/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691650156.jpg)
ATM cash dispenser error
ATMରୁ ଟଙ୍କା ଉଠାଉଥିଲେ ସାବଧାନ ! ଆପଣ ଯେତିକି ଟଙ୍କା ଉଠାଇବାକୁ ମେସିନରେ ବଟନ୍ ଦବାଉଛନ୍ତି, ତା’ଠାରୁ କମ୍ ଟଙ୍କା ଆସୁଥିବା ଅଭିଯୋଗ ଆସିଛି। ଭୁବନେଶ୍ୱର ପ୍ରଶାନ୍ତି ବିହାର ଷ୍ଟେଟ୍ ବ୍ୟାଙ୍କ ATMରେ ଏଭଳି କମ୍ ଟଙ୍କା ଆସିଥିବା ଉପଭୋକ୍ତା ଅଭିଯୋଗ ଆଣିଛନ୍ତି ।
Advertisment
ଗତକାଲି ଅପରାହ୍ନ ଠାରୁ ATMରେ ଏଭଳି କମ୍ ଟଙ୍କା ଆସୁଥିଲେ ବି ସମାଧାନ ହୋଇନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ, SBI କର୍ତ୍ତୃପକ୍ଷ କହିଛନ୍ତି, ଏନେଇ କୌଣସି ଅଭିଯୋଗ ଆସିନଥିଲା । ଏନେଇ ଏବେ ଗଣମାଧ୍ୟମରୁ ଖବର ମିଳିବା ପରେ ତୁରନ୍ତ ATMକୁ ଅଚଳ କରାଯାଇଛି ।
୩ ହଜାର ଟଙ୍କା ଉଠାଇ ଜଣେ ଉପଭୋକ୍ତା ୨୯୦୦ ଟଙ୍କା ପାଇଥିବା ବେଳେ ୫୨୦୦ ଟଙ୍କା ଉଠାଇ ଜଣେ ଉପଭୋକ୍ତା ୫୦୦୦ ଟଙ୍କା ପାଇଥିବା ଅଭିଯୋଗ ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)