• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୧୩ ତାରିଖ, ଗୁରୁବାର, ଧନୁ ୨୯ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ଏକାଦଶୀ ତିଥି, କୃତ୍ତିକା ନକ୍ଷତ୍ର, ବୃଷ ଚନ୍ଦ୍ର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: ପରିଶ୍ରମ ଅନୁସାରେ ପାରିଶ୍ରମିକ କମ୍‌ ମିଳିବାରୁ ମନ ଭଲ ରହିବ ନାହିଁ। ଘରକୁ ଅତିଥିଙ୍କ ଆଗମନ ହେବ ଏବଂ ସୁସ୍ୱାଦୁ ଭୋଜନ କରିବେ।ନୂତନ ଜମି କ୍ରୟ କରିବାକୁ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି। ‌ଅସୁସ୍ଥ ଅନୁଭବ କରିପାରନ୍ତି।
ପ୍ରତିକାର- ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ

ବୃଷ: ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହୋଇପାରନ୍ତି। ବ୍ୟବସାୟରେ ବାଧାବିଘ୍ନ ଘଟିପାରେ। କର୍ମ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ଖୁସି ଅନୁଭବ କରିବେ।
ପ୍ରତିକାର- ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ 

ମିଥୁନ: ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅର୍ଥହାନୀ ଦେଖାଦେବ। ବ୍ୟବସାୟୀ ମାନେ ଲାଭ ପାଇପାରନ୍ତି। ସନ୍ତାନଙ୍କ ପାଖରୁ ଖୁସି ଖବର ମିଳିପାରେ। ଘରେ ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ।
ପ୍ରତିକାର- ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ 

କର୍କଟ: କର୍ମକ୍ଷେତ୍ରକୁ ନେଇ ସୁ ସମାଚାର ପ୍ରାପ୍ତି ହୋଇପାରେ। ଆର୍ଥିକ ସମସ୍ୟା ଲାଗି ରହିବାରୁ ମନ ଭଲ ରହିବ ନାହିଁ। ଗୁପ୍ତ ଶତ୍ରୁ ଜାତ ହୋଇ ଅସୁବିଧାରେ ପକାଇ ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 
ପ୍ରତିକାର- ମହାଦେବଙ୍କୁ କଞ୍ଚା କ୍ଷୀର ଅର୍ପଣ କରନ୍ତୁ

ସିଂହ: ଆଜି ଦିନରେ ଭାଗ୍ୟ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସାଥ୍‌ ଦେଇପାରେ। ଶତ୍ରୁମାନେ ପରାଜିତ ହେବେ ଓ ମିତ୍ରତାର ହାତ ବଢାଇବେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।
ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ

କନ୍ୟା: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବ ଏବଂ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଚଳାନ୍ତୁ। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ଓ ଯଶପ୍ରାପ୍ତି ହେବ। ପାରିବାରିକ ସମସ୍ୟା ଟିକେ ଦେଖା ଦେଇପାରେ।
ପ୍ରତିକାର- ମହାଦେବଙ୍କୁ ଦର୍ଶନ କରନ୍ତୁ

ତୁଳା: କର୍ମକ୍ଷେତ୍ରରେ ମାନ-ସମ୍ମାନ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ। ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ମିଳିବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ବିଛା: ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ। ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁ ସହଯୋଗର ହାତ ବଢାଇବେ।
ପ୍ରତିକାର- ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ

ଧନୁ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖା ଦେବ। ଅର୍ଥ କାରବାରକୁ ନେଇ ମାନସିକ ଚାପରେ ରହିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳିବ। ମାନ-ସମ୍ମାନ ପ୍ରାପ୍ତି ହେବ। ଆର୍ଥିକ ସମସ୍ୟା ପାଇଁ ବନ୍ଧୁ ସହଯୋଗ କରିବେ
ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ

ମକର: କର୍ମକ୍ଷେତ୍ରରେ କୌଣସି ଏକ ଖବର ଶୁଣି ମନରେ ଅସ୍ଥିରତା ବୃଦ୍ଧି ହେବ। ପାରିବାରିକ ସମସ୍ୟାକୁ ନେଇ ମନସ୍ତାପରେ ରହିବେ। ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ।
ପ୍ରତିକାର- ୫ଟି ଅପରାଜିତା ଫୁଲ ମହାଦେବଙ୍କୁ ଅର୍ପଣ କରନ୍ତୁ

କୁମ୍ଭ: ବ୍ୟବସାୟରେ ସଫଳତା ମିଳିବାରୁ ମନରେ ଶାନ୍ତି ମିଳିବ। ସନ୍ତାନମାନଙ୍କର ମାଙ୍ଗଳିକ କାର୍ଯ୍ୟ ପାଇଁ ବାପାମା’ ବ୍ୟସ୍ତ ରହିବେ। ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ। 
ପ୍ରତିକାର-  ଶ୍ରୀ ହନୁମତୟେ ନମଃ ଜପ କରନ୍ତୁ

ମୀନ: ବ୍ୟବସାୟରେ ଅର୍ଥ ଲାଭ ହେବାରୁ ନୂତନ ଜାଗା କ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ସୁସ୍ୱାଦୁ ଭୋଜନ କରିବେ।
ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ