• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓସିଏସ୍ ମେନ୍ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି । ଓଡ଼ିଶା ସିଭିଲ ସର୍ଭିସ (ମେନ୍) ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ । ଚିଠି ଲେଖି ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଆଶାୟୀ ପରୀକ୍ଷାର୍ଥୀ । କରୋନା ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରାଯାଇଛି । ଏମିତିକି କିଛି ଆଶାୟୀ ମଧ୍ୟ କୋଭିଡ ପଜିଟଭ ଅଛନ୍ତି । ଏଭଳି ସ୍ଥିତିରେ ସେମାନେ ପରୀକ୍ଷା ଦେବା କଷ୍ଟକର ବ୍ୟାପାର । ତେଣୁ ଓପିଏସସିକୁ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି ଉଠିଛି । ଆସନ୍ତା ୨୦ ତାରିଖରୁ ଫେବ୍ରୁଆରୀ ୮ ତାରିଖ ଯାଏଁ ଅଛି ମେନ୍ ପରୀକ୍ଷା । ଏନେଇ ପୂର୍ବରୁ ସୂଚୀ ସ୍ଥିର ହୋଇଛି ।

Other Stories