ଏଥର ହେବ ତ ଛାତ୍ର ସଂସଦ ନିର୍ବାଚନ ? ନା ପୂର୍ବ ବର୍ଷଗୁଡ଼ିକ ଭଳି ସରକାର ଛାତ୍ର ସଂସଦ ନିର୍ବାଚନକୁ ଟାଳି ଦେବେ ? ଏହାକୁ ନେଇ ଛାତ୍ର ରାଜନୀତି ସରଗରମ ।
ରହିବା ପାଇଁ ଘର କରି ବ୍ୟବସାୟ କଲେ ଗଣିବେ ତଣ୍ଡ । ଘର ମାଲିକଙ୍କୁ ତାଗିଦ କଲା ଭୁବନେଶ୍ୱର ମହାନଗର ନିଗମ ।
ପୁଅ ମିଳିନଥିବାରୁ ଥାନା ଆଗରେ ଧାରଣାରେ ବସିଛନ୍ତି ମା ଓ ବାପା । ୧୬ ବର୍ଷର ପୁଅ ଯୋଗେଶ ବାଲାଜୀ ଗତ ୬ ତାରିଖରୁ ମୈତ୍ରୀବିହାର ଅଞ୍ଚଳରୁ ନିଖୋଜ ହୋଇଯାଇଛନ୍ତି ।
ସହିଦ ନଗର ଥାନା ASI ମମତା ବସ୍ତିଆ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ୧୫ ହଜାର ଲାଞ୍ଚ ନେଲା ବେଳେ ASIଙ୍କୁ ଭିଜିଲାନ୍ସ ଧରିଛି ।
ସ୍କୁଲ ଡ୍ରେସ୍ରେ ସବୁଜ ଛିଟା ...ଖପ୍ପା ହେଲେ ବିରୋଧୀ । ପିଲାଙ୍କ ୟୁନିଫର୍ମକୁ ସବୁଜିଆ କରି କ୍ୟାମ୍ପସ୍ରେ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସରକାର?
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନର ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
ଏବର୍ଷର ପାୱାରକଟ୍ ସମସ୍ୟା ଆସନ୍ତାବର୍ଷ ନହେଉ କହିଲେ OERC । ନିର୍ଦ୍ଦିଷ୍ଟ ସମୟ ଭିତରେ ଭିତ୍ତିଭୂମି ସୁଧାରିବାକୁ ନିର୍ଦ୍ଦେଶ ।
ପାଣ୍ଡିଆନଙ୍କ ପଲିଟିକାଲ ଷ୍ଟାଇଲ୍ ଗସ୍ତକୁ ନେଇ ଥମୁନି ବିରୋଧ । ତୀବ୍ର ବିରୋଧ ପରେ ରାଜ୍ୟ ସରକାରଙ୍କ ନୂଆ ଚାଲ୍ ।
ସିବିଆଇ ତଦନ୍ତ ରିପୋର୍ଟ ଆସିଲେ ଆହୁରି ହେବ କାର୍ଯ୍ୟାନୁଷ୍ଠାନ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ୩ ଅଭିଯୁକ୍ତଙ୍କୁ ଘାଣ୍ଟୁଛି CBI ।
ଶ୍ରାବଣ ଅଧାରେ ପ୍ରାୟ ୪୦ % ଜମିରେ ଆରମ୍ଭ ହୋଇନି ଧାନଚାଷ । ସ୍ୱଳ୍ପ ମିଆଦୀ ଧାନ ଚାଷ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ । ରାଜ୍ୟ ସରକାର କହିଲେ, ଏଯାଏଁ ଆସିନି ମରୁଡ଼ି ସ୍ଥିତି । ସ୍ଥିତି ଉପରେ ନଜର ରଖିଛୁ, ଆବଶ୍ୟକ ହେଲେ ପଦକ୍ଷେପ ନିଆଯିବ ।
ବ୍ଲାକମେଲିଙ୍ଗର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ପେଟରେ ୨୫ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
କୁଆଖାଇ ନଦୀରେ ବୁଡ଼ିଗଲେ ୪ ଛାତ୍ର। କାଲିଠୁ ଖୋଜାଖୋଜି ପରେ ଆଜି ସକାଳୁ ଆଉ ୨ ମୃତଦେହ ଉଦ୍ଧାର ହୋଇଛି।
ଭୁବନେଶ୍ୱରର ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ବୁଡିଯାଇଛନ୍ତି ।
ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ୪ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ । ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ ।
ଆଜିର ବର୍ଷା ରାଜଧାନୀବାସିଙ୍କୁ ପ୍ରଚଣ୍ଡ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।
ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଟ୍ରେନ୍ ସିଗ୍ନାଲିଂ କେମିତି ତ୍ରୁଟି ଶୂନ୍ୟ ହେବ, ଏବେ ସେଇ ଚିନ୍ତା। ଆଉ ଏହାରି ଭିତରେ ଭାରତୀୟ ରେଲ୍ୱେ ପାଇଁ ବ୍ଲକ୍ ଚେନ୍ ଟେକ୍ନୋଲୋଜି ଆଧାରିତ ସିଗ୍ନାଲିଂ ସିଷ୍ଟମ ବିକାଶ କରୁଛି ଆଇଆଇଟି ଖଡ଼ଗପୁର।
ସମୁଦ୍ର କୂଳରେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଦାରୁ ଦିଅଁ ରୂପେ ପୂଜା ପାଉଥିବା ବେଳେ ସମୁଦ୍ରପତନ ଠାରୁ ପ୍ରାୟ ୪ ହଜାର ଫୁଟ୍ ଉଚ୍ଚରେ ପୁରୀଠାରୁ ସହସ୍ର କୋଷ ଦୂରରେ ଉତ୍ତରକାଶୀରେ ମହାପ୍ରଭୁଙ୍କ ଶିଳା ବିଗ୍ରହ ପୂଜା ପାଉଛି।
ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଅଭିଯୋଗ କରିବା ପରେ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ବିଜେଡି ଆଉ ବିଜେଡି ହାତରେ ନାହିଁ, 5T ସଚିବଙ୍କ ହାତରେ ରହିଛି ବୋଲି ଅଭିଯୋଗ କରିଛନ୍ତି। ଏହା ବି କହିଛନ୍ତି, ଫାଇଭ୍ ଟି ସଚିବ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହେଉଥିଲେ, ଏବେ ସାମ୍ନାକୁ ଆସିଲେଣି।
ପାକ୍ ଆତଙ୍କୀ ଲିଙ୍କ୍ ମାମଲାରେ ଅଭିଜିତ ଜମ୍ବୁରେକୁ NIA ଜେରା କରିଛି। OTP ଶେୟାରିଂ ମାମଲାରେ ଅଭିଯୁକ୍ତ ଅଭିଜିତ ଜମ୍ବୁରେରକୁ ଏନ୍ଆଇଏ ଜେରା କରିଛି।
ଚାହୁଁ ଚାହୁଁ ଜଳିଗଲା ଔଷଧ ଗୋଦାମ। ଗତକାଲି ରାତିରେ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ନିଆଁ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ଅଗ୍ନିଶମ ବିଭାଗ ପହଂଚି ଥିଲା । ହେଲେ ସେତେବେଳକୁ ଔଷଧ ଗୋଦାମଟି ସମ୍ପୂର୍ଣ୍ଣ ଜଳିଯାଇଛି । ପ୍ରାୟ ୫ ଅଗ୍ନିଶମ ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା ଜାରି ରହିଛି ।
ଆହାର ଉପରେ ପନିପରିବା ଦର ବୃଦ୍ଧିର ପାହାର। ବଦଳି ଯାଇଛି ଆହାର କେନ୍ଦ୍ରର ମେନୁ। ଭାତ ଡାଲମା ବଦଳରେ ଯେମିତି ପ୍ଲେଟରେ ପରଷା ଯାଉଛି ଖାଲି ଭାତ ଡାଲି। ଡାଲମାରୁ ଉଭାନ ହୋଇଯାଇଛି ପରିବା।
ସାମ୍ନାକୁ ଆସିଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ବଡ଼ ଲିଙ୍କ୍। ଓଡ଼ିଶା ଆସି ଘାଣ୍ଟୁଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା। କ୍ରାଇମବ୍ରାଞ୍ଚ STF ହାତରେ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧଙ୍କୁ ଧରି ଚଳାଇଛି ମାରାଥନ୍ ଜେରା।
ସିଂହମାନଙ୍କୁ କାବୁ କରିବା ପରେ ପର୍ଯ୍ୟଟକ ଉଦ୍ଧାର । ସିଂହ ସଫାରୀରେ ପର୍ଯ୍ୟଟକଙ୍କ ବସ୍ କାହିଁକି ଫସିଲା ?
STF କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେରକୁ ATS କରିବ ଜେରା ।