/odishatv-khabar/media/post_attachments/uploadimage/library/16_9/16_9_0/NEET_1641953191.jpeg)
NEET
ଆଜିଠୁ NEET PG କାଉନ୍ସେଲିଂ । ୨୦୨୧-୨୨ ବର୍ଷ ପାଇଁ ଏମବିବିଏସ, ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଓଜେଇଇ ପରିଚାଳିତ ନିଟ୍ ପିଜି କାଉନସେଲିଂ । OJEE ୱେବସାଇଟ www.ojee.nic.in ବା www.odishajee.comରେ ଏସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ ।
Advertisment
ଆଜି ମଧ୍ୟାହ୍ନ ୧୨ଟାରୁ ଆସନ୍ତା ୧୮ ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ କରାଯାଇପାରିବ । ଏହି ୱେବ୍ସାଇଟ୍ ଦ୍ୱାରା ଅନଲାଇନ୍ ଆପ୍ଲିକେସନ ସାଙ୍ଗକୁ ଫି ଡିପୋଜିଟ, ଡକ୍ୟୁମେଣ୍ଟ ଅପଲୋଡିଂ ଏବଂ ଅନଲାଇନ୍ ଭେରିଫିକେସନ ପାଇଁ ସମୟ ଓ ଦିନ ଧାର୍ଯ୍ୟ କରାଯାଇପାରିବେ । ଜାନୁଆରୀ ୨୦ ତାରିଖରେ ଏ ସମ୍ବନ୍ଧିତ ସମସ୍ତ ତଥ୍ୟ ୱେବସାଇଟରେ ଉପଲବ୍ଧ ହେବ । ତେବେ ଜାନୁଆରୀ ୨୪ରେ ଓଜେଇଇ କତ୍ତୃପକ୍ଷ ପ୍ରୋଭିଜିନାଲ ମେରିଟ ଲିଷ୍ଟ ତାଲିକା ପ୍ରକାଶ କରିବେ । ଏହାସହ ୨୭ ଜାନୁଆରୀରେ ଫାଇନାଲ ମେରିଟ ଲିଷ୍ଟ ପ୍ରକାଶ ପାଇବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)