କାନ୍ଥରୁ ଶୁଭ ବିବାହର ରଙ୍ଗ ଲିଭିନି ହେଲେ ସିନ୍ଥିରୁ ସିନ୍ଦୂର ଲିଭି ଯାଇଛି... ମାତ୍ର ଦିନ ୪ଟା ପରେ ସ୍ୱାମୀଙ୍କ ସହ ମିଶି ପ୍ରଥମ ବିବାହ ବାର୍ଷିକୀ ପାଳିଥାଆନ୍ତେ, ହେଲେ ଦଇବ ସହିଲାନି..
ଯେଉଁ ବି-ଏଇଟ୍ ବଗିକୁ ଯିବାକୁ ଏଜିକେଲ୍ ବାହାରିଥିଲେ, ତାହା ଆଜି ୧୦ ଫୁଟ୍ ତଳକୁ ଗଡ଼ି ଛିନଛତ୍ର। ଅନେକ ନିରୀହ ଯାତ୍ରୀଙ୍କ ମୃତ୍ୟୁର ସାଜିଛି ମୂକସାକ୍ଷୀ।
କିଟିକିଟି ଅନ୍ଧାର ଭିତରେ ଅଗ୍ନିଶମ, ଓଡ୍ରାଫ କି NDRF ଟିମ୍ ପହଞ୍ଚିବା ପୂର୍ବରୁ ବାହାନଗା ଗାଁର ଯୁବକମାନେ ହିଁ ଓଲଟି ପଡ଼ିଥିବା ବଗି ଭିତରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।
କାହାକୁ ବା ଶାନ୍ତ୍ୱନା ଦେବେ, କାହାକୁ ବା ସମବେଦନା ଜଣାଇବେ। ଏଇଠି ତ ବୋଲ ମାନୁନି ଲୁହ...
ବିଧ୍ୱସ୍ତ ବଗିରୁ ବହୁ ଜୀବନ ବଞ୍ଚାଇଛନ୍ତି ଦରଦୀ ଓ ସାହସୀ । NDRF ଓ ଓଡ୍ରାଫ୍ ପହଞ୍ଚିବା ଆଗରୁ ବଢ଼ାଇଥିଲେ ସହାୟତାର ହାତ ।
କାନ୍ଥରୁ ଲିଭିନି ବାହାଘର ଚିତା ରଙ୍ଗ। ଆଉ ୬ଦିନ ଯାଇଥିଲେ ବିବାହକୁ ପୁରିଥାନ୍ତା ଏକ ବର୍ଷ। ଜୁନ୍ ୧୦ ତାରିଖରେ ପଡିବ ପ୍ରଥମ ବିବାହ ବାର୍ଷିକ ଉତ୍ସବ। ଆଉ ମାଆର କୋଳରେ ଏହି ନିଷ୍ପାପ ଦେଢ ମାସର କୁନି ଝିଅ। ଦୁନିଆକୁ ଠିକସେ ଦେଖିନଥିବା ବେଳେ ବାପା ବୋଲି ଯେଉଁ ଶବ୍ଦଟି ଆଜି ହୋଇଗଲା ତା ପାଇଁ ସ୍ୱପ୍ନ।
ଅଙ୍ଗନବାଡ଼ି କର୍ମୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ଟଙ୍କା ମାଗୁଛନ୍ତି ସିଡିପିଓ। ମୂଲଚାଲ ବି କରୁଛନ୍ତି, ଟଙ୍କା ନଦେଲେ ନିଯୁକ୍ତି ନମିଳିବା ନେଇ ବି କହୁଛନ୍ତି। ଯାହାର ଏକ ଟେଲିଫୋନିକ ଅଡିଓ ଏବେ ଭାଇରାଲ୍ ହେଉଛି।
ଗୟାଧର ୨୦୧୫ ମସିହାରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସ୍ତ୍ରୋପଚାର କରିଥିଲେ । ଗୟାଧରଙ୍କ କହିବା ଅନୁଯାୟୀ ପୂର୍ବରୁ ସେ ପ୍ରତିଦିନ ଗୋଟିଏ ସିଗାରେଟ ଟାଣୁଥିଲେ । ଏହାପରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ।
ଧାମନଗର ଥାନା ମୌଲାନାସାହିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ ଠାବ
ମନର ମାନସୀଙ୍କୁ ଜୀବନସାଥୀ କଲେ ବିଜୟ, ଦୁଇ ଦିବ୍ୟାଙ୍ଗ ବିଜୟ ଓ ସଲାମୀଙ୍କ ପ୍ରେମ କାହାଣୀ
କ୍ୟାନସରରେ ଚାଲିଗଲା ମାଆ । ଅଭାବ ଅନାଟନରେ ପାଠ ପଢୁଥିଲା ପୁଅ...ଏବେ ମାଟ୍ରିକ୍ରେ ୯୨ ପ୍ରତିଶତ ନମ୍ବର ରଖିବା ପରେ ଡାକ୍ତର ହେବାକୁ ଦେଖୁଛି ସ୍ୱପ୍ନ ।
ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଅଧାରେ ଅଟକିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ର ମରାମତି ସରିବା ପରେ ପୁଣି ତାର ଯାତ୍ରା ଆରମ୍ଭ କରିଛି ।
ଯାଜପୁର ବୈତରଣୀ ରୋଡ୍ ନିକଟରେ ବନ୍ଦେ ଭାରତ ଟ୍ରେନ୍ ଅଟକି ରହିଛି । କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ ଭାଙ୍ଗିଯାଇଛି ।
ମାଟି କାନ୍ଥର ଭଙ୍ଗାଦଦରା ଘର...ଭିତରେ ଶିକାରେ ଝୁଲୁଥିବା ବୋଇତାଳୁ... ପିଣ୍ଡାରେ ଥିବା ଚୁଲି ଆଉ ଚୁଲି ମୁଣ୍ଡରେ ବସି ଖୁସିର ଲୁହରେ ବତୁରି ଯାଉଥିବା ମା’ର ପ୍ରାଣ ଆଜି ହାଲୁକା ହୋଇଯାଇଛି।
ଭଦ୍ରକ ପୁରୁଣାବଜାର ଅଂଚଳ ଛଡାକ ମହଲା ମୀରସାହିରେ ଦୁଇ ଦିବ୍ୟାଙ୍କ ଯୋଦ୍ଧା ଶେଖ କଲାମ ଆଉ ଫିରୋଜ ଖାନଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ବଡବଡ କାଠ ଗଣ୍ଡିକୁ କୁରାଢୀରେ କାଟି ଟିକଟିକ କରିପାରୁଛନ୍ତି, ଯାହା ଦେଖିଲେ ସୁସ୍ଥ ଲୋକ ବି ବିଶ୍ୱାସ କରିପାରିବନି
କାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା ଓ ଏଥିରେ ଛାତ୍ର ଜଣକ ୮୬% ରଖିଥିଲେ। ହେଲେ ଦୁଃଖଦ ଘଟଣା ଆଜି ତାଙ୍କର ଜୀବନ ଚାଲି ଯାଇଛି।
ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲଦାନି, ପେନ୍ ଷ୍ଟାଣ୍ଡ, ନଟରାଜ ସହ ବିଭିନ୍ନ ପ୍ରକାର ମୄର୍ତ୍ତିରେ ସଜେଇ ହୋଇଛି ପୂରା ଘର । ସମସ୍ତେ ବ୍ୟସ୍ତ ଅଛନ୍ତି କାମରେ । ନିଜ ନିଜର କାରିଗରୀ କୌଶଳ ମାଧ୍ୟମରେ ଅଦରକାରୀ କାଗଜରୁ ନିଖୁଣ ଭାବରେ ମୄର୍ତ୍ତିକୁ ଜୀବନ୍ତ କରିବାରେ ବ୍ୟସ୍ତ ଅଛନ୍ତି ଗାଁର ମହିଳାମାନେ ।
ପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ରାସ୍ତା କଡ ଗଛରେ ଲାଗିଛି ପ୍ଲାଷ୍ଟିକ୍ ଜାଗା...ଭରାଯାଉଛି ପାଣି, ପିଉଛନ୍ତି ପକ୍ଷୀ
ଭଦ୍ରକ ତିହିଡି ଅଞ୍ଚଳର ବଂଶୀଧର ରାଉତଙ୍କ ଆଖିକୁ ଭଲ ଭାବେ ଦେଖାଯାଉନଥିଲା । ତେଣୁ ଭଦ୍ରକ ବାଇପାସ୍ ରୋଡ୍ରେ ଥିବା ରଘବାନନ୍ଦ ଆଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ମେଡିକାଲର ଡ଼ାକ୍ତର ସନ୍ତୋଷ ସିଂ ତାଙ୍କର ଆଖି ପରୀକ୍ଷା କରିଥିଲେ । ଯାଞ୍ଚ ପରେ ବଂଶୀଧରଙ୍କ ବାମ ଆଖିରେ ମୋତିଆବିନ୍ଦୁ ହୋଇଥିବା ଡାକ୍ତର କହିବା ସହ ଅପରେସନ୍ କରିବାକୁ ପରାମର୍ଶ ଦେଇଥିଲେ ପରେ ଅପରେସନ୍ ବି ହୋଇଥିଲା ।
ହଜାରେ କି ୨ ହଜାର ନୁହେଁ...ହନୁମାନ ମନ୍ଦିର ନାଁରେ ୧ ଲକ୍ଷ ଲୁଟ୍ । ବିଧାୟକ ହାତପାଣ୍ଠିରେ ମନ୍ଦିର ତିଆରି ହୋଇଛି ବୋଲି କହିଲେ...ଆରଟିଆରୁ ତଥ୍ୟ ମିଳିବା ପରେ ଗାଁ ଲୋକେ ତାତିଲେ
ସାବାସ୍ ସରପଞ୍ଚ । ପ୍ରଶାସନକୁ ଅପେକ୍ଷା କଲେନି...ଗାଁରେ ରାସ୍ତା ନଥିବାରୁ ନିଜ ଦରମା ଟଙ୍କାରେ କରିଦେଲେ ନୂଆ ରାସ୍ତା । ୩୦ ବର୍ଷର ସମସ୍ୟା ଚୁଟକିରେ ହେଲା ସମାଧାନ
ବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧୀରେ ଧୀରେ ସୁଧୁରି ଆସିଥିଲା। କିନ୍ତୁ ହଠାତ ବିଦ୍ୟାଳୟ ଛୁଟି ଥିବା ବେଳେ ପ୍ରଧାନଶିକ୍ଷକଙ୍କ ହଠାତ ବଦଳିକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।
ବାଲେଶ୍ୱର ସିମୁଳିଆ ଥାନା ଅଧିନ ପୁରୁଷୋତ୍ତମ ଗ୍ରାମପଞ୍ଚାୟତର ପ୍ରମିଳା ସାହୁ ନାମକ ଜଣେ ମହିଳା ଛେଳି ପାଳିଥିଲେ । ଗତ ୨୭ ତାରିଖରେ ଛେଳି ବିକ୍ରି କରିବା ଲାଗି ନିଷ୍ପତ୍ତି ନେଇଥିଲେ ପ୍ରମିଳା । ହେଲେ ସେ ଜାଣିବାକୁ ପାଇଥିଲେ ଗୁହାଳରୁ ତାଙ୍କ ଛେଳିକୁ କୌଣସି ଦୁର୍ବୃତ୍ତ ଚୋରିକରି ନେଇଯାଇଥିଲେ।
୨୫ ବର୍ଷ ହେଲା ମାଆ ଫେରିଲାନି । ପୁଅକୁ ସ୍ୱପ୍ନ ଆସିଲା ମାଆ ଆଉ ନାହିଁ...ବାସ୍ ଏହାପରେ ଆରମ୍ଭ ହୋଇଗଲା ପିତୁଳାର ଶବଶୋଭାଯାତ୍ରା
ସାପ କାମୁଡ଼ାରେ ଗୁରୁତର ଥିବା ମହିଳାଙ୍କୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର