Advertisment

ଅନାସ୍ଥାକୁ ବିରୋଧ କରି ଅଡ଼ୁଆରେ BJD ! ନବୀନଙ୍କ ସମଦୂରତ୍ୱ ନୀତିକୁ ଜାତୀୟ ସ୍ତରରେ କଟାକ୍ଷ

ଦିଲ୍ଲୀ ସର୍ଭିସ୍ ବିଲ୍‌କୁ ସମର୍ଥନ ପରେ ବିଜେଡିକୁ ଟାର୍ଗେଟ୍ । ବାଧ୍ୟବାଧକତା କହି ବିରୋଧୀଙ୍କ ସମାଲୋଚନା ।

author-image
Satyendu Shekher Mishra
undefined

No Confidence Motion

ଦିଲ୍ଲୀ ସେବା ବିଲ୍‌କୁ ସମର୍ଥନ ପରେ ବଢିଲା ବିଜେଡିର ଅଡୁଆ । ଜାତୀୟ ସ୍ତରରେ ବିଜେଡିକୁ ବିରୋଧୀ ଦଳଙ୍କ କଡ଼ା ସମାଲୋଚନା । ବିଜେଡିର ସମଦୂରତା ନୀତିକୁ କଟାକ୍ଷ । ଦିଲ୍ଲୀ ସେବା ବିଲ୍ ଉପରେ ଗତକାଲି ରାଜ୍ୟସଭାରେ ହୋଇଥିଲା ସରଗରମ ଆଲୋଚନା । ଆଉ ବିତର୍କ ବେଳେ ବିଜେପି ଅପେକ୍ଷା ବିଜେଡିକୁ ଅଧିକ ସମାଲୋଚନା କରିଥିଲେ ବିରୋଧୀ ।

Advertisment

ଖାସ୍ କରି ଶଙ୍ଖ ଦଳର ତଥାକଥିତ ସମଦୂରତା ପଲିସିକୁ କଟାକ୍ଷ କରିଛନ୍ତି ବିଭିନ୍ନ ବିରୋଧୀ ଦଳ । ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଥିଲା, ବିଜେଡିର ସମର୍ଥନ ପଛରେ କିଛି ନା କିଛି ବାଧ୍ୟବାଧକତା ରହିଛି । ଦଳର ସାଂସଦ ରାଘବ ଚଡ୍ଡା ଏକ ସାୟରି ମାଧ୍ୟମରେ କହିଥିଲେ, ଯେତେବେଳେ ନିଆଁ ଲାଗିବ, ସେତେବେଳେ ଆମ ଘର ଭଳି ଅନେକ ଘର ଜଳିବ।

କଂଗ୍ରେସ ବି ବିଜେଡିର ଏଭଳି ନିଷ୍ପତ୍ତିକୁ ନେଇ ଦୁଃଖିତ ବୋଲି କହିବା ସହ କେଉଁ ଆଧାରରେ ଦିଲ୍ଲୀ ବିଲ୍‌କୁ ସମର୍ଥନ କଲେ ବୋଲି ପ୍ରଶ୍ନ କରିଛି । ସେପଟେ ହାତୀ-ମୂଷା ଉପାଖ୍ୟାନ ଉଲ୍ଲେଖ କରି ବିଜେଡିକୁ ଜୋରାଦର କଟାକ୍ଷ କରିଛି RJD । ଦଳୀୟ ସାଂସଦ ମନୋଜ ଝା' କହିଛନ୍ତି ସମଦୂରତା ଅର୍ଥ ନିରପେକ୍ଷତା । କିନ୍ତୁ ସମଦୂରତା କଥା କହୁଥିବା ଦଳ ତାହା ବଜାୟ ରଖୁନାହାନ୍ତି । ଅନ୍ୟପକ୍ଷରେ ଲୋକସଭା ଭଳି ରାଜ୍ୟସଭାରେ ବିଜେଡି ଯେତେବେଳେ ସମଦୂରତା କଥା କହିଥିଲା, ସେତେବେଳ ପୁଣିଥରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା ।

Advertisment

ବିଜେପି ସରକାରକୁ ବିଜେଡିର ଖୋଲା ସମର୍ଥନ ପରେ ବଦଳୁଛି କି ବିଜେପି-ବିଜେଡି ରାଜନୈତିକ ସମୀକରଣ ? ସମଦୂରତା ନୀତିକୁ ବଦଳାଉଛି କି ବିଜେଡି ? NDA ଆଡ଼କୁ ଢଳୁଛି କି ବିଜେଡି? ଏଭଳି ନିଷ୍ପତ୍ତି ଦ୍ବାରା ବିଜେଡି ନିଜେ ନିଜକୁ ଅଡୁଆ ସୂତାରେ ଛନ୍ଦୁ ନାହିଁ ତ ? ନା ସମର୍ଥନ ପଛରେ କିଛି ଡିଲ୍ ହୋଇଛି ତାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି।

ଗୋଟିଏ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶା ଗସ୍ତବେଳେ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଥିଲେ। ଅନ୍ୟପଟେ କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ ଓ ଦିଲ୍ଲୀ ସେବା ବିଲ୍ କୁ ବିଜେଡିର ଖୋଲାଖୋଲି ସମର୍ଥନ ପରେ ଉଭୟ ଦଳ ଭିତରେ କିଛି ନୂଆ ସମୀକରଣ ଚାଲିଥିବା ଚର୍ଚ୍ଚା ହେଉଛି।

BJD BJP Congress Odisha Politics
Advertisment
Advertisment