

Surekha Palai Death Case

ଭୁବନେଶ୍ୱର ଭରତପୁରରେ ସୁରେଖା ପଲେଇ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ଜଣାପଡ଼ିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏଭଳି ତଥ୍ୟ ପୋଲିସ୍ ହାତରେ ଲାଗିଛି। ସୁରେଖାଙ୍କ ମୃତ୍ୟୁ ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ବୋଲି ପୋଲିସ୍ ସ୍ପଷ୍ଟ କରିଛି। ହେଲେ ଏହା ପଛରେ ରହିଛି ସୁରେଖାଙ୍କ ବୟଫ୍ରେଣ୍ଡଙ୍କ ସମ୍ପୃକ୍ତି। ବୟଫ୍ରେଣ୍ଡ ବିଶ୍ୱଜିତ୍ ଜେନାଙ୍କୁ ଗିରଫ କରିବା ପରେ ଏ ସମ୍ପର୍କରେ ଜଣାପଡ଼ିଛି।

Advertisment

ମୃତ ସୁରେଖା, ବିଶ୍ୱଜିତ୍‌ଙ୍କୁ ଏକତରଫା ପ୍ରେମ କରୁଥିଲେ। ବିବାହ କରିବାକୁ ଜିଦ୍ ଧରୁଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ସୂଚନା ଅନୁସାରେ, ଗତ ୧୦ ତାରିଖରେ ଭରତପୁର ତାରିଣୀ ବସ୍ତିରେ ଏକ ବନ୍ଦ ଘରୁ ସୁରେଖାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୂର୍ବ ରାତିରୁ ତାଙ୍କର ମୃତ୍ୟୁ ଘଟିଥିଲା। ଭୋଜି ବେଳେ ବୟଫ୍ରେଣ୍ଡ୍‌ଙ୍କ ସହ ସୁରେଖାଙ୍କ ପାଟିତୁଣ୍ଡ ହୋଇଥିଲା। ଏହାପରେ ସୁରେଖା ନିଜକୁ ଏକ ରୁମ୍‌ରେ ବନ୍ଦ କରି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। 

ପୋଲିସ ଭୟରେ ବିଶ୍ୱଜିତ୍‌ ଏବଂ ତାର ସହଯୋଗୀ ସୁରେଖାଙ୍କ ମୃତଦେହକୁ ସେଠାରୁ ନେଇ ତାଙ୍କ ଘରେ ରଖି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାସହ  ପାରିପାର୍ଶ୍ୱିକ ପ୍ରମାଣକୁ ନଷ୍ଟ କରିଥିଲେ। ମୃତଦେହ ମିଳିବା ପରେ ପୋଲିସ ପ୍ରଥମେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଥିଲା। ଏହି ଅଭିଯୋଗରେ ପୋଲିସ୍‌ ବିଶ୍ୱଜିତ୍‌ଙ୍କୁ ଗିରଫ କରି କ୍ରାଇମ୍ ସିନ୍ ରିକ୍ରେସନ୍ କରିଛି। 

Advertisment
Bhubaneswar Surekha Palai Death Case
Advertisment
Advertisment