• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଅଲୋଡ଼ା ହେଉଛି ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ। ଯୁବପିଢିଙ୍କ ମୁଣ୍ଡରେ IAS ଏବଂ OAS ଅଧିକାରୀ ହେବା ନିଶା। ସଂସଦର ଷ୍ଟାଣ୍ଡିଂ କମିଟି ତଥ୍ୟ ଅନୁଯାୟୀ ଭାରତୀୟ ପ୍ରଶାସନିକ ସେବାରେ ସଫଳତା ପାଉଥିବା ଛାତ୍ରଛାତ୍ରୀଙ୍କ ଭିତରେ ୭୦ ପ୍ରତିଶତ ହେଉଛନ୍ତି ମେଡିକାଲ୍ ଓ ଇଞ୍ଜିନିୟରିଂ କ୍ଷେତ୍ରର। ଆଇଟି କ୍ଷେତ୍ରରେ ନିଯୁକ୍ତି ସୁଯୋଗ କମିବା ଏବଂ ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିବା ଏହାର ମୁଖ୍ୟ କାରଣ ବୋଲି ବିଶେଷଜ୍ଞଙ୍କ ମତ। ଖାସ୍ କରି ନିଯୁକ୍ତି ପର୍ଯ୍ୟାପ୍ତ ନଥିବାରୁ ଏବେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପ୍ରଶାସନିକ କ୍ଷେତ୍ର ପ୍ରତି ଆଗ୍ରହ ଦେଖାଉଛନ୍ତି।

ହାତରେ ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ। କିନ୍ତୁ ଇଚ୍ଛା ବାବୁ ଚାକିରିରେ। ଏବେ ଏଭଳି କିଛି ଟ୍ରେଣ୍ଡ ଯୁବ ପିଢି ଭିତରେ। ଯାହାର ପ୍ରତିଫଳନ ଦେଖିବାକୁ ମିଳୁଛି ୟୁପିଏସସି ଏବଂ ଓପିଏସସି ପରୀକ୍ଷାରେ। ଚଳିତ ବର୍ଷ ପ୍ରକାଶିତ ଓଏଏସ୍ ପରୀକ୍ଷାରେ ଏମିତି ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ କି ପ୍ରଫେସନାଲ୍ ଓ ଟେକ୍ନିକାଲ ଡିଗ୍ରୀ ଧରି ବି ଓଏଏସ୍ ବନିଛନ୍ତି। ଇଏ ହେଲେ ଶ୍ବେତଲିନା ମହାନା। ଓୟୁଏଟିରୁ କୃଷି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ଚାକିରି ମଧ୍ୟ କରିଥିଲେ। କିନ୍ତୁ ପ୍ରଶାସନିକ କ୍ଷେତ୍ରକୁ ଆଗ୍ରହ ଦେଖାଇ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଦେଲେ।

ଆଉ ଓଏଏସ୍ ପରୀକ୍ଷାରେ ସାରା ରାଜ୍ୟରେ ୫ନମ୍ବର ରାଙ୍କରେ ରହି କୃତିତ୍ୱ ହାସଲ କରିଛନ୍ତି। ସ୍ୱପ୍ନ ଏତିକିରେ ସରିନି ଆଗକୁ ଆଇଏଏସ୍ ହେବାକୁ ଇଚ୍ଛା ରଖିଛନ୍ତି। କେବଳ ଶ୍ବେତଲିନା ନୁହନ୍ତି ଏନ୍ଆଇଟି ରାଉରକେଲାରୁ ଏମ୍.ଟେକ୍ ଡିଗ୍ରୀ ହାସଲ କରିଥିବା ସୌରଭ ପଣ୍ଡା ବି ଏଥର ପାଇଛନ୍ତି ଓଏଏସ୍। ମେକାନିକାଲ ଟ୍ରେଡରେ କଠିନ ପରିଶ୍ରମ କରି ଡିଗ୍ରୀ ହାସଲ କଲେ। କିନ୍ତୁ ତା ପରେ ମନ ବଦଳିଗଲା। ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କଲେ। ନିକଟରେ ପ୍ରକାଶିତ ୨୦୨୧ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ୪୦ତମ ରାଙ୍କ୍ ରେ ରହି ସଫଳତା ପାଇଛନ୍ତି।

ଆଉ ଜୟପୁର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ସିଦ୍ଧାର୍ଥ ପଟ୍ଟନାୟକ ବି ଜଣେ ଇଞ୍ଜିନିୟର। ୨୦୧୪ରେ ଇଞ୍ଜିନିୟରିଂ ପାଠ ସାରିଲା ପରେ ପ୍ରଶାସନିକ କ୍ଷେତ୍ରକୁ ମନ ବଳେଇଲେ। ୨୦୧୫ରୁ ଓସିଏସ୍ ପରୀକ୍ଷା ଦେଇ ଶେଷରେ ୨୦୧୭ରେ ସଫଳତା ପାଇ ଚାକିରିରେ ଯୋଗ

ଦେଇଛନ୍ତି।

କେବଳ ଶ୍ୱେତାଲିନା କି ସୌରଭ ନୁହଁନ୍ତି ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିବା ଲକ୍ଷ ଲକ୍ଷ ପିଲା ବି ଟେକ୍ନିକାଲ୍ ଓ ମେଡିକାଲ୍ ବ୍ୟାକ୍ ଗ୍ରାଉଣ୍ଡର। ରାଜ୍ୟରେ ନିଯୁକ୍ତିର ଅଭାବ ଓ ସ୍ୱଳ୍ପ ବେତନ ଲାଗି ଏବେ ଏହି ସବୁ ଛାତ୍ରଛାତ୍ରୀ ପ୍ରଶାସନିକ ସେବା ପରୀକ୍ଷା ଲାଗି ପ୍ରସ୍ତୁତି କରୁଛନ୍ତି। ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନରେ ଯେଉଁଠି ପ୍ରତିଦିନି ପ୍ରଶାସନିକ ସେବା ଆଶାୟୀ ଏକାଠି ବସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। ଭିଡ ଏମିତି ଯେ ବାହାରେ ବି କିଛି ଛାତ୍ର ଏକାଠି ହୋଇ ପାଠ ପଢୁଛନ୍ତି।  ବିଶେଷ କରି ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ଛାତ୍ରଛାତ୍ରୀ ଏବେ ଏଭଳି ଏକାଠି ହୋଇ ପରସ୍ପରର ସହାୟତା ନେଇ ପ୍ରସ୍ତୁତି କରୁଛନ୍ତି।

ସେପଟେ କିନ୍ତୁ ବୈଷୟିକ ଶିକ୍ଷାମନ୍ତ୍ରୀଙ୍କ କହିବା କଥା ରାଜ୍ୟରେ ଭିତ୍ତିଭୂମିର ଅଭାବ ନାହିଁ। ପିଲାମାନେ ସେମାନଙ୍କ ପସନ୍ଦ ହିସାବରେ ବିଭିନ୍ନ କ୍ଷେତ୍ରକୁ ବାଛୁଛନ୍ତି।
ଅନ୍ୟପଟେ ଜାତୀୟ କନସଲ୍ଟାଣ୍ଟଙ୍କ କହିବା କଥା ଯୁଗପଯୋଗୀ ବୈଷୟିକ ଶିକ୍ଷାକୁ ନ ଆପଣାଇଲେ ନିଯୁକ୍ତି ସଙ୍କଟ ବଢିଚାଲିବ।

ସଂସଦର ଷ୍ଟାଣ୍ଡିଂ କମିଟି ତଥ୍ୟ ଅନୁଯାୟୀ ଭାରତୀୟ ପ୍ରଶାସନିକ ସେବାରେ ସଫଳତା ପାଉଥିବା ଛାତ୍ରଛାତ୍ରୀଙ୍କ ଭିତରେ ୭୦ ପ୍ରତିଶତ ହେଉଛନ୍ତି ମେଡିକାଲ୍ ଓ ଇଞ୍ଜିନିୟରିଂ କ୍ଷେତ୍ରର। ତେବେ ପ୍ରଶାସନିକ କ୍ଷେତ୍ରକୁ ଡାକ୍ତରୀ ଓ ଇଞ୍ଜିନିୟରିଂ ଛାତ୍ରଙ୍କ ପ୍ରବେଶ ଦ୍ୱାରା ପ୍ରତିଯୋଗିତା ଅଧିକ କଠିନ ହେଉଛି।

  • Reported by:
  • T GOURISHANKAR , SANJAY JENA , JAGDISH DAS