ପାକିସ୍ତାନ ସହ ଯୁଦ୍ଧ କରିବାକୁ ବାହାରିଯାଇଥିଲେ । ଏହାରି ଭିତରେ ବିତିଗଲାଣି ୫୦ ବର୍ଷ..ଖବର କାଗଜରେ ଫଟୋ ବାହାରିଲା, ଜେଲରୁ ମୁକୁଳେଇବା ଲାଗି ୱାଘା ବର୍ଡର ଗଲେ ପରିବାର ଲୋକେ, ହେଲେ ବି ଆନନ୍ଦଙ୍କର ମିଳୁନି ଅତ୍ତାପତ୍ତା
ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ୪ ମୃତ, ୬ ଆହତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଜଣେ ମୃତ, ୩ ଆହତ ।
କଳ୍ପନା ଛକ ନିକଟ ହୋଟେଲ୍ ଦୀପାଲି ଇଣ୍ଟରନ୍ୟାସନାଲରୁ ମିଳିଥିଲା ଶୁଭଲକ୍ଷ୍ମୀ ମୃତଦେହ । ଇତିମଧ୍ୟରେ ଘଟଣାକୁ ୪ ଦିନ ବିତିଯାଇଛି । କିନ୍ତୁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଉପରୁ ହଟୁନି ସସପେନ୍ସ ।
ସ୍ୱାମୀର ଜୀବନ ବଞ୍ଚାଇବାକୁ ସାହାଯ୍ୟ ମାଗୁଥିଲା ସ୍ତ୍ରୀ । ଓଟିଭିର ଆପଣ ଏକାନୁହଁନ୍ତିରେ ଖବର ପ୍ରସାରଣ ପରେ ସାହାଯ୍ୟ କରୁଥିଲେ ବଦାନ୍ୟ ବ୍ୟକ୍ତି । ହେଲେ ସାଇବର ଠକଙ୍କ ଫୋନ୍ ଆସିଲା, ଆକାଉଣ୍ଟରୁ ୫୦ ହଜାର ଟଙ୍କା ଗାଏବ ହେଲା : ଏବେ କାନ୍ଦି କାନ୍ଦି ସ୍ତ୍ରୀ କହୁଛି...
ଭୋକ ଉପାସରେ ଛଟପଟ ହେଉଛନ୍ତି ବନ୍ୟା ପ୍ରଭାବିତ । ଘରେ ପାଣି ପଶିଯିବାରୁ ଖାଇବାକୁ ଆଉ କିଛି ନାହିଁ କି ରିଲିଫ୍ ବି ପହଞ୍ଚିନି । ଏବେ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ...ଜୀବନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ
ଚକାଚକ୍ ସ୍କୁଲକୁ ହାଇଫାଇ କ୍ଲାସରୁମ୍। ନୂଆ ବେଞ୍ଚଡେସ୍କ ସାଙ୍ଗକୁ କାନ୍ଥରେ ଲାଗିଛି ସ୍ମାର୍ଟବୋର୍ଡ। କେଉଁଟି ଫାଇଭ୍-ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଛି, ତ ଆଉ କେଉଁଟି ଆଦିବାସୀ ବିଦ୍ୟାଳୟ ଭାବେ। ହେଲେ ବାହାରୁ ଦେଖି ଜମାରୁ ଭଳି ଯାଆନ୍ତୁ ନାହିଁ । ଏସବୁ ତୁଚ୍ଛା ମଲାଟ ମାତ୍ର ।
ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ଖସିଥିଲେ ବି ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରଭାବିତ ହୋଇଛି ଧାମନଗର, ଭଣ୍ଡାରୀପୋଖରୀ, ତିହିଡ଼ି, ଚାନ୍ଦବାଲି ବ୍ଲକ। ବନ୍ୟାରେ ନିଖୋଜ ଧାମନଗର ବ୍ଲକର ଜଣେ ନାବାଳକ ଓ ଜଣେ ବୃଦ୍ଧାଙ୍କ ମୃତଦେହ ମିଳିଥିବାବେଳେ ଭଣ୍ଡାରୀପୋଖରୀ ବ୍ଲକରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଆଖି ଯେତେ ଯାଏଁ ପାଇବ, ସେତେ ଯାଏଁ କେବଳ ପାଣି ହିଁ ପାଣି...କାହା ଘରେ ପାଣି ପଶିଲାଣି ତ କାହା ବେଡ୍ରୁମ୍ରେ । ଏମିତି ସ୍ଥିତିରେ ଛେଳିକୁ ନେଇ ଧାଇଁଲେ ଯୁବତୀ।
ସାଳନ୍ଦୀରେ ପାଣି ଆସିବା ଯୋଗୁଁ ଭଦ୍ରକ ବ୍ଲକର ଦୁଇ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି ।
ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ଗାଁ ଜଳବନ୍ଦୀ ହୋଇଛି। କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ତେରମାଣପୁର ଗାଁ ନିକଟରେ ଏହି ଘାଇ ସୃଷ୍ଟି ହୋଇଛି।
୧୧ ଜିଲ୍ଲାର ସରକାରୀ ଓ ଘରୋଇ ସ୍କୁଲ ଛୁଟି ରହିବ । ସ୍କୁଲ ବନ୍ଦ ଲାଗି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।
ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଅତି ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି। ଏନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି।
ବିଭ୍ରାଟ ପରେ ବିଭ୍ରାଟ... ବିବାଦ ପରେ ବିବାଦ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଉପରେ ସତେ ଯେମିତି କାହାର ପଡ଼ିଛି କୋପଦୃଷ୍ଟି। ଖଣ୍ଡିଏ ସରକାରୀ ଚାକିରୀ ଆଶାରେ ଦିନରାତି ପରିଶ୍ରମ କରି ପରୀକ୍ଷାକୁ ସାମ୍ନା କରୁଥିବା ପିଲାଙ୍କ ପ୍ରଶ୍ନପତ୍ର ଲିକ୍ ପରେ ଲିକ୍ ଅଭିଯୋଗ। ଏହାକୁ ନେଇ ଲାଗିରହିଛି ତମ୍ବିତୋଫାନ।
ଜନ୍ମ ନିୟନ୍ତ୍ରଣ ପାଇଁ ଅପରେସନ କରାଇଲେ, ହେଲେ ଚାଲିଗଲା ମହିଳାଙ୍କ ଜୀବନ। ଭଦ୍ରକ ଜିଲ୍ଲାରୁ ଏହି ଅଭିଯୋଗ ଆସିଛି।
ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ୧୪ଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ମାସେ କି ବର୍ଷେ ନୁହେଁ ୧୦ ବର୍ଷ ହେଲାଣି ରାସ୍ତା ତିଆରି ପାଇଁ କହୁଛନ୍ତି ଲୋକେ । ପ୍ରଶାସନ ଶୁଣିନି କି ରାସ୍ତା ତିଆରି ହେଉନି । ଏପଟେ ଲୋକେ କହିଲେଣି ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୫୬ ଟି ୫ଜି ବିଟିଏସ ସ୍ଥାପନ ହୋଇଥିବା ବେଳେ ଏଥିରେ ଜିଓର ୧୧୨୪ ଏବଂ ଏୟାରଟେଲର ୨୩୨ଟି ୫ଜି ବିଟିଏସ ରହିଛି ।
ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ଏପରି ଅବସ୍ଥା ରହିଥିବାରୁ ବହୁ ଦୁର୍ଦ୍ଦଶା ଭୋଗୁଥିଲେ ଗାଁ ଲୋକେ । ସାମାନ୍ୟ ବର୍ଷା ହେଲେ ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି । ଗାଁକୁ ଯିବାକୁ ହେଲେ ଖଣ୍ଡେ ଦୂରରେ ଗାଡ଼ି ରଖିବାକୁ ପଡ଼ୁଥିଲା
ସାରଙ୍କୁ ନିଆରା ଢଙ୍ଗରେ ବିଦାୟ ଦେଲେ ଛାତ୍ରଛାତ୍ରୀ । ତିନି ଦଶନ୍ଧିର ଶିକ୍ଷାଦାନ ପରେ ଅବସର ନେଉଛନ୍ତି ପ୍ରିୟ ସନାତନ ସାର୍ । ଶୋଭାଯାତ୍ରା କରି ଗାଁ ବୁଲାଇଲେ ଛାତ୍ରଛାତ୍ରୀ । ଭାବବିହ୍ୱଳ ହେଲେ ସାର୍।
ଭଦ୍ରକ ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆରେ ମାଆ ପୁଅଙ୍କୁ ହତ୍ୟା ଅଭିଯୋଗ । ଭଡ଼ା ଘରୁ ମାଆ ଓ ୫ ବର୍ଷୀୟ ପୁଅର ମୃତଦେହ ଉଦ୍ଧାର ହୋଇଛି।
ଜନ୍ମର ୫ ମାସ ପରେ ସେ ଦିବ୍ୟାଙ୍ଗ ହୋଇଗଲେ । କଷ୍ଟେମଷ୍ଟେ ଦଶମ ପାସ୍ କଲେ..ହେଲେ ଆଗକୁ ପଢିବାକୁ ପରିବାର ପାଖରେ ନଥିଲା ଟଙ୍କା । ଏତିକି ବେଳେ ଖେଳିବା ପାଇଁ ପ୍ରୋତ୍ସାହନ ମିଳିବ ବା କେଉଁଠୁ? କିନ୍ତୁ ଏତିକି ବେଳେ ସାହା ହେଲେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଆଉ କିଣିଦେଲେ ୩.୫ ଲକ୍ଷର ଖେଳ ସାମଗ୍ରୀ
ବାଲେଶ୍ୱରରେ ଫକୀର ମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଦୃଶ୍ୟ। ପ୍ରତିଷ୍ଠାନକୁ ୬ ବର୍ଷ ଚାଲିଲାଣି। ହେଲେ ମେଡିକାଲର ଅବ୍ୟବସ୍ଥା ଆଉ ଅଭିଯୋଗର ଏମିତି ଲମ୍ବିଚାଲୁଛି ତାଲିକା।
ଦିନେ ରାସ୍ତା କଡରେ ଭୋକଉପାସରେ ପଡିଥିଲା ବୁଢୀ ମାଆ । ଖାଇବାକୁ ମାଗୁଥିଲା, ଭୋଭୋ କାନ୍ଦୁଥିଲା । ଓଟିଭିରେ ଖବର ବାଜିବା ପରେ ଚେତିଲେ ପୁଅ-ବୋହୂ । ରାସ୍ତାରୁ ବୁଢୀ ମାଆକୁ ଘରକୁ ନେଲେ, ସେବା ଯତ୍ନ କରିବାର ପ୍ରତିଶ୍ରୁତି ଦେଲେ।
କେବଳ ଦୁଇଟି ଏସକେପ୍ ପାଇଁ ବୁଡୁଛି ଭଦ୍ରକ । ଟିକିଏ ବଢି ଆସିଲେ ଘରେ ଘରେ ପଶୁଛି ପାଣି...ଖେଳୁଛି ସାପ । ବର୍ଷବର୍ଷ ଧରି ଦାବି କରିବା ପରେ ପ୍ରଶାସନ ସାଜିଛି ନିଦାବିଷ୍ଣୁ...ଲୋକେ କହୁଛନ୍ତି ଯାଜପୁରର ଉନ୍ନତି ହେଉଛି ହେଲେ ଆମର କିଛି ହେଉନି