/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691500294.jpg)
Mother Sprayed Relief Spray In Son Mouth
ଭୁଲ ମେଡିସିନ୍ ଯୋଗୁ ୬ବର୍ଷର ଶିଶୁ ଗୁରୁତର । ଭୁବନେଶ୍ୱର ଚନ୍ଦ୍ରଶେଖପୁର ଅଞ୍ଚଳର ଏକ ମେଡିସିନ ଷ୍ଟୋରର ସେଲସମ୍ୟାନ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଗୁରୁତର ଶିଶୁର ମାଆ । ଡାକ୍ତର ପ୍ରେସକ୍ରିପ୍ସନରେ ଗୋଟିଏ ମେଡିସିନ ଲେଖିଥିବା ବେଳେ ସେଲସମ୍ୟାନ ତା ବଦଳରେ ଅନ୍ୟ ମେଡିସିନ୍ ଦେଇଥିବା ଅଭିଯୋଗ ହୋଇଛି। ଭୁଲ ଔଷଧ ପାଇଁ ଏବେ ଶିଶୁ ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
Advertisment
ସେପଟେ ସଂପୃକ୍ତ ସେଲସମ୍ୟାନଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ମାଆ । ପୋଲିସ ପକ୍ଷରୁ ସେଲସମ୍ୟାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପ୍ରାଥମିକ ତଦନ୍ତରୁ ସେଲସମ୍ୟାନ ଜଣକ ମାଟ୍ରିକ ଫେଲ ବୋଲି ଜଣାପଡିଛି । ଏ ସଂକ୍ରାନ୍ତରେ ଷ୍ଟୋର ମ୍ୟାନେଜରଙ୍କୁ ପଟରାଯିବାରୁ ଏ ସଂପର୍କରେ ଅନୁସନ୍ଧାନ କରୁଥିବା କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)