• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଡ଼ିଦେଲେ ଶହ ଶହ କରୋନା କିଟ୍‌ । ଯାଜପୁର ଜିଲ୍ଲା କୋରେଇ ମେଡିକାଲ ପରିସରରେ ଦେଖିବାକୁ ମିଳିଛି ଏଭଲି ଦୃଶ୍ୟ । ମେଡିକାଲ ପରିସରରେ ଶତାଧିକ କରୋନା ଟେଷ୍ଟ କିଟ ପୋଡାଯାଉଥିବା ଖବର ମିଳିଥିଲା । ଏହା ବ୍ୟବହାର କରାଯାଇଛି କି ନାହିଁ ତାହାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନଥିବା ବେଳେ ଖବର ପାଇ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଏହାର ତଦନ୍ତ ଆରମ୍ଭ ହୋଇଛି , ଯଦି କୌଣସି ବେଆଇନ୍‌ କାର୍ଯ୍ୟ ହୋଇଥାଏ, ତେବେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିରେ ସନ୍ଦେହ ନାହିଁ ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ରାଜ୍ୟରେ ଅପ୍‌ୱାର୍ଡ ଟ୍ରେଣ୍ଡରେ କରୋନା ସଂକ୍ରମଣ । ଗତକାଲି ହଠାତ୍ ଦୈନିକ ସଂକ୍ରମଣ ୪୨ ପ୍ରତିଶତ ବଢ଼ି ୭ ହଜାର ଟପିଛି । ସ୍ୱାସ୍ଥ୍ୟ ବିଭାଗର କହିବା କଥା, ରାଜ୍ୟରେ ଚାଲିଛି ଅପ୍‌ୱାର୍ଡ ଟ୍ରେଣ୍ଡ । ତେବେ ଆଶ୍ୱସ୍ତ କରିଛି ୯୫ ଭାଗ ସଂକ୍ରମିତଙ୍କ ହୋମ୍ ଆଇସୋଲେସନ୍ । ସେହିଭଳି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯୨ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇସାରିଥିବା ବେଳେ ଜୋରଦାର ହୋଇଛି କିଶୋର ଓ ବୁଷ୍ଟର ଡୋଜ୍ ଟିକାକରଣ ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା କଥା, ଏବେ ରାଜ୍ୟରେ ଉପରମୁହାଁ ଟ୍ରେଣ୍ଡରେ କୋଭିଡ୍ ସଂକ୍ରମଣ । ହେଲେ ତାକୁ ନେଇ ଚିନ୍ତିତ ହେବାର କାରଣ ନାହିଁ । ସରକାରଙ୍କ କଟକଣା ଅନୁସାରେ ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟ୍‌ମେଣ୍ଟ ଓ ଟିକାକରଣ ସବୁ କିଛି ଚାଲିଛି । ତେବେ ଆଶ୍ୱସ୍ତିର ବିଷୟ, ରାଜ୍ୟର ୨୦ ହଜାର ଆକ୍ଟିଭ୍ କେସ୍ ମଧ୍ୟରୁ ପାଖାପାଖି ୧୯ ହଜାର ହୋମ୍ ଆଇସୋଲେସନ୍‌ରେ ଅଛନ୍ତି । ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ହସ୍ପିଟାଲ ବେଡ୍ ବି ବଢ଼ାଯାଉଛି ।

ଅନ୍ୟପଟେ ଦେଶରେ ଗତାକାଲି ବି ଦେଢ଼ ଲକ୍ଷ ପାର୍ କରିଛି ଦୈନିକ ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୬୮ ହଜାର ୬୩ ଜଣ କରୋନା ଆକ୍ରାନ୍ତ । ତେବେ ପୂର୍ବଦିନର କେସ୍ ଠାରୁ ଏହା ୧୧ ହଜାର ୬୬୦ କମ୍ । ସେପଟେ ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୪ ହଜାର ୪୬୧ରେ । ବିନା ଜିନମ୍ ସିକ୍ୱେନ୍ସିଂରେ ସିଧାସଳଖ ଓମିକ୍ରନ୍ ଚିହ୍ନଟ ଲାଗି ପର୍ଯ୍ୟାପ୍ତ ପରିମାଣର ଓମିସିୟୋର RT-PCR ଟେଷ୍ଟ କିଟ୍ ଲାଗି ଟାଟା ମେଡିକାଲ ଆଣ୍ଡ ଡାଏଗ୍ନୋଷ୍ଟିକ୍ସକୁ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର ।