• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶର ସାଂଘାତିକ ହେଲାଣି କୋଭିଡ ସ୍ଥିତି । ଏହାର ମୁକାବିଲା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଲେଖିଛନ୍ତି ଚିଠି । ପର୍ଯ୍ୟାପ୍ତ ଅକ୍ସିଜେନ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ଚିଠିରେ ଉଲ୍ଲେଖ କରିଛନ୍ତି । ୪୮ ଘଣ୍ଟାର ଅକ୍ସିଜେନ ବଫର୍ ଷ୍ଟକ ରଖିବାକୁ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜେଶ ।

ତରଳ ଅକ୍ସିଜେନ ଯେମିତି ନିରବଚ୍ଛିନ୍ନ ଭାବେ ଯୋଗାଣ ହୋଇପାରିବ, ତାର ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି । ଏହାସହ ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ରଖନ୍ତୁ । ସବୁ ଜିଲ୍ଲାରେ ଅକ୍ସିଜେନ କନ୍‌ସେଣ୍ଟେଟର୍ ବ୍ୟବସ୍ଥା କରାଯାଉ । ଉଚ୍ଚସ୍ତରୀୟ ହସ୍ପିଟାଲରେ ଜୀବନ ରକ୍ଷାକାରୀ ଉପକରଣ ପ୍ରସ୍ତୁତ କରନ୍ତୁ । ବିଶୋଧନର ନିୟମ ପାଳନ କରି ନିୟମିତ ଭାବେ ଅକ୍ସିଜେନ ସିଲିଣ୍ଡର ଡେଲିଭରି କରାଯାଉ । ଏନେଇ ପ୍ରାଇଭେଟ ସଂସ୍ଥାଗୁଡ଼ିକ ସହିତ ମଧ୍ୟ ଉତ୍ତମ ଯୋଗାଯୋଗ କରିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଅକ୍ସିଜେନ ଯୋଗାଣ ନେଇ ସମ୍ଭାବ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ଅକ୍ସିଜେନ କଣ୍ଟ୍ରୋଲ ରୁମ୍‌କୁ ପୁଣି ଥରେ କାଯର୍ୟକ୍ଷମ କରିବାକୁ ପରାମର୍ଶ ଦେଇଛନ୍ତି ରାଜେଶ ଭୂଷଣ ।

ଅନ୍ୟପଟେ ଦେଶରେ ଆଜି ପୁଣି ୨ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ । ଦେଶରେ ଦିନକରେ ୧ ଲକ୍ଷ ୯୪ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଠାରୁ ଆଜି ୨୬ ହଜାର ୬୫୭ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୧୧ ଦଶମିକ ୦୫ ପ୍ରତିଶତ ରହିଛି ଦେଶରେ ଦିନକରେ ୪୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୪ ହଜାର ୬୫୫କୁ ବୃଦ୍ଧି ପାଇଛି ।

ସେହିଭଳି ରାଜ୍ୟରେ କରୋନା ମାଡ଼ୁଛି, ଭୟ ବଢ଼ୁଛି । ରାଜ୍ୟରେ ଆଜି ୮ ହଜାର ଟପିଛି ଦୈନିକ ସଂକ୍ରମଣ । ଦିନକରେ ୮ ହଜାର ୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫ ହଜାର ୯୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩ ହଜାର ୬୮୨ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯୨ ଜଣ ଅଛନ୍ତି । ସେହିପରି ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି ।