Advertisment

ଫେଲ୍ ମାରିଛି କି ମୋ ଘର ଯୋଜନା ? ହିତାଧିକାରୀଙ୍କ ଭିତରେ ବଢୁଛି ଅସନ୍ତୋଷ

ଫେଲ୍ ମାରିଛି କି ମୋ ଘର ଯୋଜନା ? ବାଲେଶ୍ୱରରେ ୧୭ ହଜାର ଆବେଦନକାରୀଙ୍କ ସ୍ଥାନରେ ମାତ୍ର ୩ ।

author-image
Satyendu Shekher Mishra
undefined

Mo Ghara

କେନ୍ଦ୍ରାପଡ଼ା ଜଜାଙ୍ଗ ଗାଁର ସସ୍ମିତା ତ୍ରିପାଠୀ । ମୋ ଘର ଯୋଜନାରେ ବାରମ୍ବାର ଆବେଦନ କରି ନିରାଶ ହୋଇଛନ୍ତି ସସ୍ମିତା । ଭାବିଥିଲେ, ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ଅର୍ଥରେ ନିଜ ଭଙ୍ଗା ଦଦରା ଘରକୁ ମରାମତି କରି ପକ୍କା କରିବେ। ହେଲେ ଏ ଭିତରେ ଦୁଇ ମାସ ବିତିଗଲାଣି। ହେଲେ ଘର ମରାମତି ପାଇଁ ତାଙ୍କୁ ଏଯାଏଁ ମିଳିଲାନି ଟଙ୍କା।

Advertisment

ମୋ ଘର ଯୋଜନାରେ ଆବେଦନ କରିଥିବା ବାଲେଶ୍ବର ସଦର ବ୍ଲକ ସିନ୍ଧିଆ ବଳିପାଳ ଗାଁର ବୀରେନ୍ଦ୍ର ସେନାପତିଙ୍କର ବି ସେହି ସମାନ ଅବସ୍ଥା। ଘର ମରାମତି ପାଇଁ ଆବେଦନ କରିଥିଲେ, ହେଲେ ବ୍ୟାଙ୍କ ସର୍ତ୍ତାବଳିରେ ତାଙ୍କ ଆବେଦନ ବାଦ୍ ପଡ଼ିଛି। ଏବେ ପୁଣିଥରେ ଆବାସ ଯୋଜନା ଆଡ଼କୁ ମନ ବଳାଇଛନ୍ତି ବୀରେନ୍ଦ୍ର । କେବଳ ସସ୍ମିତା କି ବୀରେନ୍ଦ୍ର ନୁହନ୍ତି, ଭଲରେ ମୁଣ୍ଡ ଗୁଞ୍ଜିବା ଲାଗି ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ଭେଳିକିର ଶିକାର ହୋଇଛନ୍ତି ଗୁଣପୁରରୁ ନାରାୟଣପାଟଣା ଯାଏଁ ଅନେକ ହିତାଧିକାରୀ ।

ସରକାରୀ ତଥ୍ୟ ଅନୁସାରେ, ବାଲେଶ୍ବରରେ ବର୍ତ୍ତମାନ ସୁଦ୍ଧା ୧୭ ହଜାର ୮୯୦ ଜଣ ମୋ ଘର ଯୋଜନାରେ ଆବେଦନ କରିଥିବା ବେଳେ ମାତ୍ର ଜଣଙ୍କୁ ମିଳିଛି ସହାୟତା । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୯ଟି ବ୍ଳକର ମାତ୍ର ଜଣଙ୍କୁ ମିଳିଛି ମୋ ଘର ସହାୟତା । ଏବେ ପ୍ରଶ୍ନ, କାହିଁକି ଆଦୃତ ହୋଇପାରୁନି ମୋ ଘର ଯୋଜନା ? ରାଜ୍ୟ ସରକାରଙ୍କ ଏ ଫ୍ଲାଗସିପ୍ ଯୋଜନାକୁ କାହିଁକି ମୁହଁ ମୋଡ଼ୁଛନ୍ତି ହିତାଧିକାରୀ ? କେଉଁଠି ରହିଛି ତ୍ରୁଟି ?

Advertisment

ସରକାରୀ ଅଧିକାରୀଙ୍କ କହିବା କଥା, ମୋ ଘର ଯୋଜନାରେ ଆର୍ଥିକ ସହାୟତା ଲାଗି ଅନେକ ଲୋକ ଆବେଦନ କରୁଛନ୍ତି। ସେସବୁକୁ ବ୍ଲକ ସ୍ତରରେ ଯାଞ୍ଚ ପରେ ବ୍ୟାଙ୍କ ନିକଟକୁ ପଠାଯାଉଛି । ହେଲେ ଲୋକଙ୍କ ଯୁଗ୍ମ ଘରବାରୀ ପଟ୍ଟା ସଂଶୋଧନ ହୋଇ ନଥିବାରୁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଦେବାକୁ ଅମଙ୍ଗ ହେଉଛନ୍ତି ବ୍ୟାଙ୍କ।

ମୋ ଘର ଯୋଜନାରେ ଘର ତିଆରି ପାଇଁ ହିତାଧିକାରୀଙ୍କୁ ସରକାର ସବସିଡିରେ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଯେଉଁଥିରେ ସାଧାରଣ ବର୍ଗଙ୍କୁ ୩୦ ହଜାରରୁ ୬୦ ହଜାର ପର୍ଯ୍ୟନ୍ତ ସବସିଡି ଓ ST/SC ବର୍ଗର ହିତାଧିକାରୀଙ୍କୁ ସାଧାରଣ ବର୍ଗ ଅପେକ୍ଷା ୧୦ ହଜାର ଟଙ୍କା ଅଧିକ ରିହାତି ମିଳିବ।

BJD Odisha BJP Odisha Politics
Advertisment
Advertisment