Advertisment

ମୃତ୍ୟୁ ଦିନ କାହା ସହ କଥା ହୋଇଥିଲେ ଶୁଭଲକ୍ଷ୍ମୀ ? CDR ଖୋଲିବ ମୃତ୍ୟୁ ରହସ୍ୟ !

ଭୁବନେଶ୍ୱରରେ ବହୁଚର୍ଚ୍ଚିତ ଶୁଭଲକ୍ଷ୍ମୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଖୋଲିବାରେ ଲାଗିଛି ଗୋଟେ ପରେ ଗୋଟେ ଗୁମର। ମୃତ ଶୁଭଲକ୍ଷ୍ମୀଙ୍କ ମିଳିଛି କଲ୍ ଡିଟେଲ୍ ରେକର୍ଡ-CDR।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bhubaneswar Girl Subhalaxmi Death Case

Mysteries unfold as police retrieves Call Details Record in Bhubaneswar girl death case

ଭୁବନେଶ୍ୱରରେ ବହୁଚର୍ଚ୍ଚିତ ଶୁଭଲକ୍ଷ୍ମୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଖୋଲିବାରେ ଲାଗିଛି ଗୋଟେ ପରେ ଗୋଟେ ଗୁମର। ମୃତ ଶୁଭଲକ୍ଷ୍ମୀଙ୍କ ମିଳିଛି କଲ୍ ଡିଟେଲ୍ ରେକର୍ଡ-CDR। ଗତ ୨ ମାସରେ ଶୁଭଲକ୍ଷ୍ମୀଙ୍କ ଫୋନ୍ କଲ୍ ରେକର୍ଡକୁ ଏବେ ଛାନ୍‌ଭିନ୍ କରୁଛି ପୋଲିସ।

Advertisment

ମୃତ୍ୟୁ ଦିନ କାହା ସହ କଥା ହୋଇଥିଲେ ଶୁଭଲକ୍ଷ୍ମୀ ? ଗତ ଦୁଇ ମାସ ମଧ୍ୟରେ କାହା ସହ କଲ୍ ମେସେଜ୍ କରିଛନ୍ତି, ସେ ସବୁକୁ ତନ୍ନ ତନ୍ନ କରି ପୋଲିସ ଯାଞ୍ଚ କରୁଛି। ସେପଟେ ଜଣେ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କରେ ଆସିବା ପରେ ସେ ବିଭିନ୍ନ ବାର୍‌ରେ କାମ କରୁଥିବା ଘଟଣା ବି ଏବେ ସାମ୍ନାକୁ ଆସିଛିା

ଗତ ୨ ବର୍ଷ ଧରି ଭୁବନେଶ୍ୱରରେ ରାଜୀବ ପାଢ଼ୀ ନାମକ ଜଣେ ସମ୍ପର୍କୀୟ ମାମୁଙ୍କ ଘରେ ରହୁଥିଲେ ଶୁଭଲକ୍ଷ୍ମୀ। ଶୁଭଲକ୍ଷ୍ମୀଙ୍କ ମାମୁ ସମ୍ପୃକ୍ତ ପୁରୁଷ ବନ୍ଧୁ ଆଡ଼କୁ ଇଙ୍ଗିତ କରିଛନ୍ତି। କାହା ସହ ସେଦିନ ହୋଟେଲକୁ ଯାଇଥିଲେ ଶୁଭଲକ୍ଷ୍ମୀ ? ସେଦିନ କ’ଣ ଘଟିଥିଲା ? ସେ ସବୁ ଦିଗରେ ତଦନ୍ତ କଲେ ସବୁ ସତ ଜଣାପଡ଼ିବ ବୋଲି ରାଜୀବ କହିଛନ୍ତି।

Advertisment

ଏହାସହ ମିଳିଛି ଆଉ ଏକ ସୂଚନା। କମଳା ନେହରୁ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇଥିଲେ ଶୁଭଲକ୍ଷ୍ମୀ। କିନ୍ତୁ ଦ୍ୱିତୀୟ ବର୍ଷରେ ଫର୍ମ ଫିଲପ୍ କରିନଥିବା କଲେଜ୍ ପକ୍ଷରୁ ସୂଚନା ଦିଆଯାଇଛି। 

Odisha News
Advertisment
Advertisment