Advertisment

୧୬ ଯାଏଁ ବର୍ଷିବ ! ଘଡ଼ଘଡ଼ି ସହ କୁଆପଥର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Rainfall Alert

ଭୁବନେଶ୍ୱର: ରାଜ୍ୟରେ ଆହୁରି ୨ ଦିନ ବର୍ଷିବ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ରାଜ୍ୟରେ ଆଉ ୨ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୫ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। କାଲି ପର୍ଯ୍ୟନ୍ତ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।

Advertisment

୧୪ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ: ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡିକରେ ଅଧିକାଂଶ ସ୍ଥାନରେ ହାଲୁକାରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। କନ୍ଧମାଳ, କଳାହାଣ୍ଡି, ରାୟଗଡା, ବୌଦ୍ଧ, ଗଞ୍ଜାମ, ଗଜପତି ନୟାଗଡ଼ ଓ ଅନୁଗଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡି ସହ କୁଆପଥର ବର୍ଷା ସମ୍ଭାବନା ରହିଛି। ଏପରିକି ପ୍ରବଳ ବର୍ଷା(୬ରୁ ୧୧ ସେମି) ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, ସମ୍ବଲପୁର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ ଓ ସୋନପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି। ଏସବୁ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

୧୪ ତାରିଖ ସକାଳ ୮.୩୦ରୁ ୧୫ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ: ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଂଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡା, କୋରାପୁଟ, ଢେଙ୍କାନାଳ ଓ ମାଲକାନାଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି। 

୧୫ ତାରିଖ ସକାଳ ୮.୩୦ରୁ ୧୬ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ: କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନାଗିରି ଜିଲ୍ଲାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଅବଶିଷ୍ଟ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

Weather Forecast Weather In Odisha
Advertisment
Advertisment