Advertisment

ବଦଳୁଛି କି ବିଜେଡିର ସମଦୂରତା ଫର୍ମୁଲା ? NDA ଆଡକୁ ଢଳୁଛି କି ବିଜେଡି ?

ଓଡ଼ିଶା ରାଜନୈତିକ ମୈଦାନରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ କହୁଥିବା ବିଜେପି-ବିଜେଡି ଭିତରେ ଏବେ ଚାଲିଛି ପ୍ରଶଂସାର ପର୍ବ।

author-image
Satyendu Shekher Mishra
Politics, BJD-BJP

Politics, BJD-BJP

ବଦଳୁଛି କି ବିଜେଡିର ସମଦୂରତା ଫର୍ମୁଲା ? NDA ଆଡକୁ ଢଳୁଛି କି ବିଜେଡି ? ବିଜେଡିର ସମଦୂରତା, ସମମିତ୍ରତାରେ ରୂପାନ୍ତରିତ ହେଉଛି କି? ସମଦୂରତା ଆଗକୁ ସମଝୌତାରେ ପରିଣତ ହେବ ନାହିଁ ତ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ସବୁଠି ଏହାକୁ ନେଇ ଚର୍ଚ୍ଚା, ଆଲୋଚନା। କାରଣ ଓଡ଼ିଶା ରାଜନୈତିକ ମୈଦାନରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ କହୁଥିବା ବିଜେପି-ବିଜେଡି ଭିତରେ ଏବେ ଚାଲିଛି ପ୍ରଶଂସାର ପର୍ବ।

Advertisment

ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲ୍ଲୀ ସେବା ବିଲ୍ କୁ ଖୋଲାଖୋଲି ସମର୍ଥନ ପରେ ପରେ ଭୁବନେଶ୍ୱରରେ ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ। ନବୀନ ବି ଶାହଙ୍କୁ ଜଣାଇଲେ ଧନ୍ୟବାଦ। ସେପଟେ ଲୋକସଭାରେ ଗତକାଲି ଅନାସ୍ଥା ଆଲୋଚନା ବେଳେ ବିଜେଡି ସାଂସଦ ପିନାକୀ ମିଶ୍ର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଂଶସାରେ ପୋତି ପକାଇଥିଲେ।

ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ପିନାକୀ। ଉଭୟେ ଉଭୟଙ୍କୁ ପ୍ରଂଶସା କରିବା ପରେ ବିଜେପି-ବିଜେଡି ସଂପର୍କ ଅଧିକ ସୁଦୃଢ଼ ହେଉଥିବା କୁହାଯାଉଛି। ଉଭୟଙ୍କ ମଧ୍ୟରେ ଚାଲିଥିବା କଳି ଏବେ କୋଳାକୋଳିରେ ପରିଣତ ହୋଇଛି। ବିଜେଡି କହିଛି ଯିଏ ଭଲ କାମ କରିବ ତାକୁ ପ୍ରଂଶସା କରାଯିବ । କିନ୍ତୁ ମେଣ୍ଟ ହେବାର ପ୍ରଶ୍ନ ଉଠୁନି ।

Advertisment

ସେପଟେ ରାଜ୍ୟ ପାଇଁ କେନ୍ଦ୍ରର ସହଯୋଗ ସମର୍ଥନକୁ ବିଜେଡି ସ୍ୱୀକାର କଲା ବୋଲି ବିଜେପି କହିଛି। ଏଣେ କଂଗ୍ରେସ ଅଭିଯୋଗ କରିଛି କେନ୍ଦ୍ରୀୟ ଏଜେନ୍ସି ଭୟରେ ଉଭୟଙ୍କ ମଧ୍ୟରେ ଏଭଳି ଅଘୋଷିତ ମେଣ୍ଟ ହୋଇଛି।

କେନ୍ଦ୍ର ସରକାରଙ୍କ ସହ ବିଜେଡିର ଉତ୍ତମ ସଂପର୍କ ଗଢି ଉଠୁଥିବାବେଳେ ରାଜ୍ୟରେ କିନ୍ତୁ ବିଜେପି, ବିଜେଡି ସହ ଲଢେଇ କରୁଛି। ଏଭଳି ସ୍ଥିତିରେ ଆଗକୁ କଣ ହେବ ଏହି ସଂପର୍କ ? ଆଗକୁ ନୂଆ ସମୀକରଣ ଜନ୍ମ ନେବ କି? ଲଢ଼େଇ ବନ୍ଧୁତ୍ବପୂର୍ଣ୍ଣ ନା ଜୋରଦାର ହେବ? ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ବଦଳୁଥିବା ରାଜୈନତିକ ପରିସ୍ଥିତିରେ ଉଭୟ ବିଜେପି ଓ ବିଜେଡିର କ୍ୟାଡର୍ କିନ୍ତୁ ଏବେ ଦ୍ୱନ୍ଦ୍ୱରେ ।

BJD BJP Congress Odisha Politics
Advertisment
Advertisment