ବ୍ଲାକମେଲିଙ୍ଗର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ପେଟରେ ୨୫ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
କୁଆଖାଇ ନଦୀରେ ବୁଡ଼ିଗଲେ ୪ ଛାତ୍ର। କାଲିଠୁ ଖୋଜାଖୋଜି ପରେ ଆଜି ସକାଳୁ ଆଉ ୨ ମୃତଦେହ ଉଦ୍ଧାର ହୋଇଛି।
ଭୁବନେଶ୍ୱରର ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ବୁଡିଯାଇଛନ୍ତି ।
ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ୪ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ । ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ ।
ଆଜିର ବର୍ଷା ରାଜଧାନୀବାସିଙ୍କୁ ପ୍ରଚଣ୍ଡ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।
ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଟ୍ରେନ୍ ସିଗ୍ନାଲିଂ କେମିତି ତ୍ରୁଟି ଶୂନ୍ୟ ହେବ, ଏବେ ସେଇ ଚିନ୍ତା। ଆଉ ଏହାରି ଭିତରେ ଭାରତୀୟ ରେଲ୍ୱେ ପାଇଁ ବ୍ଲକ୍ ଚେନ୍ ଟେକ୍ନୋଲୋଜି ଆଧାରିତ ସିଗ୍ନାଲିଂ ସିଷ୍ଟମ ବିକାଶ କରୁଛି ଆଇଆଇଟି ଖଡ଼ଗପୁର।
ସମୁଦ୍ର କୂଳରେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଦାରୁ ଦିଅଁ ରୂପେ ପୂଜା ପାଉଥିବା ବେଳେ ସମୁଦ୍ରପତନ ଠାରୁ ପ୍ରାୟ ୪ ହଜାର ଫୁଟ୍ ଉଚ୍ଚରେ ପୁରୀଠାରୁ ସହସ୍ର କୋଷ ଦୂରରେ ଉତ୍ତରକାଶୀରେ ମହାପ୍ରଭୁଙ୍କ ଶିଳା ବିଗ୍ରହ ପୂଜା ପାଉଛି।
ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଅଭିଯୋଗ କରିବା ପରେ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ବିଜେଡି ଆଉ ବିଜେଡି ହାତରେ ନାହିଁ, 5T ସଚିବଙ୍କ ହାତରେ ରହିଛି ବୋଲି ଅଭିଯୋଗ କରିଛନ୍ତି। ଏହା ବି କହିଛନ୍ତି, ଫାଇଭ୍ ଟି ସଚିବ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହେଉଥିଲେ, ଏବେ ସାମ୍ନାକୁ ଆସିଲେଣି।
ପାକ୍ ଆତଙ୍କୀ ଲିଙ୍କ୍ ମାମଲାରେ ଅଭିଜିତ ଜମ୍ବୁରେକୁ NIA ଜେରା କରିଛି। OTP ଶେୟାରିଂ ମାମଲାରେ ଅଭିଯୁକ୍ତ ଅଭିଜିତ ଜମ୍ବୁରେରକୁ ଏନ୍ଆଇଏ ଜେରା କରିଛି।
ଚାହୁଁ ଚାହୁଁ ଜଳିଗଲା ଔଷଧ ଗୋଦାମ। ଗତକାଲି ରାତିରେ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ନିଆଁ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ଅଗ୍ନିଶମ ବିଭାଗ ପହଂଚି ଥିଲା । ହେଲେ ସେତେବେଳକୁ ଔଷଧ ଗୋଦାମଟି ସମ୍ପୂର୍ଣ୍ଣ ଜଳିଯାଇଛି । ପ୍ରାୟ ୫ ଅଗ୍ନିଶମ ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା ଜାରି ରହିଛି ।
ଆହାର ଉପରେ ପନିପରିବା ଦର ବୃଦ୍ଧିର ପାହାର। ବଦଳି ଯାଇଛି ଆହାର କେନ୍ଦ୍ରର ମେନୁ। ଭାତ ଡାଲମା ବଦଳରେ ଯେମିତି ପ୍ଲେଟରେ ପରଷା ଯାଉଛି ଖାଲି ଭାତ ଡାଲି। ଡାଲମାରୁ ଉଭାନ ହୋଇଯାଇଛି ପରିବା।
ସାମ୍ନାକୁ ଆସିଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ବଡ଼ ଲିଙ୍କ୍। ଓଡ଼ିଶା ଆସି ଘାଣ୍ଟୁଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା। କ୍ରାଇମବ୍ରାଞ୍ଚ STF ହାତରେ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧଙ୍କୁ ଧରି ଚଳାଇଛି ମାରାଥନ୍ ଜେରା।
ସିଂହମାନଙ୍କୁ କାବୁ କରିବା ପରେ ପର୍ଯ୍ୟଟକ ଉଦ୍ଧାର । ସିଂହ ସଫାରୀରେ ପର୍ଯ୍ୟଟକଙ୍କ ବସ୍ କାହିଁକି ଫସିଲା ?
STF କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେରକୁ ATS କରିବ ଜେରା ।
ଗ୍ରୀଲ୍ ତାଡ଼ି ୨ ଭରି ସୁନା ଓ ୪ ଲକ୍ଷ ଟଙ୍କା ଲୁଟିଲେ । ସିସିଟିଭିରେ କଏଦ୍ ଚୋରି କରି ଖସି ପଳାଉଥିବାର ଦୃଶ୍ୟ ।
ମୋତେ ଆୟକର ବିଭାଗ କିଛି ପ୍ରଶ୍ନ କରିନି କହିଲେ ଜଗଦୀଶ । ଏଯାଏଁ ଜବତ ହେଲାଣି ୩୨ କୋଟିରୁ ଅଧିକ ଟଙ୍କା ।
DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କୁ ମାରାଥନ ଜେରା । ଏପଟେ ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ ।
ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ସୂଚକାଙ୍କର ରିପୋର୍ଟରେ ଯାହା ଖୋଲି ଦେଇଛି ରାଜ୍ୟରେ ଡିଣ୍ଡିମ ପିଟା ଶିକ୍ଷା ବ୍ୟବସ୍ଥାର ବାସ୍ତବ ରୂପ।
5T ସଚିବଙ୍କ ଗସ୍ତକୁ ନେଇ ନବୀନଙ୍କୁ ଅପରାଜିତାଙ୍କ ଟାର୍ଗେଟ୍ ।
ରିମାଣ୍ଡରେ ନେଇ ଚନ୍ଦକା ଥାନାରେ ସିବିଆଇର ଖୋଳତାଡ଼ । ଏଣେ କର୍ମଚାରୀଙ୍କ ତ୍ରୁଟି ନା ଅନ୍ତର୍ଘାତୀ ପ୍ଲାନ୍ ।
ଫୋକସରେ ୨୦୧୯ରେ ହାରିଥିବା ୯ ଲୋକସଭା ଓ ୩୩ ବିଧାନସଭା ସିଟ୍। ବିଜେଡି ନେତାଙ୍କୁ ଟିକେଟର ଗ୍ରୀନ୍ ସିଗନାଲ୍ ସହ ଗ୍ରାଉଣ୍ଡ ୱାର୍କକୁ ଗୁରୁତ୍ୱ ଦେଇ ବିଜୟକୁ ସୁନିଶ୍ଚିତ କରିବା ଦିଗରେ କାମ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଂଜ ଦେଓଗଡ଼, ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ।
ମୁଖ୍ୟମନ୍ତ୍ରୀ କାହିଁକି ବାହାରିବେନି କି କାହିଁକି ଘୋଷଣା କରିବେନି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଦଳରେ 5T ସଚିବ ସବୁଆଡ଼େ ଗସ୍ତ କରୁଛନ୍ତି ।
ଆଭ୍ୟନ୍ତରୀଣ ସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।