/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693310049.jpg)
special story
ହଜିଗଲା ମାନବିକତା । ମଣିଷ ସତରେ ଏତେ ନିର୍ଦ୍ଦୟ ଆଉ ହୃଦୟହୀନ ହୋଇପାରେ । ଧାନ ତଳି ଖାଇ ଦେବାରୁ ଗାଈକୁ ଦଣ୍ଡ। ଗାଈକୁ ଫେରାଇ ଦେବାକୁ କଅଁଳ ବାଛୁରୀକୁ ଧରି ଥାନାର ଦ୍ୱାରସ୍ଥ ହେଲେ ମାଲିକ । ଥାନା ଆଗରେ ମାଆକୁ ଖୋଜୁଛି କଅଁଳା ବାଛୁରୀ ଛୁଆ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଗାଁର ରିତାରାଣୀ ମଲ୍ଲିକଙ୍କ ଗାଈ ସେହି ଗାଁର ସନା ଜେନା ନାମକ ବ୍ୟକ୍ତିଙ୍କ ବିଲରେ ଧାନତଳି ଖାଇଦେଇଥିଲା । ଫଳରେ ଦୀର୍ଘ ୪ ଦିନ ହେଲା ସନା ଜେନା ଗାଈଟିକୁ ବାନ୍ଧି ରଖିଥିବା ଅଭିଯୋଗ କରିଛନ୍ତି ଗାଈର ମାଲିକ ରିତାରାଣୀ ମଲ୍ଲିକ। ସେପଟେ ମାଆ ଗାଈକୁ ନପାଇ ଭୋକ ବିକଳରେ ଛଟପଟ ହେଉଛି କଅଁଳା ବାଛୁରୀ।
ଧାନ ତଳି ଖାଇ ଦେବାରୁ ଗାଈକୁ ଦଣ୍ଡ । ଗାଇକୁ ଫେରାଇ ଦେବାକୁ କଅଁଳ ବାଛୁରୀକୁ ଧରି ଥାନାରେ ହେଲେ ଦ୍ୱାରସ୍ଥ ମାଲିକ। #Odisha#OTVpic.twitter.com/GD8DU8HTci
— ଓଟିଭି (@otvkhabar) August 29, 2023
ରିତାରାଣୀ କ୍ଷତିପୂରଣ ବାବଦ ସନାଙ୍କୁ ୨ ହଜାର ଟଙ୍କା ଦେଇଥିଲେ ମଧ୍ୟ ସେ ଗାଈଟିକୁ ନଛାଡିବା ସହ ପୁଣି ୧୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି । ଶେଷରେ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗାଈର ମାଲିକ ରିତାରାଣୀ ମଲ୍ଲିକ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)