Advertisment

ହୋଟେଲ୍‌ରେ ବଢ଼ିଲା ମିଲ୍ସ ରେଟ୍‌ ! ଟମାଟୋ ପଡ଼ିଲେ ରେଟ୍‌ ବଢ଼ିବ

ମେନୁରେ ଥରେ ରେଟ୍ ଲେଖାହେଲେ ତାକୁ ବଦଳାଇବା ମୁସକିଲ୍। ତେଣୁ ବିନା ଟମାଟୋ ନଚେତ୍ ଅଳ୍ପ ଟମାଟୋରେ ତିଆରି ହେଉଛି ଖାଦ୍ୟ।

author-image
Satyendu Shekher Mishra
undefined

Tomato Price

ଭୁବନେଶ୍ୱରରେ ହୋଟେଲ ମେନୁରେ ପୂର୍ବରୁ ଆଇଟମ୍ ଯାହା ଥିଲା ଏବେବି ସେହି ସମାନ ଆଇଟମ୍ ରହିଛି, ହେଲେ ଆଉ ଟମାଟୋ ପଡୁନି । ବିନା ଟମାଟୋରେ ତିଆରି ହେଉଛି ରାଉଣ୍ଡ ମିଲ୍, ଥାଳି । ବିନା ଟମାଟୋରେ ଡାଲି, ତରକାରୀ, ଭଜା ସବୁକିଛି । ଏପରିକି ଗ୍ରୀନ୍ ସାଲାଡରେ ବି ଆଉ ଦେଖିବାକୁ ମିଳୁନି ନାଲି ବିଲାତି। ତଥାପି ପରିବା ଦର ବୃଦ୍ଧିକୁ ଦେଖି ମହଙ୍ଗା ହୋଇଛି ଥାଳି। ଦର ପାଖାପାଖି ୨୦ରୁ ୩୦ ଟଙ୍କା ବଢିଛି।

Advertisment

ଖାଲି ରାଜଧାନୀ ନୁହେଁ ରାଜ୍ୟ ସାରା ହୋଟେଲରେ ସ୍ଥିତି ସମାନ। ସବୁଠି ପ୍ରାୟ ମିଲ୍ସ ରେଟ୍ ବଢିଛି। କ୍ୱାଲିଟିରେ କମ୍ପ୍ରୋମାଇଜ୍ ନକରି ରେଟ୍ ବଢାଇବାକୁ ବାଧ୍ୟ ହେଉଛନ୍ତି ବ୍ୟବସାୟୀ।

ଜୟପୁରରେ ଜଣେ ହୋଟେଲ ବ୍ରବସାୟୀ କହିଛନ୍ତି କ୍ଷତି ହେଲେ ବି କରିବେ କ’ଣ । ମେନୁରେ ଥରେ ରେଟ୍ ଲେଖାହେଲେ ତାକୁ ବଦଳାଇବା ମୁସକିଲ୍। ତେଣୁ ବିନା ଟମାଟୋ ନଚେତ୍ ଅଳ୍ପ ଟମାଟୋରେ ତିଆରି ହେଉଛି ଖାଦ୍ୟ।

Advertisment

ଭୁବନେଶ୍ୱରରେ ଏପଟେ ରୋଷେଇ ଶାଳରୁ ଉଭାନ ହୋଇଯାଇଛି ନାଲି ବିଲାତି । ଘରକୁ କେବେ ଟମାଟୋ ଆସିଥିଲା ଗୃହିଣୀଙ୍କ ଆଉ ମନେ ନାହିଁ। ସେମିତି ବିନା ଟମାଟୋରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ବାଲେଶ୍ୱରରେ ପାଟିକୁ ଭଜା, ତରକାରୀ ସୁଆଦ ନଲାଗିଲେ ବି କରିବେ କଣ । ବଜେଟ୍& ବିଗାଡି ଦେଇଛି ଦାମୀ ପରିବା ଟମାଟୋ । କାଁ ଭାଁ ଘରକୁ ଅଢେଇ ଶହ ଟମାଟୋ ଆସିଥିଲେ, ସେତକରେ ୧୫-୨୦ ଦିନ ବିତୁଛି ।

ସେପଟେ ଆନ୍ଧ୍ରପ୍ରଦେଶରେ ଚାଷୀଙ୍କ ଭାଗ୍ୟ ବଦଳାଇ ଦେଇଛି ଟମାଟୋ । ରାତାରାତି କୋଟିପତି ହୋଇଛନ୍ତି ଆନ୍ଧ୍ରପ୍ରଦେଶ ଚିତୋରର ଚାଷୀ ମୁରଲୀ। ଟମାଟୋ ବିକି ରୋଜଗାର କରିଛନ୍ତି ୪ କୋଟି ଟଙ୍କା। କିଛି ବର୍ଷ ହେଲା ଚାଷରେ ଲାଭ ହେଉନଥିବାରୁ ସେ ଋଣଗ୍ରସ୍ତ ହୋଇ ଡ଼ିଥିଲେ। ଏଥର କିନ୍ତୁ ଟମାଟୋର ଉଚ୍ଚା ଦର ମୁରଲୀଙ୍କ ଭାଗ୍ୟ ପରିବର୍ତ୍ତନ କରିଦେଇଛି । ମାତ୍ର ୪୫ ଦିନରେ ସେ ହୋଇପାରିଛନ୍ତି କୋଟିପତି ।

ସେହିପରି କର୍ଣ୍ଣାଟକର ଜଣେ ଚାଷୀ ଟମାଟୋ ବିକି ଦାମୀ SUV ଗାଡି କିଣିଛନ୍ତି । ତାଙ୍କ ନାଁ ରାଜେଶ। କେବଳ ଏହି ସିଜିନରେ ସେ ୮ଶହ ପେଟି ଟମାଟୋ ବିକିଛନ୍ତି। ପାଇଛନ୍ତି ୪୦ ଲକ୍ଷ ଟଙ୍କା। ଟମାଟୋର ଏଭଳି ଉଚ୍ଚାଦର ଲାଗି ରହିଲେ ଏଥର କୋଟିଏ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବା ନେଇ ଆଶାବାଦୀ ଅଛନ୍ତି।

ସେହିପରି ପୁଣେରେ ଟମାଟୋ ଚାଷୀ ଇଶ୍ୱର ତୁକାରାମ ଗାଏକର ଚଳିତ ସିଜିନରେ ୧୭ ହଜାର ପେଟି ଟମାଟୋ ବିକି ୨ କୋଟି ୮୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ।

Advertisment
Advertisment