/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642062482.jpg)
Corona Cases In Odisha
ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ ଟ୍ରେଣ୍ଡରେ ରହିଛି। ଅଳ୍ପ ଦିନରେ ଆମେ ଦ୍ୱିତୀୟ ଲହର ପିକ୍କୁ କ୍ରସ୍ କରି ଯାଇପାରୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଗୋଟିଏ ପାଣ୍ଡେମିକ୍ରେ ପ୍ରଥମେ ସଂକ୍ରମଣ ବଢ଼ିବ,ତା’ପରେ କିଛି ଦିନ ସମାନ୍ତରାଳରେ ରହିବ ଓ ଏହାପରେ କମିବ। ବର୍ତ୍ତମାନ ଦେଶରେ ସଂକ୍ରମଣ ବଢୁଛି, ସେହି ହିସାବରେ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସଂକ୍ରମଣ ବଢିଲେ ମଧ୍ୟ ହସ୍ପିଟାଲାଇଜେସନ୍ ବହୁତ କମ୍। ଏପରିକି ବେଡ୍ occupancyର ଷ୍ଟାଟସ୍ ଅନୁଯାୟୀ, ଜେନେରାଲ ବେଡ୍ରେ ୬.୫୧, ଆଇସିୟୁରେ ୧୨.୫୧%, କ୍ରିଟିକାଲ କେୟାରରେ ୩.୬୨% ରୋଗୀ ଅଛନ୍ତି। ବର୍ତ୍ତମାନ ୫ଟି ଦିଗ ଉପରେ ନଜର ରଖାଯାଇଛି। ଟେଷ୍ଟ, ପଜିଟିଭିଟି ରେଟ୍, ହସ୍ପିଟାଲାଇଜେସନ, ମୃତ୍ୟୁ ହାର, ଲୋକଙ୍କ ବ୍ୟବହାରକୁ ଆମଗାମୀ ପଦକ୍ଷେପ ନିଆଯିବ।
‘କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ହସ୍ପିଟାଲାଇଜେସନ କମ୍ ରହିଛି। ଦ୍ୱିତୀୟ ଲହର ତୁଳନାରେ ଏବେ ହସ୍ପିଟାଲାଇଜେସନ ବହୁତ କମ୍ ରହିଛି। ଔଷଧ, ଅକ୍ସିଜେନ ଓ ବେଡ୍ ପ୍ରସ୍ତୁତ କରି ରଖାଯାଉଛି’ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ. ଅଶୋକ ମହାପାତ୍ର କହିଛନ୍ତି, ‘ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ପିକ୍ ଛୁଇଁବ କରୋନା ସଂକ୍ରମଣ। ଡେଲ୍ଟା ଠାରୁ ଓମିକ୍ରନ୍ ୪ ଗୁଣ ଅଧିକ ସଂକ୍ରମିତ କରୁଛି। ପିକ୍ ଛୁଇଁଲା ବେଳେ ଦୈନିକ ୩୦ ହଜାରରୁ ଅଧିକ ରହିବ ସଂକ୍ରମଣ। ପିକ୍ ସମୟରେ ଦୈନିକ ୩୦ରୁ ୪୦ ମୃତ୍ୟୁ ହେବା ଆଶଙ୍କା ରହିଛି। ୬ ମାସ ପୂର୍ବେ ଟିକା ନେଇଥିଲେ କାମ କରିବ ନାହିଁ। ତେଣୁ ବୁଷ୍ଟର ଡୋଜ୍ ଆବଶ୍ୟକ ରହିଛି।’
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ୧୦ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫,୮୩୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪,୨୨୬ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)