/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691425851.jpg)
Criminals Arrested
ପୋଲିସ କବଜାରେ ଦୁର୍ଦ୍ଦାନ୍ତ ମାଫିଆ। ନିଷିଦ୍ଧ ୯ ଏମ୍ଏମ୍ କାର୍ବାଇନ୍ ଜବତ। ସଞ୍ଜୟ ଖୁଣ୍ଟିଆ, ଶିବ କୁମାର ନାଲି, ବଟକୃଷ୍ଣ ପାଣି, ପ୍ରକାଶ ରାଉତରାୟ। କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ପଂଝାରେ ପଡିଛନ୍ତି ଚାରି ଜଣ ଦୁର୍ଦ୍ଦାନ୍ତ ଅପରାଧୀ। ଦୀର୍ଘ ଦିନ ହେଲା ଖୋର୍ଦ୍ଧାରେ ସକ୍ରିୟ ଥିବା ଏହି ଗ୍ୟାଙ୍ଗ ରାଜଧାନୀରେ ବଡ଼ ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିଲେ। ଏହି ସମୟରେ ତମାଣ୍ଡୋ ପୋଲିସ ସହାୟତାରେ ଗ୍ୟାଙ୍ଗକୁ ମାଡ଼ି ବସିଛି ପୋଲିସ।
ଅପରାଧୀଙ୍କ ଠାରୁ ବିପୁଳ ପରିମାଣର ଗୁଳିଗୋଳା ଓ ମାରଣାସ୍ତ୍ର ଜବତ ହୋଇଛି। ଗୋଟିଏ 9mm ଅଟୋମେଟିକ୍ କାର୍ବାଇନ୍, ୨ଟି ସେମି ଅଟୋମେଟିକ୍ ପିସ୍ତଲ, ୪ଟି ମାଗାଜିନ୍ ଓ ୨୦ଟି ଗୁଳି ମିଳିଛି। ଅପରାଧୀ ବ୍ୟବହାର କରୁଥିବା ୭ଟି ମୋବାଇଲ୍ ଓ ୩ଟି କାର୍ ମଧ୍ୟ ଜବତ କରିଛି ପୋଲିସ। ତେବେ କମିଶନରେଟ୍ ପୋଲିସର ମୁଣ୍ଡବ୍ୟଥା ବଢାଇଛି ଜବତ 9mm ଅଟୋମେଟିକ୍ କାର୍ବାଇନ୍। କାରଣ, ଏହାକୁ ପୂର୍ବରୁ ନିଷିଦ୍ଧ ଘୋଷଣା କରାଯାଇଛି। ଏହି ମାରଣାସ୍ତ୍ର ରଖିଲେ ଆର୍ମସ ଆକ୍ଟରେ କଡ଼ା ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି।
ଗିରଫ ସଞ୍ଜୟ ଖୁଣ୍ଟିଆ ଏହି ଅପରାଧୀ ଗ୍ୟାଙ୍ଗର ମୁଖ୍ୟ। ସେ ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ। ସମସ୍ତ ଅପରାଧୀଙ୍କ ନାଁରେ ପୂର୍ବରୁ ଖୋର୍ଦ୍ଧା, ବେଗୁନିଆ ଓ STFରେ ହତ୍ୟା ସମେତ ୭ଟି ମାମଲା ରହିଛି। ଏମାନେ ଖଣି ଓ କ୍ରସର କାରବାର ସହ ବଟି ଆଦାୟ, ଚୋରା ବନ୍ଧୁକ କାରବାର ଏବଂ ବେଆଇନ୍ ଗୋ' ଚାଲାଣରେ ସଂପୃକ୍ତ ଥିବା ପୋଲିସ କହିଛି। ତେବେ ମାଫିଆଙ୍କ ପାଖକୁ ନିଷିଦ୍ଧ କାର୍ବାଇନ୍ କେଉଁଠୁ ଆସିଲା, ସେନେଇ ଖୋଳତାଡ ଜୋରଦାର କରିଛି ପୋଲିସ।
କାରଣ ରାଜ୍ୟରେ ପ୍ରଥମେ ଡି ବ୍ରଦର୍ସଙ୍କ ଠାରୁ ଏହି ନିଷିଦ୍ଧ କାର୍ବାଇନ୍ ମିଳିଥିଲା। ଏବେ ମାଫିଆଙ୍କ ପାଖରେ ଏହି ନିଷିଦ୍ଧ କାର୍ବାଇନ୍ ଆସିଲା କେଉଁଠୁ? ଏହା କେଉଁଠି ତିଆରି ହୋଇଛି ? ଏଭଳି ଆହୁରି କାର୍ବାଇନ ରହିଛି କି ? ଏସବୁର ଉତ୍ସ ଜାଣିବା କମିଶନରେଟ୍ ପୋଲିସ ପାଇଁ ଚ୍ୟାଲେଂଜ୍ ପାଲଟିଛି। ଜବତ କାର୍ବାଇନ ସମେତ ଅନ୍ୟ ଗୁଳିଗୋଳାକୁ ପରୀକ୍ଷା ପାଇଁ ରାଜ୍ୟ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)