• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମନ୍ତେଇ ନଈରେ ବୁଲୁଛି କୁମ୍ଭୀର । କେତେବେଳେ ପାଣି ଭିତରେ ଲୁଚି ରହୁଛି ତ ଆଉ କେତେବେଳେ ମୁଣ୍ଡ ଟେକି ଚାହୁଁଛି । ପାଣିରେ କୁମ୍ଭୀର ଥିବାରୁ ଭୟରେ ନଈକୁ ଯାଉନାହାନ୍ତି ଲୋକେ । ଭଦ୍ରକ ବାସୁଦେବପୁର ମନ୍ତେଇ ନଈରେ ଦେଖିବାକୁ ମିଳିଛି ଏମିତି ଦୄଶ୍ୟ । ନଈରେ ଭାସୁଛି ୨୦ଫୁଟ ଲମ୍ବର ବଡ କୁମ୍ଭୀର । କେତେବେଳେ ବୁଡି ଯାଉଛି ତ ପୁଣି କେତେବେଳେ ଉଠିପଡୁଛି । ନଈରେ କୁମ୍ଭୀରକୁ ଦେଖି ଆତଙ୍କିତ ଅବସ୍ଥାରେ ନଈକୂଳିଆ ଲୋକେ ।

ନଈ ପାଣି ଲହଡି ମାରୁଛି । ବେଳେବେଳେ ବନ୍ଧ ଉପରକୁ ବି ଉଠିଆସୁଛି କୁମ୍ଭୀର । ତେଣୁ କେତେବେଳେ କାହାକୁ ଆକ୍ରମଣ କରିବ ତାହା କେହି ବି କହିପାରିବେ ନାହିଁ । ଗାଁରେ ପୋଖରୀ ଏବଂ ନଳକୂଅର ସୁବିଧା ନଥିବାରୁ ଗାଧୁଆଠାରୁ ଆରମ୍ଭ କରି ସବୁ...ନିତ୍ୟ ବ୍ୟବହାର କାର୍ଯ୍ୟ ପାଇଁ ମନ୍ତେଇ ନଈର ପାଣି ଉପରେ ଭରସା କରିଥାନ୍ତି କରଞ୍ଜିଆଡିଆ ଗ୍ରାମପଞ୍ଚାୟତର ବାଲିଆପାଳ ଗାଁ ଲୋକେ । କେବଳ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ନଈ ପାଣି ବ୍ୟବହାର କରାଯାଉଛି ତାହା ନୁହେଁ ବରଂ ସ୍ଥାନୀୟ ଲୋକେ ନଈରେ ଜାଲ ପକାଇ ମାଛ ବି ଧରନ୍ତି । ଦି ପଇସା ବି ରୋଜଗାର କରନ୍ତି ।

ହେଲେ ଜାଲ ପକାଉ ପକାଉ କୁମ୍ଭୀର ଦେଖିବା ପରେ ଆତଙ୍କିତ ହୋଇପଡିଥିଲେ ଜାଲୁଆ । ଆଉ ନିଜ ମୋବାଇଲରେ କଏଦ କରିଥିଲେ କୁମ୍ଭୀରର ଭିଡିଓ । ବାସ୍‌ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ହେବା ସହିତ ନଈକୁ ଯିବାକୁ ଏବେ ଭୟ କଲେଣି ଲୋକେ ।

ତେବେ ଗାଈ ନଇ କୂଳରେ ଥିବା ବେଳେ ତାକୁ ଟାଣି ନେଇ ଏମିତି ଖାଉଥିଲା କୁମ୍ଭୀର । ହଠାତ୍‌ ଗର୍ଜନ ଶୁଣିବା ପରେ ଲୋକେ ନଈ କୂଳରେ ପହଞ୍ଚିବା ପରେ ଦେଖିବାକୁ ପାଇଥିଲେ ଏହି ବଡ଼ କୁମ୍ଭୀରକୁ । ତେବେ ନଈରେ କୁମ୍ଭୀର ଥିବା ଖବର ବନବିଭାଗକୁ ଦିଆଯାଇଥିଲା । ପରେ ରେଂଜର କହିଛନ୍ତି, ସାଧାରଣତଃ ବର୍ଷା ଦିନେ କୁମ୍ଭୀର ମାନେ ହିଂସ୍ର ଥାଆନ୍ତି । ତେଣୁ ନଈ ଭିତରକୁ ସ୍ଥାନୀୟ ଅଂଚଳର ଲୋକଙ୍କୁ ଯିବାକୁ ବାରଣ କରାଯାଇଛି । ଏବେ ନୁହେଁ ବରଂ ନଈରେ ବାରମ୍ବାର କୁମ୍ଭୀର ଦେଖି ଲୋକେ ଆତଙ୍କିତ ହେଉଥିବାରୁ ଚିନ୍ତାରେ ଅଛନ୍ତି ଲୋକେ ।

 

  • Reported by:
  • Suryadoya Biswal