ଅଭିଯୋଗର ଆଧାର ନଥିବା କହି ମାମଲା ଖାରଜ କଲେ ହାଇକୋର୍ଟ । ଏଭଳି ମାମଲା ପ୍ରେସ ସ୍ୱାଧୀନତା ଉପରେ ନକାରତ୍ମକ ପ୍ରଭାବ ପକାଇବ କହିଲେ କୋର୍ଟ ।
ବିଜେଡି ନେତା ପାଣ୍ଡିଆନଙ୍କୁ ସମର୍ଥନ କରୁଛନ୍ତି । ପ୍ରଚ୍ଛଦପଟ୍ଟର ଲୋକ ଶାସନ ଚଲାଉଛନ୍ତି କହିଲେ ପୃଥ୍ୱୀରାଜ ।
ପ୍ରବଳ ବର୍ଷା ଯୋଗୁଁ ସବୁ ଗେଟ୍ ଖୋଲିଦେଲା ଛତିଶଗଡ଼ । କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧.୧୮ ଲକ୍ଷ କ୍ୟୁସେକ୍ ।
ନୂଆଦିଲ୍ଲୀରେ ଫକୀରମୋହନ ସେନାପତିଙ୍କ 'ଦ ମେକିଂ ଅଫ୍ ଆନ ଅଥର' ପୁସ୍ତକର ଉନ୍ମୋଚନ ଅବସରରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।
ବାହାନଗାରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି।
5T ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ଓ କେନ୍ଦ୍ରର ଚିଠି ଆଧାରରେ ତାଙ୍କୁ ଚାକିରିକୁ ସସପେଣ୍ଡ କିମ୍ବା ବହିଷ୍କାର କରିବାକୁ ଦାବି ଜୋର୍ ଧରିବା ପରେ ଅକଳରେ ପଡ଼ିଛି ବିଜେଡି।
ରାସ୍ତାରେ କାର୍ ସାଇଡ୍ମରାକୁ ନେଇ ତୁମୁଳକାଣ୍ଡ। ଝଗଡ଼ା ଏତେ ଜୋର ହୋଇଥିଲା ଯେ, ଗୁଳିମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି।
କ’ଣ ଏ VLTD ଓ ପାନିକ୍ ବଟନ୍ ? ଏହା କିଭଳି କାମ କରିବ ? କ’ଣ ସବୁ ଫାଇଦା ମିଳିବ ? ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ ମତରେ, VLTD ହେଉଛି ଜିପିଆରଏସ୍ ଆଧାରିତ ଏକ ଡିଭାଇସ୍ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାଜ୍ୟର ସବୁ ଯାତ୍ରୀବାହୀ ଗାଡ଼ିର ଗତିବିଧି ଟ୍ରାକ୍ କରାଯାଇପାରିବ ।
ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ ସଂପନ୍ନ ହୋଇଛି ଏକାମ୍ର ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ । ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗହଣରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନିୟମ ଅନୁସାରେ ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅର୍ଡର ନେଇ ଫାଇଲ୍ ପ୍ରସ୍ତୁତ କରିବେ ଏବଂ ଏହାକୁ ସିଏମ୍ ଙ୍କ ପାଖକୁ ପଠାଇବେ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ପାଣ୍ଡିଆନ୍ ଅଛନ୍ତି, ତେଣୁ ଫାଇଲ୍ ତାଙ୍କ ମାଧ୍ୟମରେ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ। ଏଠି ପ୍ରଶ୍ନ ରାଜ୍ୟ ପ୍ରଶାସନର ଏହି ମୋଷ୍ଟ ପାୱାରଫୁଲ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯିବ ତ ?
ଦଳୀୟ କାର୍ଯ୍ୟକ୍ରମରେ ସଂପୃକ୍ତି, ରଜାନୈତିକ ସଭାସମିତି କରିବା, ବିଭିନ୍ନ ପ୍ରକାର ପ୍ରକଳ୍ପ ଘୋଷଣା କରିବା, ପୋଲିସ୍ ବିଭାଗକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲର ଉଲ୍ଲଂଘନ, ଅର୍ଡର ଅଫ୍ ପ୍ରିସିଡେନସିର ଉଲ୍ଲଂଘନ, ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କୁ ଅବମାନନା ଏବଂ ଦୁର୍ବ୍ୟବହାର, ବ୍ୟକ୍ତିଗତ ପ୍ରଚାରରେ ଲିପ୍ତ ଆଦି ଅଭିଯୋଗ ଫାଇଭ୍-ଟି ସଚିବଙ୍କ ନାଁରେ ରହିଛି।
ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ । ତେବେ ମାସ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ବି ତାଙ୍କ କଥା କେହି ଶୁଣୁନଥିବାରୁ ଆଜି ହଠାତ୍ ଗାନ୍ଧିମାର୍ଗରେ କରିଥିଲେ ଗର୍ଜନ । ପୋଲିସର ବାରିକେଡ୍ ଭାଙ୍ଗି ବିଧାନସଭା ଆଡେ ମାଡିଚାଲିଲେ ଆନ୍ଦୋଳନକାରୀ ଅଧ୍ୟାପକ ।
ରାଜ୍ୟରେ ପାଖାପାଖି ୧୬ ହଜାର ବସ୍ ଚଳାଚଳ କରୁଛି । ସେଥିମଧ୍ୟରୁ ୨ ହଜାର ସରକାରୀ ବସ୍ ହୋଇଥିବା ବେଳେ ପ୍ରାୟ ୧୪ ହଜାର ଘରୋଇ ବସ୍ । ଏହି ୧୪ ହଜାର ଘରୋଇ ବସ୍ ମଧ୍ୟରୁ ୨୫ ଭାଗ ବା ପ୍ରାୟ ୩ ହଜାର ୫ଶହ ବସ୍ ୧୫ ବର୍ଷରୁ ଅଧିକ ପୁରୁଣା ।
ସାଂସଦ ସୂରେଶ ପୂଜାରୀ କହିଛନ୍ତି, ଓଡ଼ିଆ ଜାଣିନଥିବା ମୁଖ୍ୟମନ୍ତ୍ରୀ କିଭଳି ସମ୍ବଲପୁରୀ କହିଦେଲେ ? ମୁଖ୍ୟମନ୍ତ୍ରୀଙ୍କ ସ୍ୱରରେ ଆଉ କାହାଦ୍ୱାରା କୁହାଯାଇନି ତ ?
ଜରିମାନା ଅନାଦେୟ ହେଲେ ପୁଣି ୬ ମାସ ସଜା ନିର୍ଦ୍ଦେଶ ।
ଗୋଟିଏ ପଟେ ବିଜେପି ବାରମ୍ବାର ସରକାର ଓ ସଚିବଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ କଂଗ୍ରେସ ବି ଫୁଲ୍ ଦମ୍ରେ ଆଗକୁ ଆସିଛି ।
ଚାକିରି ଛାଡ଼ିଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ। ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ଏୟାର ଇଣ୍ଡିଆ କ୍ୟାପ୍ଟେନ ପଦବୀରୁ ଇସ୍ତଫା ଦେଇଛନ୍ତି।
ପାରଳାଖେମୁଣ୍ଡିରେ ଦଳୀୟ ଚିହ୍ନ ସହ ସଚିବଙ୍କ ହୋଡିଂ ଲାଗିଥିବା କେନ୍ଦ୍ରକୁ ଜଣାଇଛନ୍ତି ବିଜୟ ।
ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ବେଳେ ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟି ଟଙ୍କା ସହ ୫ କୋଟିରୁ ଅଧିକ ସମ୍ପତ୍ତି ମିଳିଥିଲା।
ଶହେ ଉପରେ ଟମାଟୋ ଦର। ଓଡ଼ିଶା ନୁହଁ ଦେଶର ବିଭିନ୍ନ ସହରରେ ଟମାଟୋ ଦର ବୃଦ୍ଧି ପାଇଛି। ଯାହାକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଗତକାଲି ରାଜଧାନୀ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ନାଗା ବେଶଧାରୀ କିଛି ଭଣ୍ଡବାବା ଭଜନ କୀର୍ତ୍ତନ ଆଳ ଦେଖାଇ କଳାକନା ବୁଲାଇ ଚମ୍ପଟ ମାରିଥିଲେ। ଆଉ କାଲିର ଖବର ଗଣମାଧ୍ୟମରେ ଜଣାପଡ଼ିବା ପରେ ଆଜି ଏମାନଙ୍କୁ ସନ୍ଦେହ କରି ଲୋକେ ନିଜଆଡୁ ପୋଲିସକୁ ଖବର ଦେଇଦେଇଛନ୍ତି।
ଦୁର୍ଘଟଣାକୁ ନେଇ ସ୍ତବ୍ଧ ରାଜ୍ୟ, ଚାଲିଛି କାରଣ ଖୋଜା । ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍ର ନଥିଲା ପରମିଟ୍ ।
ପାଣ୍ଡିଆନଙ୍କ ବରଗଡ଼ ଗସ୍ତ ବେଳେ ବର୍ଷିଲା ବିଜେପି । ବାସ୍ତବରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ, ଦଳରେ କଣ କେହି ବି ଯୋଗ୍ୟ ଜନପ୍ରତିନିଧି ନାହାଁନ୍ତି ବୋଲି ପଚାରିଛି କଂଗ୍ରେସ।
ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡିଶା-ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
କୌଣସି ଅଲୌକିକ କି ଦିବ୍ୟ ଚମତ୍କାର ନୁହେଁ, ଦେଖାଇଛନ୍ତି 'ଚୌର୍ଯ୍ୟ ବୃତ୍ତିରେ ଚମତ୍କାରିତା'। ନାଗା ସାଧୁ ବେଶରେ ଆସି ଲୁଟିନେଲେ ସୁନାଗହଣା।